ନୂଆଦିଲ୍ଲୀ: ଏବେ ବି ଚର୍ଚ୍ଚାର ଶିଖରରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା' । ଫିଲ୍ମଟି ରିଲିଜ ହେବା ପରଠୁ ସାରା ଦେଶରେ ଧୁମ ମଚାଇଛି। ଏହାର ଷ୍ଟୋରୀ ଲାଇନ, ଗୀତ, ଡ୍ୟାନ୍ସ  ସହ ଜବରଦସ୍ତ ଆକ୍ସନ ପାଇଁ ଫିଲ୍ମଟି ଖୁବ ଭଲ ରେସପନ୍ସ ପାଇଛି । ତେବେ ଏହି ଫିଲ୍ମଟି ଅଭିନେତା ଅଲ୍ଲୁଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରି ଦେଇଛି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ଡିମାଣ୍ଡ ଦେଖିଲେ ଲାଗୁଛି ଆଗାମୀ ଦିନରେ ସେ ତାଙ୍କ ଫିଲ୍ମ ଦ୍ବାରା ସଫଳତାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବେ ନିଶ୍ଚିତ ।


COMMERCIAL BREAK
SCROLL TO CONTINUE READING

ଆଉ ଏବେ ପୁଷ୍ପା (Pushpa: The Rise)ର ଡାଇଲଗ ସହ ଗୀତକୁ ଫ୍ୟାନ୍ସ ମାନେ ମନଭରି ଉପଭୋଗ କରିବା ସହ ଏମିତିକି କେନ୍ଦ୍ର  ସରକାର ମଧ୍ୟ କୋରୋନା ସଚେତନତା କ୍ଷେତ୍ରରେ ପୁଷ୍ପା ଫିଲ୍ମର ଡାଇଲଗକୁ ବେଶ୍ ନିଖୁଣ ଭାବେ ବ୍ୟବହାର କରିଛନ୍ତି। ତେବେ ଏଠାରେ କହିରଖୁଛୁ ଯେ, ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ସାମି ସାମି (Saami Saami Song) ଗୀତଟି ବେଶ ଲୋକପ୍ରିୟତା ହାସଲ କରିଛି । ହେଲେ ଆପଣ ଜାଣିଛନ୍ତି କି, ଏହି ଗୀତର ହିନ୍ଦୀ ରିମେକ ସମୟରେ ଏହାର କିଛିଟା ଧାଡ଼ିକୁ ଗାଇବାକୁ ନାପସନ୍ଦ କରିଥିଲେ ଗାୟିକା ସୁନିଧି ଚୌହାନ (Sunidhi Chauhan)। 


Also Read: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ FIR ରୁଜୁ, ଭଗବାନଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ବୟାନ


ପରେ ଗୀତ ଲିରିକାଲ ପରିବର୍ତ୍ତନ ହେବା ପରେ ସୁନିଧି ଗୀତଟିକୁ ଗାଇବାକୁ ରାଜି ହୋଇଥିଲେ। ପ୍ରକୃତରେ  ସାମି ସାମି ଗୀତର ଅନ୍ତରରା ଲୁଙ୍ଗି ଲପେଟ ପିୟା କୁ ନେଇ ସୁନିଧି ଗାଇବାକୁ ମନା କରିଥିଲେ ପରେ ଲୁଙ୍ଗି ଉଠାକେ କରାଯିବା ସହ ବିଡ଼ି ବଦଳରେ ବିଡ଼ା ଚବାନେ କୁ ପରିବର୍ତ୍ତନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ତେବେ ହିନ୍ଦୀରେ ରିମେକ ସାମୀ ସାମୀ (Hindi Remake Saami saami) ର ଗୀତିକାର ରକୀବ ଆଲମ କହିଛନ୍ତି ଯେ, ଗୀତରେ ପରିବର୍ତ୍ତନ କରାଯିବା ପରେ ହିଁ ସୁନିଧି ଗୀତଟିକୁ ରେକର୍ଡ କରିଥିଲେ। 


Also Read: ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲା ଏହି ସିଟ୍; ଗୋଟିଏ ଆସନ, ଦାବିଦାର ୩, ଦଳ କାହାକୁ ଦେବ ଟିକେଟ?


ଅନ୍ୟପଟେ ‘ପୁଷ୍ପା: ଦ ରାଇଜ୍‌’ର ସଫଳତା ପରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (Allu Arjun) ଙ୍କ ଡିମାଣ୍ଡ ପୂର୍ବଠାରୁ ଅଧିକ ବଢିଛି । ଭାରତୀୟ ସିନେମାରେ ଅଲ୍ଲୁ ଅର୍ଜୁନ ସବୁଠୁ ଦାମୀ ଅଭିନେତା ହେବାକୁ ଯାଉଛନ୍ତି । କୋରୋନା ମହାମାରୀ ସମୟରେ ମୁକ୍ତିଲାଭ କରିଥିବା ଅଲ୍ଲୁଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇସାରିଲାଣି । ଏହି ଫିଲ୍ମର ସଫଳତା ପରେ ଏବେ ତାଙ୍କ ଡିମାଣ୍ଡ ଆହୁରି ବଢିଯାଇଛି । ଯାହା ଫଳରେ ତାଙ୍କୁ ଏବେ ଚାରିଆଡ଼ୁ ବଡ଼ ବଡ଼ ଅଫର ମିଳିବାରେ ଲାଗିଛି।