ଜନ୍ମଦିନ ପୂର୍ବ ରାତିରେ `ଟାଇଗର`ଙ୍କୁ କାମୁଡିଲା ସାପ
ହସ୍ପିଟାଲରୁ ବାହାରି ଘରକୁ ନ ଯାଇ ସଲମାନ ତାଙ୍କ ଫାର୍ମ ହାଉସରେ ବିଶ୍ରାମ ନେଉଛନ୍ତି। ତାଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି। ଭାଇଜାନଙ୍କୁ ସାପ କାମୁଡା ଖବର ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।
ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ି ଦେଇଛି। ସେ ସେହି ସମୟରେ ତାଙ୍କ ପାନଭେଲ ଫାର୍ମହାଉସରେ ଥିଲେ। ସାପ କାମୁଡ଼ିବା ପରେ ସଲମାନ ଖାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି। କୁହାଯାଉଛି ଯେ, ବଲିଉଡର ଦବଙ୍ଗ ଖାନଙ୍କୁ କାମୁଡି ଥିବା ସାପଟି ବିଷାକ୍ତ ନଥିଲା, ତେଣୁ କୌଣସି ସମସ୍ୟା ହୋଇନାହିଁ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ସାଢେ ୩ଟା ବେଳେ ସଲମାନ ଖାନଙ୍କ ହାତକୁ ସାପ କାମୁଡ଼ି ଦେଇଥିଲା। ସର୍ପ ଦଂଶନ ପରେ ସଲମାନଙ୍କୁ ତୁରନ୍ତ MGM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କାମୁଡ଼ିଥିବା ସାପ ବିଷାକ୍ତ ନଥିଲା, ଯାହା ତାଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିନଥିଲା। ରାତାରାତି ଚିକିତ୍ସା ପରେ ସଲମାନ ଖାନଙ୍କୁ ୨୬ ଡିସେମ୍ବର ସକାଳ ୯ଟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
Also Read: ଫିଲ୍ମ '83' ଉପରେ ଦିଲ୍ଲୀ ସରକାରଙ୍କ ବଡ଼ ଫଇସଲା
ହସ୍ପିଟାଲରୁ ବାହାରି ଘରକୁ ନ ଯାଇ ସଲମାନ ତାଙ୍କ ଫାର୍ମ ହାଉସରେ ବିଶ୍ରାମ ନେଉଛନ୍ତି। ତାଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି। ଭାଇଜାନଙ୍କୁ ସାପ କାମୁଡା ଖବର ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ସଲମାନଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନଥିବା ପ୍ରଶଂସକଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ପାଲଟିଛି। ତେବେ କେଉଁ ପରିସ୍ଥିତିରେ ସଲମାନଙ୍କୁ ସାପ କାମୁଡିଲା ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ଡିସେମ୍ବର ୨୭ରେ ସଲମାନ ଖାନ ୫୬ତମ ଜନ୍ମ ଦିନ ପାଳିବେ। କୁହାଯାଉଛି ଯେ, ଜନ୍ମ ଦିନ ପାର୍ଟିର ପ୍ରସ୍ତୁତି ପାଇଁ ସେ ଫାର୍ମ ହାଉସରେ ଥିଲେ। ସଲମାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଶେଷ ଥର ପାଇଁ ଫିଲ୍ମ 'ଅନ୍ତିମ: ଫାଇନାଲ ଟ୍ରୁଥ'ରେ ସଲମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ତାଙ୍କ ଭେଣୋଇ ଆୟୁଷ ଶର୍ମାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ଏବେ ସଲମାନ ଖାନ ଫିଲ୍ମ 'ଟାଇଗର ୩'ରେ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ। ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଶାହାରୁଖ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ।