ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ;- ପବିତ୍ର ରଥଯାତ୍ରାର ଶୁଭ ଅବସରରେ ଦର୍ଶକଙ୍କୁ ମିଳିବାକୁ ଯାଉଛି ଏକ ଭାବଭକ୍ତି ଭରା ଭଜନ । ଏହି ଭଜନଟିକୁ ପ୍ରସ୍ଥୁତ କରିଛନ୍ତି ଓଡ଼ିଆ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର (Odia Actress Lipsa Mishra) . ନିଜ ୟୁ ଟ୍ୟୁବ୍ ଚ୍ୟାନେଲ୍ (Youtube) ମାଧ୍ୟମରେ ଲିପ୍ସା ଜୁଲାଇ ୧୨ତାରିଖ ଅର୍ଥାତ୍ ସୋମବାରରେ ଦର୍ଶକଙ୍କୁ ଭେଟିଦେବେ ଭଜନ 'ଶ୍ୟାମକୁ ଜୁହାର' ।  


COMMERCIAL BREAK
SCROLL TO CONTINUE READING

Also Read: ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !


ଯେଉଁଥିରେ ଲିପ୍ସାଙ୍କ ସହ ନଜର ଆସିବେ ଓଡ଼ିଶୀ ନୃତ୍ୟଶିଳ୍ପୀ (OdissiDancer) ସାଗରିକା ଓ ହରି । ମିଳିଥିବା ସୂଚନାନୁଯାୟୀ ଗୀତଟିକୁ ପୁଷ୍ପକ ପରିଡ଼ା ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ରଶ୍ମିରଞ୍ଜନ । ସବୁଠୁ ଖାସ୍ କଥା ହେଉଛି 'ଶ୍ୟାମକୁ ଜୁହାର' (Shyama ku Juhara) ଗୀତଟିରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା (Asima Panda)