ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !
Advertisement

ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !

ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, କିଛି ରୋମାଞ୍ଚକର କାମ କରିବାକୁ ମୁଁ ଯାଉଛି' ହେଲେ ଏହା ତାହା ନୁହେଁ ଯାହା ଆପଣ ମାନେ ଭାବୁଛନ୍ତି । Watch this Space For More.

ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର (Kareena Kapoor) ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଆନ୍ତି । ନିଜ ଜୀବନରେ ଜଡ଼ିତ ବହୁତ କିଛି ତଥ୍ୟ ସେ ନିଜ ଫ୍ୟାନ୍ସଙ୍କୁ ଜଣାଇବାକୁ ଭଲ ପାଆନ୍ତି । ନିକଟରେ ଏବେ କରୀନା ଅଲଟ୍ରାସାଉଣ୍ଡ ରିପୋର୍ଟ ସେୟାର କରିଛନ୍ତି । ଯାହା ପରଠାରୁ ତାଙ୍କୁ ତାଙ୍କ ଫ୍ୟାନ୍ସ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି ହେଲେ ଏଠାରେ ଆମେ କହିରଖୁଛୁ ଯେ, ଆପଣ ଯାହା ଭାବୁଛନ୍ତି ତାହା ଆଦୌଂ ନୁହେଁ । 

ଅଭିନେତ୍ରା କରୀନା କପୁର (Kareena Kapoor) ନିକଟରେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ଅଲଟ୍ରାସାଉଣ୍ଡ (Ultrasound) ଫଟୋ ର ରିପୋର୍ଟ ଧରିଥିବା ଜଣାପଡ଼ିଛି । ଯାହାକୁ  ଦେଖି ସମସ୍ତେ ଭାବୁଛନ୍ତି ଯେ, କରୀନା ପୁଣିଥରେ ଖୁସି ଖବର ଦେବେ ହେଲେ ତାହା ନୁହେଁ ତାଙ୍କ ହାତରେ ଥିବା ରିପୋର୍ଟ ପ୍ରେଗନ୍ସି୍ ଅଲଟ୍ରାସାଉଣ୍ଡ ଫଟୋ ନୁହେଁ ।

Also Read: Work From Homeରେ ଥିଲେ ଏହି ୫ଟି Tricksରେ ବଢାନ୍ତୁ ଇଣ୍ଟରନେଟ୍ ସ୍ପିଡ୍

ଏହି ଫଟୋରେ କରୀନା (Kareena Kapoor) ଏକ ସୁନ୍ଦର ନାଲି ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, କିଛି ରୋମାଞ୍ଚକର କାମ କରିବାକୁ ମୁଁ ଯାଉଛି' ହେଲେ ଏହା ତାହା ନୁହେଁ ଯାହା ଆପଣ ମାନେ ଭାବୁଛନ୍ତି । Watch this Space For More.

#ComingSoon

କରୀନା କପୁର (Kareena Kapoor) ନିଜର ଆଗାମୀ ପୋଷ୍ଟରେ ଏକଥାର ଖୁଲାସା କରିଛନ୍ତି ଯେ, ସେ ତାଙ୍କ ବହି ପ୍ରକାଶିତ କରିବାକୁ ଯାଉଛନ୍ତି । ଏହି ବହିରେ ସେ ନିଜର ଦୁଇଟି ଗର୍ଭାବସ୍ଥା ସମୟର ଅନୁଭୂତିକୁ ବଖାଣିଛନ୍ତି । ଏହି ବହି ସେ ଆଗାମୀ ଦିନ ମାନଙ୍କରେ ଯେଉଁମାନେ ଗର୍ଭବତୀ (Pregnant) ହେବେ ସେମାନେ କେମିତି ସେହିଦିନ ଗୁଡ଼ିକରେ ନିଜର ଯତ୍ନ ନେବେ ସେ ବିଷୟରେ ଲେଖିଛନ୍ତି ।

Also Read: Zomato କରିବ ଆପଣଙ୍କୁ ଲକ୍ଷପତି; ଜାଣନ୍ତୁ କେମିତି ?

କରୀନା କପୁର ଖାନ ଓ ସ୍ୱାମୀ ସୈଫ ଅଲ୍ଲୀ ଖାନ (Saif Ali Khan) ୨୧ ଫେବ୍ରୁଆରୀ ରେ ନିଜର ଦ୍ୱିତୀୟ ସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ନିଜେ ସୈଫ୍ ଏହି ଘଟଣା ବାବଦରେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏବଂ ଲେଖିଥିଲେ ଆମକୁ ପୁଣିଥରେ ଏକ ପୁତ୍ରର ମାତାପିତା ହେବାର ସୌଭାଗ୍ୟ ମିଳିଛି ଏବଂ ମାଆ ପୁଅ ଉଭୟେ ସୁରକ୍ଷିତ ଅଛନ୍ତି।