ଖାଣ୍ଟି ମରାଠୀ ଲୁକରେ କଙ୍ଗନା; ମୁମ୍ୱାଇରୁ ଉଦ୍ଧବ ସରକାରକୁ ଦେଲେ ମୁହଁତୋଡ ଜବାବ

କଙ୍ଗନା ବଲିଉଡ କୁଇନ୍ କମ, କଣ୍ଟ୍ରୋଭର୍ସି କୁଇନ୍ ନାମରେ ବେସି ପରିଚିତ। ନିଜ ଟ୍ୱିଟ୍ ଓ ପ୍ରତିକ୍ରାୟା ପାଇଁ ସେ ଏବେ ଗଣମାଧ୍ୟମର ଶୀର୍ଷକ ପାଲଟିଛନ୍ତି। ମଙ୍ଗଳବାର କଙ୍ଗନା ମୁମ୍ବାଇ ଗସ୍ତ କରିଛନ୍ତି। ଏଥର ସେ ମହାରାଷ୍ଟ୍ରର ଉଦ୍ଧବ ସରକାରକୁ ମୁହଁତୋଡ ଜବାବ ଦେଇଛନ୍ତି।

ତପସ୍ୱିନୀ ମହାଳିକ Tue, 29 Dec 2020-6:08 pm,
1/4

ନିକଟ ଅତୀତରେ ମୁମ୍ବାଇରେ କଙ୍ଗନା (Kangana Ranaut) ଙ୍କ ଜୀବନ ପ୍ରତି ବିପଦ ଥିଲା। ସେଥିପାଇଁ ତାଙ୍କୁ କେନ୍ଦ୍ର ସରକାର Y+  ସୁରକ୍ଷା ଯୋଗାଇ ଦିଆଯାଇଥିଲେ। ମହାରାଷ୍ଟ୍ର ସରକାର (Maha Govt) ଙ୍କ ସହ ତାଙ୍କ ବାଦ ବିବାଦ ଭିତରେ କଙ୍ଗାନା ମଙ୍ଗଳବାର ସକାଳେ ମୁମ୍ବାଇ ପହଞ୍ଚିଛନ୍ତି। ସେଠାରେ ସେ ସିଦ୍ଧିବିନାୟକ (Siddhi Vinayak) ଓ  ମୁମ୍ବାଦେବୀଙ୍କ ଦର୍ଶନ କରିଛନ୍ତି।

2/4

ମୁମ୍ବାଇ (Mumbai)  ଗସ୍ତ ବେଳେ କଙ୍ଗାନ ଖାଣ୍ଟି ମରାଠୀ ଲୁକ (Marathi look) ରେ ନଜର ଆସିଛନ୍ତି। ତାଙ୍କ ସହ ଭଉଣୀ ରଙ୍ଗୋଲି ମଧ୍ୟ ଥିଲେ। କଙ୍ଗନା ସବୁଜ ପିଠାନୀ ଶାଢୀ ପିନ୍ଧିଥିବା ବେଳେ ରଙ୍ଗୋଲି ହଳଦୀଆ ରଙ୍ଗର କୁର୍ତ୍ତୀ ପିନ୍ଧିଥିଲେ। ମଙ୍ଗଳବାର ସେଭଳି କୌଣସି ସ୍ୱତନ୍ତ୍ର ପୂଜା ନଥିବା ବେଳେ କଙ୍ଗନାଙ୍କ ହଠାତ ମୁମ୍ବାଇ ଆସିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

3/4

କଙ୍ଗାନା କେବଳ ଠାକୁର ଦର୍ଶନ ପାଇଁ ଆସିଥିଲେ ତାହା ନୁହେଁ। ଏହି ମୁମ୍ବାଇ ଗସ୍ତ ବେଳେ ସେ ଉଦ୍ଧବ ସରକାରକୁ ମୁହଁତୋଡ ଜବାବ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁମ୍ୱାଇ ଆସିବା ବା ରହିବାକୁ ହେଲେ କେବଳ ଗଣପତି ବାବାଙ୍କ ବ୍ୟତୀତ ଆଉ କାହାର ଅନୁମତି ଲୋଡା ନାହିଁ। 

4/4

ମନ୍ଦିର ଦର୍ଶନର ଫଟୋକୁ କୁଇନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ  ସେୟାର କରିଛନ୍ତି। ଆଉ ସେଥିରେ ଜୟ ହିନ୍ଦ, ଜୟ ମହାରାଷ୍ଟ୍ରା ବୋଲି ମଧ୍ୟ ଲେଖିଛନ୍ତି। ତେବେ କଙ୍ଗନାଙ୍କ ବୟାନ ସିଧା ସଳଖ ଶିବାସେନାକୁ ଚ୍ୟାଲେଞ୍ଜ କରିବା ଭଳି ଲାଗୁଛି। ସେପଟେ ବର୍ତ୍ତମାନ ସୁଦ୍ଧା କଙ୍ଗନାଙ୍କ ମୁମ୍ବାଇ ଗସ୍ତ ଉପରେ କୌଣସି ପ୍ରକାରର ରାଜନୈତିକ ପ୍ରତିକ୍ରିୟା ଆସିନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link