କେତେ ସମ୍ପତ୍ତିର ମାଲିକ ଥିଲେ Goldman ବାପି ଦା`? ଜାଣନ୍ତୁ ତାଙ୍କର Political Link

ଡିସ୍କୋ କିଙ୍ଗ ଭାବେ ବିଖ୍ୟାତ ବାପି ଦା ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ବ୍ଲକବଷ୍ଟର ଗୀତ ଦେଇ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ସୁନାକୁ ବହୁତ ଭଲ ପାଉଥିଲେ ଏବଂ ସବୁବେଳେ ମୋଟା ସୁନା ଚେନ୍ ପିନ୍ଧୁଥିଲେ। ସେଥିପାଇଁ ଲୋକେ ତାଙ୍କୁ ଗୋଲ୍ଡମ୍ୟାନ ବୋଲି ମଧ୍ୟ କହୁଥିଲେ।

ଶଙ୍କର୍ଷଣ ବାଘ Wed, 16 Feb 2022-10:34 am,
1/5

ବାପି ଲାହିରି ସଙ୍ଗୀତ ସହିତ ତାଙ୍କ ସୁନା ପିନ୍ଧାପାଇଁ ବେଶ ପରିଚିତ। ବାପି ଦା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ। ପ୍ରେସଲି ତାଙ୍କ କନସର୍ଟ ସମୟରେ ଏକ ସୁନା ଚେନ୍ ପିନ୍ଧୁଥିଲେ। ତେଣୁ ସେ ପ୍ରେସଲିଙ୍କୁ ଦେଖୁଥିଲେ ଏବଂ ଭାବୁଥିଲେ ଯେ ଜୀବନରେ ସଫଳତା ହାସଲ କରିବା ପରେ ସେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବେ। ପ୍ରେସ୍ଲି ଦ୍ୱାରା ପ୍ରଭାବିତ ହୋଇ ସେ ସୁନା ପିନ୍ଧୁଥିଲେ ଏବଂ ଏହା ତାଙ୍କ ପାଇଁ ବହୁତ ଲକି ମଧ୍ୟ ଥିଲା।

2/5

ଏକ ରିପୋର୍ଟ ଅନୁଯାୟୀ, ବାପି ଦା ତାଙ୍କ ପଛରେ ୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଛାଡିଛନ୍ତି। ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଆଠରୁ ଦଶ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। ଡିସ୍କୋ କିଙ୍ଗ୍ ଏକ ଘଣ୍ଟା ଲାଇଭ୍ କନସର୍ଟ୍ସ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ। ବାପି ଦା ଦେଶର ସର୍ବୋଚ୍ଚ ଟିକସଦାତାମାନଙ୍କ ମଧ୍ୟରେ ଜଣେ ଥିଲେ। କୁହାଯାଉଛି ଯେ, ବାପି ଲାହିରିଙ୍କର ବାର୍ଷିକ ଆୟ ୨.୨ କୋଟି ଟଙ୍କା ଥିଲା। ତାଙ୍କର ବ୍ୟକ୍ତିଗତ ବିନିଯୋଗ ୧୧.୩ କୋଟି ଟଙ୍କା ଥିଲା।

3/5

୨୭ ନଭେମ୍ବର ୧୯୫୨ରେ ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ସଂଗୀତଜ୍ଞ ପରିବାରରେ ବାପି ଦା ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଆଲୋକେଶ ଲାହିରି। କିମ୍ବଦନ୍ତୀ ଗାୟକ କିଶୋର କୁମାର ତାଙ୍କ ସମ୍ପର୍କୀୟ ଥିଲେ। କୁହାଯାଏ ଯେ ବାପି ଲାହିରି ମାତ୍ର ତିନି ବର୍ଷ ବୟସରେ ତବଲା ବଜାଇବା ଆରମ୍ଭ କରିଥିଲେ। ସେ ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପରେ ଅତୁଳନୀୟ ଅବଦାନ ରଖିଥିଲେ। ଡିସ୍କୋ କିଙ୍ଗ୍ ବଲିଉଡ ଓ ବଙ୍ଗାଳା ବ୍ୟତୀତ ତେଲୁଗୁ, ତାମିଲ ଓ କନ୍ନଡ ଭାଷାରେ ଶତାଧିକ ଗୀତରେ କଣ୍ଠଦାନ କରିଛନ୍ତି।

4/5

ବାପି ଦା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରହୁଥିଲେ, ଯାହା ସେ ୨୦୦୧ ମସିହାରେ କିଣିଥିଲେ। ବର୍ତ୍ତମାନ ଏହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ। ସେ ଅସୁସ୍ଥ ହେଲା ପରେ ଏହି ଘରେ ତାଙ୍କର ଯିବା ଆସିବା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଥିଲା।  ବାପି ଦା ଭଲ କାର କଲେକସନ ମଧ୍ୟ ରଖିଥିଲେ। ଯେଉଁଥିରେ, ବିଏମଡବ୍ଲୁ ଏବଂ ଅଡି ସମେତ ପାଞ୍ଚଟି କାର ଥିଲା। ତାଙ୍କର ଏକ ଟେସଲା ଏକ୍ସ କାର୍ ମଧ୍ୟ ଥିଲା ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ।

5/5

ବାପି ଦା ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ଶ୍ରୀରାମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଏଥିରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେତେବେଳେ ଦିଆଯାଇଥିବା ଆଫିଡେଫିଟ୍ ଅନୁଯାୟୀ, ବାପି ଦାଙ୍କର ୭୫୪ ଗ୍ରାମ ସୁନା ଏବଂ ୪.୬୨ କିଲୋଗ୍ରାମ ରୂପା ଥିଲା। ସେହିପରି ତାଙ୍କ ପତ୍ନୀ ଚିତ୍ରାଣୀଙ୍କ ପାଖରେ ୯୬୭ ଗ୍ରାମ ସୁନା ଓ ୮.୯ କିଲୋଗ୍ରାମ ରୁପା ଥିଲା। ଏହା ବ୍ୟତୀତ ତାଙ୍କ ପାଖରେ ୪ ଲକ୍ଷରୁ ଅଧିକ ମୂଲ୍ୟର ହୀରା ମଧ୍ୟ ଥିଲା। ବର୍ତ୍ତମାନ ସେହି ଘୋଷଣାକୁ ଆଠ ବର୍ଷରୁ ଅଧିକ ସମୟ ବିତିଯାଇଛି, ଅନୁମାନ କରାଯାଇପାରେ ଯେ ସେ ନିଶ୍ଚିତ ଭାବରେ ଏହି ସମ୍ପତିକୁ ବଢାଇଥିବେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link