ଭୁବନେଶ୍ୱର: ଓଲିଉଡ ଆଲବମ ଓ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୟଙ୍ଗ ସିଙ୍ଗର କୁଲଦୀପ ଓ ଗାୟିକା ଇପସିତା ପଣ୍ଡା ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଦୁଇ ଷ୍ଟାର କଣ୍ଠଶିଳ୍ପୀଙ୍କ ବିବାହର ପ୍ରଥମ ପାହାଚ ଅତିକ୍ରମ କରିଛନ୍ତି । ଅର୍ଥାତ୍ ଆଜି ଏହି ଦୁଇ କଣ୍ଠଶିଳ୍ପୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଏନେଇ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କୁଲଦୀପ ପଟ୍ଟନାୟକ।


COMMERCIAL BREAK
SCROLL TO CONTINUE READING

ସପରିବାରଙ୍କ ଗହଣରେ ନିର୍ବନ୍ଧ ହୋଇଥିବା ବେଳେ କିଛି ଫଟୋ ନିଜ ଫେସବୁକରେ ପୋଷ୍ଟ  କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । କୁଲଦୀପ ପଟ୍ଟନାୟକ (Kuldeep pattanaik) ଆଲବମ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଗାୟିକା ଇପସିତା ପଣ୍ଡା (Ipseeta Panda) ମଧ୍ୟ ଜଣେ କଣ୍ଠଶିଳ୍ପୀ । ଅନେକ ଆଲବମ ସହ ଭଜନରେ ସେ ତାଙ୍କର ସୁନ୍ଦର କଣ୍ଠଦାନ କରି ତାଙ୍କ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ଅନ୍ୟପଟେ ଏହି କଣ୍ଠଶିଳ୍ପୀ ଓଡ଼ିଆ ସଙ୍ଗ୍ ରାଜଧାନୀ କ୍ୱିନରେ କଣ୍ଠଦାନ ବି କରିଛନ୍ତି। କେବଳ ରାଜଧାନୀ କୁଇନ ନୁହେଁ ଅନେକ ଆଲବମରେ ଏମାନେ ଏକାଠି କାମ ବି କରିଛନ୍ତି ।


Also Read: କୋରୋନା ପରେ ଭାରତରେ ଏବେ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ଲକ୍ଷଣ


ତେବେ ଏହି ଦୁଇ ଷ୍ଟାର କଣ୍ଠଶିଳ୍ପୀଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ବାହାଘର କେବେ ସେନେଇ କୌଣସି ଖବର ମିଳିପାରିନାହିଁ । ତେବେ ଜୀ ଓଡ଼ିଶା (Zee Odisha)  ପରିବାର ପକ୍ଷରୁ ଦୁହିଁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।