କୋରୋନା ବିଜୟୀ IPL 2021! ଟିକା ନେଇ ମଇଦାନକୁ ଓହ୍ଲାଇବେ ଖେଳାଳି
ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା (Coronavirus) ମହାମାରୀର ଦ୍ୱିତୀୟ ଲହର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାସହ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏପରକି ଏବେ ସଂକ୍ରମଣ ହାରରେ ଭାରତ, ବ୍ରାଜିଲ (Brazil) ଓ ଆମେରିକାକୁ ମଧ୍ୟ ପଛରେ ପକାଇଛି।
ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ନେଇ ରବିବାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। କୋରୋନା ଓ ଭ୍ୟାକ୍ସିନେସନ ସ୍ଥିତି ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା (Coronavirus) ମହାମାରୀର ଦ୍ୱିତୀୟ ଲହର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାସହ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏପରକି ଏବେ ସଂକ୍ରମଣ ହାରରେ ଭାରତ, ବ୍ରାଜିଲ (Brazil) ଓ ଆମେରିକାକୁ ମଧ୍ୟ ପଛରେ ପକାଇଛି। କେବଳ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୪୪୭ ଆକ୍ରାନ୍ତ ଚିହ୍ନଟ ହେବା ସହ ୨୭୭ ଜଣଙ୍କ ଜୀବନ ନେଇଛି କୋରୋନା। ସେପଟେ ଆଶ୍ୱସ୍ତିର ବିଷୟ ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୪୮ ଜଣ ଆକ୍ରାନ୍ତ କୋରୋନା କବଳରୁ ଆରୋଗ୍ୟ ହୋଇଛନ୍ତି।
Also Read: ଏଣିକି ବିନା Reservationରେ ରେଳ ଯାତ୍ରା, ଟିକଟ ପାଇଁ ଦେବାକୁ ହେବ ଏତିକି ଟଙ୍କା
ଦେଶରେ ଜାରି ରହିଥିବା କୋରୋନାର ଦ୍ୱିତୀୟ ଲହର ଯୋଗୁଁ IPL ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଥିଲେ ବି ମ୍ୟାଚ ଆୟୋଜନରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା BCCI କହିଛି। ମ୍ୟାଚ ବାତିଲ କିମ୍ବା ସ୍ଥଗିତ ହେବା ଆଶଙ୍କା ନାହିଁ। ଚଳିତବର୍ଷ ବିନା ଦର୍ଶକରେ IPL ମ୍ୟାଚ ଆୟୋଜନ ସହ ପୂର୍ବରୁ ସବୁ ଖେଳାଳିଙ୍କୁ ଟିକା (Covid vaccination) ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୯ ତାରିଖରେ IPL ଆରମ୍ଭ ହେଉଛି।
ମହାରାଷ୍ଟ୍ର୍ର (Maharstra)ର ମୁମ୍ବାଇ, ନାଗପୁର ସମେତ ବିଭିନ୍ନ ସହରରେ ଆସନ୍ତା ୩୦ ଏପ୍ରିଲ ଯାଏ ରାତ୍ରୀକାଳିନ କର୍ଫ୍ୟ (Night Curfew) ଲାଗୁ ହୋଇଛି। ରାତି ୮ଟାରୁ ସକାଳ ୭ଟା ଯାଏ କଡା କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଏହା IPLକୁ ପ୍ରଭାବିତ କରିବ ନାହିଁ ବୋଲି BCCI କହିଛି। ସେପଟେ ଶନିବାର ବଲିଉଡ ଅଭିନେତା ଅକ୍ଷୟ କୁମାର କୋରୋନା ସଂକ୍ରମିତ ହୋଇଥିବାବେଳେ ରବିବାର ଗୋବିନ୍ଦା ମଧ୍ୟ ସଂକ୍ରମିତ ହୋଇଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି।