ସମ୍ବଲପୁରୀ ଫେସନ ଶୋ ଫେସୋନୋଭା-୩ରେ ଚମକିଲେ ଅଣଓଡ଼ିଆ

ସମ୍ବଲପୁରୀ ବସ୍ତ୍ରରେ ଚମକିଲେ ମଡେଲ। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେଇ ମଡେଲମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରାମ୍ପରେ ଚାଲିଲେ। ସମ୍ବଲପୁରୀ ବସ୍ତ୍ରର କାର୍ଯ୍ୟକ୍ରମ ଫେସନୋଭା-୩ ଦର୍ଶକଙ୍କର ମନ ମଧ୍ୟ ମୋହିଛି।

ଅଜୟ କୁମାର ନାଥ Mon, 15 Nov 2021-11:54 am,
1/4

ସ୍ଥାନୀୟ ମଡେଲମାନେ ଭାରତର ବିଭିନ୍ନ ସ୍ଥାନରେ ମଡେଲିଂ ସହ ସମ୍ବଲପୁରୀ ବସ୍ତ୍ରକୁ କିଭଳି ଆହୁରି ଲୋକେ ଜାଣି ପାରିବେ, ବ୍ୟବହାର କରିବେ ସେ ଦିଗରେ ଚେଷ୍ଟା କରାଯିବ ବୋଲି କହିଥିଲେ। ସମ୍ବଲପୁରୀ କପଡାର ବିଭିନ୍ନ ଷ୍ଟାଇଲ ଦିନକୁ ଦିନ ବୃଦ୍ଧି ପାଉଛି ଏଥିରେ ସନ୍ଦେହ ନାହିଁ। ନିଶ୍ଚିତ ଭାବରେ ଫେସନୋଭା ଦ୍ୱାରା ଏହା ଆଉ ପାଦେ ଆଗକୁ ବଢିଛି।

2/4

ଏଥର ବିଶେଷ ଆକର୍ଷଣ ଥିଲା ଆୟୋଜକଙ୍କ ତରଫରୁ ଛୋଟ ବାଳକ ବାଳିକାଙ୍କୁ  ନେଇ ଆୟୋଜିଚ ଏକ ରାମ୍ପ ଶୋ। ଏହି ଶୋଟି ମଧ୍ୟ ଖୁବ ଚିତ୍ତାକର୍ଷକ ହୋଇଥିଲା। ଦର୍ଶକ ମନ ଭରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆୟୋଜକ ମାନେ ମଧ୍ୟ ସମ୍ବଲପୁରୀ ବସ୍ତ୍ରକୁ ନେଇ  ସ୍ଵତନ୍ତ୍ର ଫେସନ ଶୋ ଆୟୋଜନ କରିଥିବାରୁ ସ୍ଥାନୀୟ ବୁଣାକାର ଏବଂ ଡିଜାଇନରଙ୍କର କଳାକୃତିକୁ ଏହା ମାଧ୍ୟମରେ ପ୍ରଚାର, ପ୍ରସାର ଦିଗରେ ସହାୟକ ହୋଇଥିଲା। 

3/4

ମଡେଲମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଖୁସି ବ୍ୟକ୍ତ କରିଛନ୍ତି। ସେମାନେ କହିଥିଲେ ଯେ, ସମ୍ବଲପୁରୀ ହେଉଛି ଏକ ଆନ୍ତର୍ଜାତିକ ବ୍ରାଣ୍ଡର କପଡା। ଏହାର ସ୍ୱତନ୍ତ୍ର ଷ୍ଟଲମାନ କୋଲକାତା, ମୁମ୍ବାଇରେ ମଧ୍ୟ ରହିଛି। ଏହାକୁ କିଭଳି ଭାବରେ ଆହୁରି ବ୍ୟାପକ କରାଯାଇପାରିବ ସେ ଦିଗରେ ଏହା ଏକ ପ୍ରୟାସ ବୋଲି ମଡେଲମାନେ କହିଛନ୍ତି।

4/4

ଦୀର୍ଘ ତିନି ବର୍ଷ ହେବ ସମ୍ବଲପୁରୀ କପଡା ଓ ସ୍ଥାନୀୟ ଡିଜାଇନରଙ୍କର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମଡେଲମାନେ ରାମ୍ପରେ ଚାଲୁଛନ୍ତି। ନେକ୍ସ ଜେନ ଓ ଓରିସିସର ମିଳିତ ଉଦ୍ୟମରେ ଫେସନୋଭା ୩, ଫେସନ ପ୍ରତିଯୋଗିତା ଆୟୋଜିତ ହୋଇଛି। ସମ୍ବଲପୁରର ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହି ଫେସନ ଶୋରେ ମୁମ୍ବାଇ, କୋଲକାତା, ଭୁବନେଶ୍ୱର ସହ ସ୍ଥାନୀୟ ପୁରୁଷ ଓ ମହିଳା ମଡେଲମାନେ ଭାଗ ନେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link