ଏହି ଦିନ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ, ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ। ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଧୁମଧାମରେ ପାଳନ ହୋଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ମା’ଙ୍କଠାରେ ନବାନ୍ନ ଅର୍ପଣ କରାଯାଏ।
Nuakhai: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡିତ ମହାସଭାରେ ଲଗ୍ନ ସ୍ଥିରୀକୃତ କରାଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାସଭା ବସିଥିଲା। ସେପ୍ଟେମ୍ବର ୧ ତାରିଖ ଗୁରୁବାର ଉଜ୍ଜଳପକ୍ଷ ଋଷି ପଞ୍ଚମୀ ତିଥିରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ପଶ୍ଚିମ ଓଡି଼ଶାର ଅଧିଷ୍ଠାତ୍ରୀ ଦେଵୀ ମାଆ ସମଲେଶ୍ୱରୀଙ୍କର ଠାରେ ନବାନ୍ନ ଲାଗି ହେବ।
ସମ୍ବଲପୁରର (Sambalpur) ରେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ମାସ ପଞ୍ଚମୀ ତିଥିରେ ଗୁରୁବାର ଦିନ ସକାଳ ୧୦ଟା ୦୭ରୁ ୧୦ଟା ୨୧ ମିନିଟ ତୁଳା ଲଗ୍ନରେ ନବାନ୍ନ ଭକ୍ଷଣ କରିବାକୁ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଲଗ୍ନ ସ୍ଥିର ହୋଇଛି। ସେହିପରି ସକାଳ ୮ଟା ୨୦ରୁ ୯ଟା ୨୦ ମିନିଟ ମଧ୍ୟରେ ପାହୁର୍ ଯାତ୍ରା ହେବ। ପ୍ରତିବର୍ଷ ନୂଆଁଖାଇ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ନୂଆ ଉନ୍ମାଦନା ଆସିଥାଏ। ଏହା କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ନୂଆଁଖାଇ ପର୍ବ ଚାଷୀ (Farmer) ଙ୍କଠାରୁ ଆରମ୍ଭ ହୁଏ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀ (Samaleswari) ଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ।
Also Read: ଜନ୍ମାଷ୍ଟମୀ ପୂଜା ପାଇଁ ଘରକୁ ଆଣନ୍ତୁ କୃଷ୍ଣଙ୍କର ଏପରି ପ୍ରତିମା, ମିଳିବ ଭଗବାନଙ୍କ କୃପା
ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶା (Western Odisha) ର ଆଞ୍ଚଳିକ ଭାଷାରେ ନୂଆଁଖାଇ (Nuakhai) କୁହାଯାଏ। ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଧୁମଧାମରେ ପାଳନ ହୋଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ମା’ଙ୍କଠାରେ ନବାନ୍ନ ଅର୍ପଣ କରାଯାଏ। ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ। ମଙ୍ଗଳ ଆଳତୀ ପରେ ଅପେକ୍ଷାରତ ଭକ୍ତମାନେ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ଅନେକ ଭକ୍ତ ମନ୍ଦିରରୁ ନବାନ୍ନ ସଂଗ୍ରହ କରି ନିଜ ନିଜ ଘରକୁ ନେଇ ପରିବାର ସହିତ ଭୋଜନ କରିଥାଆନ୍ତି।
ନୂଆଁଖାଇ ପରମ୍ପରା ବହୁ ପରାତନ କାଳରୁ ଚାଲି ଆସୁଛି। ପିଢ଼ି ପରେ ପିଢ଼ି ସମସ୍ତେ ଏହି ପରମ୍ପରାକୁ ଅନୁକରଣ କରୁଛନ୍ତି। ନୂଆଁଖାଇ ପର୍ବର ସ୍ୱତନ୍ତ୍ରତା ରହିଛି। ଏହି ଦିନ ସମସ୍ତେ ଏକାଠି ହୋଇ ମଜା ମସ୍ତି କରିଥାଆନ୍ତି। ଏହି ପର୍ବ ନିଜ ପରିବାର ସହିତ ସମୟ ବିତାଇବାର ଅବସର ଦିଏ। ନୂଆଁଖାଇରେ ବିଭିନ୍ନ ସ୍ଥାନରେ ଭେଟଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ଡାଲଖାଇ, ରଙ୍ଗବତୀ ଭଳି ସମ୍ବଲପୁରୀ ଗୀତରେ ଲୋକେ ଝୁମନ୍ତି। ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ ଆମିଷ ଖାଇଥାନ୍ତି।