ସେ ଓଡିଶା ରାଜ୍ୟ ବିତ୍ତ ନିଗମରେ ଏକଜିକ୍ୟୁଟିଭ ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଓଡ଼ିଶା ଲଘୁ ଉଦ୍ୟୋଗ ନିଗମରେ ମଧ୍ୟ ମ୍ୟାନେଜିଂ ଡାଇରେକ୍ଟର ବା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ସେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।
Trending Photos
Tuhin Kant Pandey:ନୂଆଦିଲ୍ଲୀ: ବଜେଟ-୨୦୨୫ ପୂର୍ବରୁ କ୍ୟାବିନେଟର ନିଯୁକ୍ତି କମିଟି ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ପଦବୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଅନୁମୋଦନ କରିଛି। ୧୯୮୭ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଏବଂ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ରାଜସ୍ୱ ବିଭାଗର ସଚିବ ଭାବରେ ନିଯୁକ୍ତ କରାଯାଇଛି। ପାଣ୍ଡେ ବର୍ତ୍ତମାନ ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା (DIPAM) ବିଭାଗର ସଚିବ ମଧ୍ୟ ଅଛନ୍ତି। ନୂତନ ନିଯୁକ୍ତି ପରେ ମଧ୍ୟ ସେ ଅର୍ଥ ସଚିବ ପଦରେ ରହିବେ। ରାଜସ୍ୱ ସଚିବ ରହିଥିବା ଅରୁଣିଶ ଚାୱଲାଙ୍କୁ ଡିଆଇପିଏଏମର ନୂତନ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଆଗାମୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଚାୱଲା ହେଉଛନ୍ତି ୧୯୯୨ ବ୍ୟାଚର ବିହାର କ୍ୟାଡର ଆଇଏଏସ ଅଫିସର। ବିଗତ ୨୫ ଡିସେମ୍ବରରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା।
୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଅର୍ଥ ସଚିବ ଭାବେ କାର୍ଯ୍ୟ କରିଥିଲେ ତୁହିନ
ଆଗାମୀ ବଜେଟ ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅର୍ଥ ମନ୍ତ୍ରଣାଳୟରେ ଏହି ବଡ଼ ପରିବର୍ତ୍ତନ କରାଯାଇଛି। ଆଗାମୀ ୧ ତାରିଖରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ତୁହିନକାନ୍ତେ ପାଣ୍ଡେ ସେପ୍ଟେମ୍ବର ୧୦୧୪ରେ ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଏଠାରେ କହି ରଖୁ କି ଏୟାର ଇଣ୍ଡିଆର ପ୍ରାଇଭେଟାଇଜେସନର ସଫଳତା ଓ ଏଲଆଇସିର ଲିଷ୍ଟିଂର ଦାୟିତ୍ୱର ଶ୍ରେୟ ତୁହିନକାନ୍ତେ ପାଣ୍ଡେଙ୍କୁ ଯାଇଥାଏ।
ଶ୍ରୀ ପାଣ୍ଡେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ରରେ ମାଷ୍ଟର ଡିଗ୍ରୀ କରିଛନ୍ତି। ସେହିପରି ସେ ୟୁନାଇଟେଡ କିଙ୍ଗଡମରୁ ଏମବିଏ ପାସ କରିଛନ୍ତି। ଆଇଏଏସ ଅଧିକାରୀଭାବେ ସେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିସାରିଛନ୍ତି। ସେ ଓଡିଶା ରାଜ୍ୟ ବିତ୍ତ ନିଗମରେ ଏକଜିକ୍ୟୁଟିଭ ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଓଡ଼ିଶା ଲଘୁ ଉଦ୍ୟୋଗ ନିଗମରେ ମଧ୍ୟ ମ୍ୟାନେଜିଂ ଡାଇରେକ୍ଟର ବା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ସେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।