ଜିଦରେ ଅଟଳ କରୀନା କପୁର! ସେଦିନ ନିଜ ଜିଦିରେ ଅଟଳ ରହିଲେ କରୀନା। ସମସ୍ତେ ଯେମିତି ନେହୁରା ହେଲେ, ଜଣ ଜଣ ପିଛା ଆସି ବେବୋଙ୍କୁ ବୁଝେଇବାରେ ଲାଗିଲେ ତଥାପି ସେ ନିଜ ନିଷ୍ପତ୍ତିରୁ ଓହରିଲେ ନାହିଁ। ଆଉ କହିଲେ "ନାଁ "। କିନ୍ତୁ କଣ ପାଇଁ? ଏମିତି କଣ ଆବଶ୍ୟକ ଥିଲା? କଣ ଥିଲା ପରିସ୍ଥିତି? 


COMMERCIAL BREAK
SCROLL TO CONTINUE READING

୨୦୦୦ ମସିହାରେ ଗୋଟିଏ ଫିଲ୍ମର ସୁଟିଂ ସେଟରେ ଏପରି ଏକ ଘଟଣା ଘଟିଥିଲା, ଯହାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି। ଫିଲ୍ମରେ ଗୋଟିଏ ରୋମାନ୍ସ ସିନ୍ କରିବାର ଥିଲା। କିନ୍ତୁ ଚଳଚ୍ଚିତ୍ରର ନାୟିକା କରୀନା କପୁର ସେଥିପାଇଁ ସିଧା ସିଧା ମନାକରିଇଦେଇଥିଲେ। ଅଭିନେତ୍ରୀଙ୍କ ଏପରି ବ୍ୟବହାର ଦେଖି ସେଟରେ ଥିବାସମସ୍ତ କ୍ରିୟୁ ମେମ୍ବର ହତବାକ୍ ହୋଇଯାଇଥିଲେ। ଆଉ ସେଟରେ ସହ ନିର୍ଦେଶକମାନେ ମଧ୍ୟ ହତାଶ ହୋଇ ପଡ଼ିଥିଲେ। ଶେଷରେ କଥାଟି ନିର୍ଦ୍ଦେଶକଙ୍କ ପାଖରେ ଯାଇ ପହଁଚିଲା। 


Also Read: Coronavirus Update : ରେଡ୍ ଜୋନରେ ତିନି ଜିଲ୍ଲା, ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା


ଆଜ୍ଞା ହଁ, ୟେ ହେଉଛି  ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ରିଫୁଜି " ସମୟର କଥା। ପ୍ରଥମେ ଫିଲ୍ମ ପାଇଁ ବିଭିନ୍ନ କଳାକାରଙ୍କୁ ମନେଇବାକୁ ନିର୍ମାତା ଓ ନିର୍ଦ୍ଦେଶକ ଜେ.ପି. ଦତ୍ତାଙ୍କୁ  ବହୁତ ସଙ୍ଘର୍ଷ କରିବାକୁ ପଡିଥିଲା।  "ରିଫୁଜି " ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ କରିବାକୁ ନିର୍ଦ୍ଦେଶକ ଦତ୍ତାଙ୍କୁ ବହୁତ ଅଦଳ ବଦଳ କରିବାକୁ ପଡିଥିଲା। ଶେଷରେ ମହାନାୟକ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଏବଂ  ରନଧୀର କପୁର ଓ ବବିତା ଶିବଦାସନୀଙ୍କ ସୁପୁତ୍ରୀଙ୍କୁ ଡେବ୍ୟୁ କଳାକାର ଭାବେ ନେଇ ଫିଲ୍ମ ସୁଟିଂ ଆରମ୍ଭ ହୋଇଥିଲା। ଶେଷରେ ଯେତେବେଳେ ନବାଗତ ଅଭିଷେକ ଓ  କରୀନାଙ୍କୁ ନେଇ  ଫିଲ୍ମର ସୁଟିଂ ଆରମ୍ଭ ହେଲା,  ସେତେବେଳେ ସେଟରୁ ଏହିପରି ଖବର ଶୁଣି ଅନ୍ୟ ଏକ କାମରେ ବ୍ୟସ୍ତ ଥିବା ଦତ୍ତା ତୁରନ୍ତ ଘଟଣାସ୍ଥଳରେ ପହଁଚିଲେ।


ତେବେ ସେଟରେ ପହଞ୍ଚି ଜେପି ଦତ୍ତା, କରୀନାଙ୍କୁ କଣ ହେଲା ବୋଲି ପଚାରିଲେ।  ବେବୋ କହିଲେ ଅଙ୍କଲ, 'ଫିଲ୍ମର ଏକ ଦୃଶ୍ୟ ଅନୁଯାୟୀ ମୋତେ ଅଭିଷେକ ସହ ରୋମାନ୍ସ କରିବାର ଅଛି। କିନ୍ତୁ How  can i do that ? We are like brother and sister ..naa' । କେବଳ ସେତିକି ନୁହେଁ, ସାକ୍ଷୀ  ପ୍ରମାଣ ପାଇଁ  ସିଧା ଅଭିଷେକ କୁ ଡାକି ପଚାରି ଦେଲେ   tell  abhishek ..is not  it ? ଅଭିଷେକ ବି ଗୁଆକାତି ମଝିରେ ଥିବା ଅସହାୟ   ଗୁଆଟି ପରି ମୁଣ୍ଡ ହଲେଇଥିଲେ। କରୀନାଙ୍କ ଏପରି ଯୁକ୍ତି ଶୁଣି ବର୍ଷିୟାନ ନିର୍ଦ୍ଦେଶକ ଜେପି ଦତ୍ତା ଆଶ୍ଚର୍ଯ୍ୟ ହୋଇଗଲେ। ରିଲ ଲାଇଫ ଓ ରିଅଲ ଲାଇଫ ଅଲଗା ଅଲଗା ବୋଲି ସେ ଅଭିନେତ୍ରୀଙ୍କୁ ବୁଝେଇବାକୁ ଲାଗିଲେ। ପ୍ରାୟ ଘଣ୍ଟେ ପର୍ଯ୍ୟନ୍ତ ବହୁତ ବୁଝେଇବାପରେ କରୀନା ସିନ କରିବାକୁ ରାଜି ହୋଇଥିଲେ।


Also Read: 'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମ


କରୀନାଙ୍କ ଉତ୍ତର ଶୁଣିବା ପରେ ପ୍ରବଳ ଥଣ୍ଡାରେ ରିଫୁଜି ସେଟରେ ଥିବା ସମସ୍ତ କ୍ରିୟୁ ଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା। ପ୍ରଥମ କରି ସେଟରେ ଓହ୍ଲାଇଥିବା କରୀନାଙ୍କ  ପିଲାଳିଆମୀ ହେଉ କି ସାହସ ସମସ୍ତଙ୍କୁ ଚମକାଇ  ଦେଇଥିଲା। ଜେପି ଦତ୍ତାଙ୍କର ବି ପରସ୍ତେ ଝାଳ ବାହାରି ଯାଇଥିଲା। ତେବେ ସବୁଠାରୁ ଖୁସିର କଥା ହେଲା ଏହି ଫିଲ୍ମ ପାଇଁ କରୀନାଙ୍କୁ Best  female  debutର ପୁରସ୍କାର ମିଳିଥିଲା। ଚଳଚ୍ଚିତ୍ର ସୁଟିଂ ସମୟର ସ୍ମୃତିଚାରଣ  ବେଳେ ଏହି କାହାଣୀଙ୍କୁ କେହି ବି କ୍ରିୟୁ ମେମ୍ବର କେବେ ବି ଭୁଲିବେ ନାହିଁ।


ସୂଚନା ଥାଉକି ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ରିଫୁଜୀ ୩୦ ଜୁନ ୨୦୦୦ ମସିହାରେ ରିଲିଜ୍ ହୋଇଥିଲା। ସେହି ସମୟରେ ୧୫ କୋଟି ଟଙ୍କା ବଜେଟର ଫିଲ୍ମ ବକ୍ସ ଅଫିସରେ ପ୍ରାୟ ସାଢେ ୩୫ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମରେ ସୁନୀଲ ସେଟ୍ଟୀ, ଜ୍ୟାକୀ ଶ୍ରଫ, ଅନୁପମ ଖେର ଓ ରୀନା ରୟ ଭଳି କଳାକାର ମଧ୍ୟ ଅଭିନୟ କରିଥିଲେ। ଜାଭେଦ୍ ଅଖତାର ଗୀତ ରଚନା କରିଥିବା ବେଳେ ଅନୁ ମଲ୍ଲିକ ସଙ୍ଗୀତ ସଂଯୋଜନ କରିଥିଲେ। ଆଉ ରେଫୁଜୀର ଦୁଇଟି ଗୀତକୁ ଜାତୀୟ ପୁରସ୍କାର ମିଳିଥିଲା।