Kangana Ranautଙ୍କ ଶୋ'କୁ କୋର୍ଟଙ୍କ ଝଟକା; ଲକ୍ ହେଇଗଲା Lock Upp
Advertisement

Kangana Ranautଙ୍କ ଶୋ'କୁ କୋର୍ଟଙ୍କ ଝଟକା; ଲକ୍ ହେଇଗଲା Lock Upp

କଙ୍ଗନା ରଣାୱତଙ୍କ 'Lock Upp' ସୋମବାର ଅର୍ଥାତ ଫେବୃଆରୀ ୨୭ରୁ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ଆରମ୍ଭ ହେବାର ଥିଲା। କିନ୍ତୁ ଏହାପୂର୍ବରୁ ଶୋ’ର କନସେପ୍ଟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: OTT ଡେବ୍ୟୁ ପାଇଁ ଆଜିକାଲି କଙ୍ଗନା ରଣାୱତ ହେଡଲାଇନରେ ଅଛନ୍ତି। ସେ ଏକତା କପୁରଙ୍କ ଶୋ 'Lock Upp' ମାଧ୍ୟମରେ OTTରେ ଧମାକେଦାର ଏଣ୍ଟ୍ରୀ କରିବାକୁ ଯାଉଛନ୍ତି। ଯଦି ଆପଣ ମଧ୍ୟ ଏହି ଶୋ ପାଇଁ ଅପେକ୍ଷା କରନ୍ତି, ତେବେ ଆପଣଙ୍କ ପାଇଁ ଦୁଃଖଦ ଖବର ଆସିଛି। କାରଣ 'ପଙ୍ଗା ଗର୍ଲ'ଙ୍କ 'Lock Upp' ଶୋ ଆଇନଗତ ଜାଲରେ ଫସି ରହିଛି। 'Lock Upp' ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦର ଏକ ସିଟି ସିଭିଲ୍ କୋର୍ଟ ଶୋ' ଉପରେ ରହିତାଦେଶ ଲାଗୁ କରିଛନ୍ତି।

କଙ୍ଗନା ରଣାୱତଙ୍କ 'Lock Upp' ସୋମବାର ଅର୍ଥାତ ଫେବୃଆରୀ ୨୭ରୁ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ଆରମ୍ଭ ହେବାର ଥିଲା। କିନ୍ତୁ ଏହାପୂର୍ବରୁ ଶୋ’ର କନସେପ୍ଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ କୋର୍ଟ ଏହି ଶୋ’କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ସାନୋବର ବେଗ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏମଏକ୍ସ ପ୍ଲେୟାର, ଏକତା କପୁର ଓ ଏଣ୍ଡମୋଲ ସାଇନ୍ ଉପରେ ତାଙ୍କ ଗେମ ଶୋ' ଜେଲ କନସେପ୍ଟ ଚୋରୀ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ରେ ହେବ।

Also Read: 'କାଚା ବାଦାମ'କୁ ଟକ୍କର ଦେବାକୁ ଆସିଲା 'ପିଜୁଳି', ଭାଇରାଲ ହେଉଛି ଅଜାଙ୍କ ଭି଼ଡିଓ

ସୂଚନାଯୋଗ୍ୟ,  ଏକତା କପୁର ଏବଂ କଙ୍ଗନା ରଣାୱତ ଗତ ମାସରେ ସେମାନଙ୍କର ଶୋ, 'Lock Upp' ଘୋଷଣା କରିଥିଲେ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଏହି ଶୋ ଆରମ୍ଭ କରିଥିଲେ। 'Lock Upp'ରେ ୧୬ ଜଣ ଲୋକପ୍ରିୟ ସେଲିବ୍ରିଟି ପ୍ରତିଯୋଗୀ କଙ୍ଗନାଙ୍କ କାରାଗାରରେ ବନ୍ଦ ହୋଇ ରହିବେ। ସଲମାନଙ୍କ ବିଗ ବସ ପରି ଏଠାରେ ମଧ୍ୟ ମୌଳିକ ସୁବିଧା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଲଢେଇ ହେବ। ଶେଷରେ ଜଣେ ବିଜେତା ବାହାରିବେ।