ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟିଲେ ଭାରତୀୟ ଫୁଟବଲ ଦଳର ଗୋଲକିପର!
ସମ୍ବେଦନଶୀଳ ସମୟରେ ଗଣମାଧ୍ୟ ଓ ସାମ୍ବାଦିକମାନେ ଲୋକଙ୍କ ପରିଚୟ ବଦଳାଇ ଦେଇଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଦଳରେ ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂହଙ୍କୁ ଟ୍ୱିଟରରେ ଟ୍ୟାଗ କରୁଛନ୍ତି। ଫଳରେ ଫଟବଲର ନିଆନ୍ତ ହୋଇଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଗୋଲକିପର ପାଲଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ! ଏହି ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ନିଶ୍ଚିତ। ବର୍ତ୍ତମାନ ପଞ୍ଜାବ କଂଗ୍ରେସ ସଙ୍କଟ ମଧ୍ୟରେ ଗତି କରୁଛି। ଏଭଳି ସମ୍ବେଦନଶୀଳ ସମୟରେ ଗଣମାଧ୍ୟ ଓ ସାମ୍ବାଦିକମାନେ ଲୋକଙ୍କ ପରିଚୟ ବଦଳାଇ ଦେଇଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଦଳରେ ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂହଙ୍କୁ ଟ୍ୱିଟରରେ ଟ୍ୟାଗ କରୁଛନ୍ତି। ଫଳରେ ଫଟବଲର ନିଆନ୍ତ ହୋଇଛନ୍ତି।
ବର୍ତ୍ତମାନ ସମସ୍ତ ଗଣମାଧ୍ୟମର ଶିରୋନାମା ପାଲଟିଛି ପଞ୍ଜାବ ପଲିଟିକ୍ସ (Punjab Politics) । ଜାତୀୟ ଠାରୁ ଆରମ୍ଭ କରି ଆଞ୍ଚଳିକ ଗଣମାଧ୍ୟମ ପ୍ରାୟ ସମସ୍ତେ ଏହାରି ଉପରେ ଖବର ପ୍ରସାରଣ କରୁଛନ୍ତି। ଆଉ ସୋସିଆଲ ମିଡିଆରେ ଖବର ସେୟାର କରିବା ସମୟରେ ପଞ୍ଜାବର କଂଗ୍ରେସ ନେତାଙ୍କୁ ଟ୍ୟାଗ କରୁଛନ୍ତି। ଆଉ ଏହି ଟ୍ୟାଗ ପ୍ରକୃତ ବ୍ୟକ୍ତିଙ୍କ ପରବର୍ତ୍ତେ ଅନ୍ୟ କାହା ଆକାଉଣ୍ଟରେ ହେଉଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂହଙ୍କ ଠାରେ ଦେଖାଯାଇଛି।
Also Read: କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ
ଗୁରୁବାର ମଧ୍ୟାହ୍ଣରେ ଅମରିନ୍ଦର ସିଂହ (Amrinder Singh) ଏକ ଟ୍ୱଟ୍ କରିଛନ୍ତି। ଅମରିନ୍ଦର ଲେଖିଛନ୍ତି, "ପ୍ରିୟ ଗଣମାଧ୍ୟମ ଓ ସାମ୍ବାଦିକ, ମୁଁ ପଞ୍ଜାବର ପୂର୍ବତମ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନୁହେଁ, ମୁଁ ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂହ। ଦୟାକରି ମୋତେ ଟ୍ୟାଗ କରିବା ବନ୍ଦ କରନ୍ତୁ।"
ଫୁଟବଲର ଅମରିନ୍ଦରଙ୍କ ଟ୍ୱିଟରେ କ୍ୟାପଟେନ ଅମରିନ୍ଦର ସିଂହ (Capt. Amrinder Singh) ମଧ୍ୟ ରିଆକସନ୍ ଦେଇଛନ୍ତି। ସେ ଯୁବ ଫୁଟବଲରଙ୍କୁ ସମବେଦନା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଫୁଟବଲରଙ୍କୁ ଟ୍ୱିଟ ପରେ ଅନ୍ୟ ୟୁଜର୍ସ ବି ରିଆକସନ ଦେବା ସହ ମିମ୍ ତିଆରି କରୁଛନ୍ତି। ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେପଟେ କ୍ରିକେଟର ଅଭିଷେକ ବାନାର୍ଜୀ ନିଜ ବାୟୋକୁ ଚେଞ୍ଜ କରିଛନ୍ତି। ସେ ନିଜକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ନୁହେଁ ବୋଲି ଲେଖିଛନ୍ତି।