Top 10 News: ଚୁଟକିରେ ପଡ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2564694

Top 10 News: ଚୁଟକିରେ ପଡ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News: ଚୁଟକିରେ ପଡ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News: ଚୁଟକିରେ ପଡ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
1.PM Modi Kuwait visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧-୨୨ ଡିସେମ୍ବର ୨୦୨୪ ରେ କୁଏତ ଗସ୍ତ କରିବେ। କୁଏତର ଆମୀର ଶେଖ ମଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମୁସଲମାନ ଦେଶ ଗସ୍ତ କରୁଛନ୍ତି। ୪୩ ବର୍ଷ ମଧ୍ୟରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ଏହି ଐତିହାସିକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୁଏତର ନେତୃତ୍ୱ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
 
2.Mumbai Boat Capsized: ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଗେଟ ୱେ ଅଫ ଏଲିଫାଣ୍ଟା ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଆଜି ଅପରାହ୍ଣ ପ୍ରାୟ ୩ଟା ୫୫ ମିନିଟରେ ଘଟିଥିବାର ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଡଙ୍ଗାଟିରେ ୮୦ ଯାତ୍ରୀ ଥିବା କୁହାଯାଉଥିବା ବେଳେ ୬୬ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। କୋଷ୍ଟ ଗାର୍ଡ ଓ ମେରାଇନ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ନୌସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ନୌସେନାର ୧୧ଟି ଡଙ୍ଗା ସାହାଯ୍ୟରେ ବୁଡିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ସେହିପରି କୋଷ୍ଟଗାର୍ଡର ଗୋଟିଏ ଓ ମେରାଇନ ପୋଲିସର ୩ଟି ଡଙ୍ଗା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। 
 
3.Bribery case: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଟେଣ୍ଡର ଫିକ୍ସିଂ ମାମଲାରେ ବୁଧବାର ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତଥାପି ଏହି ସମନ ପରେ ମଧ୍ୟ ଆଇଏଏସ୍ ବିଷ୍ଣୁପଦ ସେଠୀ ଆଜି (୧୮ ଡିସେମ୍ୱର) ହାଜର ହୋଇନାହାଁନ୍ତି। କହିରଖୁଛୁ ଯେ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସମନ କରିଥିଲା। ବୁଧବାର ଦିନ ବିଷ୍ଣୁପଦ ସେଠୀ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଥିଲେ ବି ସେ ହାଜର ହୋଇ ନାହାଁନ୍ତି।
 
4.Direct Tax Collections:ନୂଆଦିଲ୍ଲୀ: ଦେଶରେ ଟିକସ ସଂଗ୍ରହ ବର୍ଷକୁ ବର୍ଷ ବଢି ଚାଲିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୦.୩୨ ପ୍ରତିଶତ ଟିକସ ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ ଆଜି ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ସମୁଦାୟ ପ୍ରତ୍ୟକ୍ଷ କର ଆଦାୟ ୧୯ ଲକ୍ଷ ୨୧ ହଜାର ୫୦୮ କୋଟି ଟଙ୍କା ରହିଛି। 
 
5.Amit Shah Ambedkar Remarks: ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ସମ୍ବିଧାନ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଠିଆ ହୋଇ ନିଜର ମତ ଉପସ୍ଥାପନ କରିବା ଆରମ୍ଭ କରିଥିଲେ। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍ କରି ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ଏହା ପରେ ଦେଖାଯାଇଥିଲା ଯେପରି ଏକ ଝଡ ଆସି ଯାଇଥିଲା।
 
6.Odisha News: ପୁରୀ: ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସାବୁନ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ନିଆଁ ଏଯାଏ କାବୁ ହୋଇ ନ ଥିବା ଜଣାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୪ଟି ୟୁନିଟ ନିୟୋଜିତ ହୋଇଥିଲେ। ସାବୁନ ଫ୍ୟାକ୍ଟ୍ରିରେ ରହିଥିଲା ଶହ ଶହ କେମିକାଲ ଭର୍ତ୍ତି ଟିଣ। ଏହା ସହିତ ଝାଡୁ ତିଆରି ସରଂଜାମ ରହିଥିଲା। ସେହି ନିକଟରେ ଅନ୍ୟ ଏକ ଜାଗାରେ ଘିଅ ମଧ୍ୟ ଷ୍ଟକ୍ ହୋଇ ରହିଥିଲା। 
 
7.Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଠାରୁ ରାଜ୍ୟରେ ବର୍ଷା ହେବ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ଯାଏଁ ଉପକୂଳ ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ବର୍ଷା ହୋଇପାରେ। 
 
8.ED Raid: ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍‌ କରାଯାଇଛି। ପ୍ରମିଳାଙ୍କ ଭାଇ ହେଉଛନ୍ତି କ୍ଷୀରୋଦ ମଲ୍ଲିକ। କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ ଜାରି ରହିଛି। ବିଶ୍ବ ଏନଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ । ମିଳିଥିବା ସୂଚନା ଅନୁସାରେ, ୨୩୧ କୋଟି ଠକେଇ ଅଭିଯୋଗରେ ଇଡିର ଏହି ରେଡ୍ ହୋଇଛି।  ସମ୍ବଲପୁର ଓ ଦିଲ୍ଲୀରେ ରେଡ୍‌ ଇଡି ରେଡ୍ କରିଥିବା ଜଣାପଡିଛି। 
 
 
9.Puri News: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ମଧ୍ୟ ପହିଲି ଭୋଗ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଗୋଟିଏ ଦିନ ଦିବା ପହୁଡ ନିତି କରାଯିବ। ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଦ କରିବାକୁ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଥିଲା । ଏଣୁ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ପ୍ରାୟ ଅପରାହ୍ନ ୨ଟା୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାୟ ସାଢେ ତିନିଘଣ୍ଟା ଦିବା ପହୁଡ଼  ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
 
10.Ravichandran Ashwin Retirement: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାବା ଟେଷ୍ଟ ଶେଷ ହେବା ପରେ ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ କ୍ରିକେଟ୍ ବିଶେଷଜ୍ଞଙ୍କ ମଧ୍ୟରେ ମଧ୍ୟ ଅନେକ କୌତୁହଳ ସୃଷ୍ଟି କରିଛି ଯେ ସେ ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲେ।