ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା T20 ବିଶ୍ୱକପ୍ ପୂର୍ବରୁ ଏତ ବଡ ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି। ଚଳିତ T20 ବିଶ୍ୱକପ୍ ପରେ ଭାରତୀୟ ଦଳର ଅଧିନାୟକ ପଦ ଛାଡିବା ନେଇ ଜଣାଇଛନ୍ତି ସେ। ତିନି ତିନିଟି ଫର୍ମାଟରେ ଅଧିନାୟକ ପଦ ସମ୍ଭାଳିବା କାରଣରୁ ତାଙ୍କର କ୍ରୀଡା଼ କ୍ୟାରିୟର ପ୍ରଭାବିତ ହେଉଥିବା ଅନୁଭବ କରୁଛନ୍ତି ଭାରତୀୟ ପୁରୁଷ କ୍ରିକେଟ ଦଳର ମଙ୍ଗୁଆଳ।   


COMMERCIAL BREAK
SCROLL TO CONTINUE READING

ବିଗତ କିଛି ବର୍ଷ ଧରି ତାଙ୍କର କ୍ୟାରିୟର ଠିକ ନଥିଲା। ଏହି କାରଣରୁ ସେ ପଦ ଛାଡିବା ନେଇ ଇସାରା ଦେଇଥିବା ଚର୍ଚ୍ଚା ହେଉଛି। T20 ଫର୍ମାଟକୁ ଛାଡି ଟେଷ୍ଟ-ଦିନିକିଆ ଫର୍ମାଟରେ ଅଧିନାୟକତ୍ୱ ପଦ ଜାରି ରଖିବେ ବୋଲି ଜଣାଇଛନ୍ତି କ୍ୟାପ୍ଟେନ ବିରାଟ କୋହଲି। ଭାରତୀୟ ଦଳରେ ପଦାର୍ପଣ କରିବା ସମୟରେ ନିଜର ଚମତ୍କାରୀ ପ୍ରଦର୍ଶନ କାରଣରୁ କ୍ରିକେଟ ଦୁନିଆରେ ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିଲେ ସେ।  


ହେଲେ ବିଗତ ୨ ବର୍ଷ ଧରି କ୍ରିକେଟର କୌଣସି ଫର୍ମାଟରେ ମଧ୍ୟ ଶତକ କରିବାରେ ବିଫଳ ହୋଇଥିଲେ ସେ। କ୍ୟାରିୟରରେ ତାଙ୍କର ଫର୍ମ ଖରାପ ହେବା ପଛରେ ତିନି ଫର୍ମାଟରେ ଅଧିନାୟକତ୍ୱ କରିବା ମୁଖ୍ୟ କାରଣ ବୋଲି କୁହାଯାଉଛି। ଯାହାର ବୋଝକୁ ସେ ସମ୍ଭାଳିବାର ସକ୍ଷମ ହୋଇନଥିଲେ। 


Also Read: Ind vs Eng: Team Indiaର ଦୁଇ ଷ୍ଟାର୍ ଖେଳାଳି ଆହତ, କ'ଣ ହେବ ୫ମ ଟେଷ୍ଟର ଭାଗ୍ୟ?


T20 ଅଧିନାୟକ ଭାବରେ କୋହଲିଙ୍କ ରେକର୍ଡ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ସେ ମୋଟ ୪୫ ମ୍ୟାଚରେ ଭାରତୀୟ ଦଳର  ନେତୃତ୍ୱ ନେଇଛନ୍ତି। ସେଥିମଧ୍ୟରୁ ୨୭ଟି ମ୍ୟାଚରେ ଭାରତୀୟ ଦଳ ବାଜିମାତ କରିଥିବା ବେଳେ ୧୪ଟି  ମ୍ୟାଚରେ ପରାସ୍ତ ହୋଇଛିଛି। ସେହିପରି ୪ଟି ମ୍ୟାଚର ଫଳାଫଳ ଡ୍ର ରହିଛି। ନିକଟତମ ଲୋକଙ୍କ ମତାମତ ନେବା ପରେ T20 ଫର୍ମାଟରେ ଦଳର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସେ।


ଗତ ୨୦୧୭ ବର୍ଷରେ T20 ଫର୍ମାଟରେ ଭାରତୀୟ ଦଳର ଅଧିନାୟକତ୍ୱ ପଦ ହାତେଇ ଥିଲେ କୋହଲି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ T20 ସିରିଜରେ ଗତବର୍ଷ ଅଷ୍ଟ୍ରେଲିଆକୁ ୨-୧, ୨୦୧୮ ବର୍ଷରେ ଦକ୍ଷିଣ ଆଫ୍ରିକାକୁ ୨-୧ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ଗତ ବର୍ଷ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୫-୦ ବ୍ୟବଧାନ କ୍ଲିନସ୍ୱିପ୍ କରିଥିଲା ଟିମ ଇଣ୍ଡିଆ। ସେହିପରି ୨୦୧୮ ମୁକାବିଲାରେ ଇଂଲଣ୍ଡକୁ ୨-୧, ୨୦୧୯ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୩-୦,  ୨୦୧୭ ମୁକାବିଲାରେ ଶ୍ରୀଲକାଙ୍କୁ ୧-୦  ବ୍ୟବଧାନରେ ପରାସ୍ତ କରିଥିଲା ଭାରତୀୟ ଦଳ।


Also Read: ଗୋଟିଏ ଆଘାତ ଏହି ଖେଳାଳିଙ୍କ କ୍ୟାରିୟରରେ ଲଗାଇଲା ବିରାମ, T20 ବିଶ୍ୱକପରୁ ବି କରିପାରେ ଆଉଟ୍


ଗତ ୨୦୧୯ ବର୍ଷରେ ଶେଷ ଥର ପାଇଁ ଶତକସ ହାସଲ କରିଥିଲେ କୋହଲି। ମୋଟ ୯୬ ଟେଷ୍ଟ ମ୍ୟାଚ ଖଳି କୋହଲି ୨୭ ଶତକ, ଦିନିକିଆ ଫର୍ମାଟରେ ୪୩ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଭଳି ଦେଶ ବିରୁଦ୍ଧରେ ଭାରତୀୟ ଦଳକୁ ସିରିଜ ଜିତାଇାବାରେ ସେ ହେଉଛନ୍ତି ପ୍ରଥମ ଟିମ ଇଣ୍ଡିଆ ଅଧିନାୟକ।