ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସଲମାନ ଖାନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। କିନ୍ତୁ ଏହି ଇଣ୍ଟରନେଟ୍ ଦୁନିଆରେ ଭୁଲ୍ ପାଇଁ କାହାକୁ କ୍ଷମା କରାଯାଇ ନାହିଁ। ଏହିପରି ଗୋଟିଏ ଭୁଲ ହେତୁ ସଲମାନ ଖାନ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି। ତାଙ୍କର 'Da-Bang The Tour Reloaded'ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପୂଜା ହେଗଡେଙ୍କ ସହ 'ଜୁମ୍ମେ କି ରାତ' ଗୀତରେ ହୁକଷ୍ଟେପ୍ କରୁଥିବା ଦେଖାଯାଉଛି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସଲମାନ ଖାନ, ପୂଜା ହେଗଡେ, ଦିଶା ପାଟାନି, ସୋନାକ୍ଷୀ ସିହ୍ନା ଏବଂ ଅନ୍ୟାନ୍ୟ ସେଲିବ୍ରେଟମାନେ ଦୁବାଇରେ 'Da-Bang The Tour Reloaded' ପାଇଁ ଅଛନ୍ତି। ଏହାର ଅନେକ ଭିଡିଓ ଏବଂ ଫଟୋ ଅନଲାଇନରେ ଭାଇରାଲ ହେଉଛି। ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ସେୟାର ମଧ୍ୟ କରୁଛନ୍ତି। ଏହାରି ମଧ୍ୟରେ ସଲମାନ ଓ ପୂଜା ହେଗଡେଙ୍କ ଏକ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଯାହାକୁ ନେଇ ବଲଉଡର ଭାଇଜାନଙ୍କୁ ସୋମାଲୋଚନାର ଶିକାର ହେବାକୁ ପଡିଛି।


Also Read: Kangana Ranautଙ୍କ ଶୋ'କୁ କୋର୍ଟଙ୍କ ଝଟକା; ଲକ୍ ହେଇଗଲା Lock Upp


'Da-Bang The Tour Reloaded'ରୁ ଭାଇରାଲ ହୋଇଥିବା ଭିଡିଓରେ, ସଲମାନ ଖାନ, ପୂଜା ହେଗଡେଙ୍କ ସହ 'ଜୁମ୍ମେ କି ରାତ' ଗୀତକୁ ହୁକଷ୍ଟପ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପୂଜାଙ୍କ ଛୋଟ ପୋଷାକ ତାଙ୍କ ସମସ୍ୟାକୁ ବଢାଇ ଦେଇଥିଲା। ସଲମାନ ତଥାପି ପୂଜାଙ୍କ ସହ ତାଳ ମେଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେ ଫେଲ ହୋଇଥିଲେ। ପୂଜାଙ୍କୁ କିଛି ବାଟ ପିଛା କରିବା ପରେ ସେ ତାଙ୍କ ସ୍କଟକୁ କାମୁଡିଥିଲେ।


 


 

 

 

 



 

 

 

 

 

 

 

 

 

 

 

A post shared by Salman Khan (@beingkhantr)


ସଲମାନଙ୍କ ଏହି କାର୍ଯ୍ୟ ପାଇଁ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି। ଲୋକମାନେ ଏହି କାର୍ଯ୍ୟକୁ ଲଜ୍ଜାଜନକ ବୋଲି କହିଛନ୍ତି। ସଲମାନ ଏବଂ ପୂଜା ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'କଭି ଇଦ୍ କଭି ଦିୱାଲି'ରେ ବ୍ୟସ୍ତ ଅଛନ୍ତି। ଆସନ୍ତା ବର୍ଷ ଇଦରେ ଫିଲ୍ମ ବଡ ପରଦାରେ ରିଲିଜ ହେବାର ସମ୍ଭବନା ଅଛି।