Ind vs Eng: Team Indiaର ଦୁଇ ଷ୍ଟାର୍ ଖେଳାଳି ଆହତ, କ'ଣ ହେବ ୫ମ ଟେଷ୍ଟର ଭାଗ୍ୟ?
Advertisement
Article Detail0/zeeodisha/odisha980222

Ind vs Eng: Team Indiaର ଦୁଇ ଷ୍ଟାର୍ ଖେଳାଳି ଆହତ, କ'ଣ ହେବ ୫ମ ଟେଷ୍ଟର ଭାଗ୍ୟ?

ଟିମ ଇଣ୍ଡିଆର ସମସ୍ୟା ବଢିଯାଇଛି। ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଭାରତ ପାଇଁ ଏକ ଶତକ ହାସଲ କରିଥିବା ଷ୍ଟାର ଓପନର୍ ରୋହିତ ଶର୍ମାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ରୋହିତଙ୍କ ବ୍ୟତୀତ ଚେତେଶ୍ୱର ପୂଜାରାଙ୍କ ଗୋଡରେ ମଧ୍ୟ ଆଘାତ ଲାଗିଛି।

ଫାଇଲ ଫଟୋ

ଲଣ୍ଡନ: ଟିମ୍ ଇଣ୍ଡିଆ (Team India) ର ଡ୍ରେସିଂ ରୁମରୁ ଲଗାତାର ଅଶୁଭ ଖବର ଆସୁଛି। ପ୍ରଥମେ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ କିଛି କୋଚିଂ କର୍ମଚାରୀ କୋରୋନା ପଜିଟିଭ୍ ହୋଇଥିଲେ। ଆଉ ଏବେ ଦୁଇ ଜଣ ଷ୍ଟାର ପ୍ଲେୟାର ଆହତ ହୋଇଛନ୍ତି। ଏହି ଘଟଣା ପରେ ଟିମ ଇଣ୍ଡିଆର ସମସ୍ୟା ବଢିଯାଇଛି। ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଭାରତ ପାଇଁ ଏକ ଶତକ ହାସଲ କରିଥିବା ଷ୍ଟାର ଓପନର୍ ରୋହିତ ଶର୍ମାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ରୋହିତଙ୍କ ବ୍ୟତୀତ ଚେତେଶ୍ୱର ପୂଜାରାଙ୍କ ଗୋଡରେ ମଧ୍ୟ ଆଘାତ ଲାଗିଛି।

ଆହତ କାରଣରୁ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ରୋହିତ ଶର୍ମା (Rohir Sharma) ଏବଂ ଚେତେଶ୍ୱର ପୂଜାରା (Cheteswar Pujara) ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଫିଲ୍ଡିଂ ପାଇଁ ଆସିନାହାଁନ୍ତି। ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା (୧୨୭) ଏବଂ ଚେତେଶ୍ୱର ପୂଜାରା (୬୧) ୧୩୫ ରନ ଭାଗିଦାରୀ କରି ଭାରତକୁ ୪୬୬ ସ୍କୋର କରିବାରେ ସାହାଯ୍ୟ କରିଥିଲେ। ଏହି ଇନିଂସ ସମୟରେ ପୂଜାରାଙ୍କ ଗୋଡ ମୋଡ଼ି ହୋଇଯାଇଥିଲା ଏବଂ ଇନିଂସ ସମୟରେ ତାଙ୍କୁ ଏକ ବ୍ୟାଣ୍ଡେଜ୍ ସହିତ ଖେଳିବାକୁ ପଡିଲା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବେଳେ ରୋହିତ ଶର୍ମାଙ୍କ ଆଣ୍ଠୁରେ ଆଘାତ ଲାଗିଥଲା। ସେ ପଞ୍ଚମ ଦିନରେ ପଡ଼ିଆକୁ ଉହ୍ଲାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Also Read: Tokyo Paralympics: ବ୍ୟାଡମିଣ୍ଟନରେ ଦେଶକୁ ଜିଲ୍ଲାପାଳ ଦେଲେ Silver Medal

ବିସିସିଆଇ (BCCI) କହିଛି, 'ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ପଡ଼ିଆକୁ ଆସିନାହାଁନ୍ତି। ରୋହିତଙ୍କ ବାମ ଆଣ୍ଠୁ ଏବଂ ପୂଜାରାଙ୍କ ବାମ ଗୋଡରେ ଯନ୍ତ୍ରଣା ହେଉଛି। ବିସିସିଆଇ ମେଡିକାଲ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।' ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୩୬୮ ରନ୍‌ର ଟାର୍ଗେଟକୁ ପିଛା କରୁଛି।

ସୂଚନାଯୋଗ୍ୟ, ଓଭାଲ (Oval) ରେ ଇଂଲଣ୍ଡ (England) ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ (Test Match) ର ଚତୁର୍ଥ ଦିନରେ ଭାରତ ରବିବାର ଦ୍ୱିତୀୟ ଇନିଂସରେ ୪୬୬ ରନ୍ ସଂଗ୍ରହ କରି ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଦେଇଛି। ଦିନିକିଆ ଖେଳ ଶେଷ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ବିନା ୱିକେଟରେ ୭୭ ରନ୍ ସଂଗ୍ରହ କରିଥିଲା ​​ଏବଂ ଜିତିବା ପାଇଁ ସେମାନଙ୍କୁ ଆଉ ୨୯୧ ରନ୍ ଆବଶ୍ୟକ।