କଟକ: କିଛି ଦିନର ବିରତି ପରେ ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ବିବାଦ। ଆଉ ଥରେ ପୁରୀଘାଟ ଥାନାର ଦ୍ୱାରାସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘରେ ଜଣାଶୁଣି ତାଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଚୁଇଙ୍ଗମ୍ ପାଲଟିଲାଣି ବର୍ଷା-ଅନୁଭବ ସମ୍ପର୍କ। ଦିନକୁ ଦିନ ଏହି ମାମଲା ଟାଣି ହେବାରେ ଲାଗିଛି। ବର୍ଷେରୁ ଊର୍ଦ୍ଧ୍ୱ କାଳ ହେଲା ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଛି। କଟକ SDJM କୋର୍ଟରୁ ସୁପ୍ରିମକୋର୍ଟ (Supreme Court) ଯାଏଁ ମାମଲା ଗଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସମ୍ପର୍କରେ କୌଣସି ସୁଧାର ଆସିଲା ନାହିଁ, ବରଂ ତାହା ଆହୁରି ଜଟିଳ ହେବାରେ ଲାଗିଛି।


Also Read: ଘରୋଇ କଳିର ସମାଧାନ ଚାହୁଁ ନାହାନ୍ତି କି ଅନୁଭବ?


ଏହାରି ଭିତରେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ (Anubhav Mohanty) ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ପୁଣି ଥରେ କଟକ ପୁରୀଘାଟ ଥାନା (Purighat Police) ର ଦ୍ୱାରସ୍ଥ ହୋଇଛନ୍ତି। ଶାଶୁଘର ଲୋକେ ତାଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ଏବଂ ସେ ରହୁଥିବା ରୁମର ଏସି ଓ ଟିଭିର ବିଦ୍ୟୁତ ସଂଯୋଗ କାଟିଦେଉଛନ୍ତି ବୋଲି ଅଭିନେତ୍ରୀ ବର୍ଷା ଥାନାରେ ଅଭିଯୋଗ କରିଛନ୍ତି।
 
ଏହାପୂର୍ବରୁ ବର୍ଷା ଅନେକ ଥର ଥାନାକୁ ଧାଇଁଛନ୍ତି। ଥରେ ଘରେ ଚାବି ପକାଇ ତାଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ରଖାଯାଇଥିଲା। ଏକାଧିକ ପୁରୁଷ ତାଙ୍କ ବେଡରୁମରେ ଭିଡିଓ କରୁଥିବା ମଧ୍ୟ ବର୍ଷା ଅଭିଯୋଗ ଆଣିଥିଲେ। ଏପରିକି ଘରୋଇ ହିଂସା (Domestics Violence) ମାମଲାରେ ସେ ମହିଳା କମିଶନର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ଫଳ କିଛି ହେଲା ନାହିଁ।


Also Read: ଦଳରୁ ଦୁରେଇ ଗଲେଣି ଅନୁଭବ ?


ସେପଟେ ସାଂସଦ ଅନୁଭବ ମହାନ୍ତି ଛାଡପତ୍ର ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି। ତାହାର ଶୁଣାଣି କଟକ (Cuttack) ରେ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ହେବାରୁ ବର୍ଷାଙ୍କୁ ଶାଶୁଘର ଛାଡିବାକୁ କୁହାଯାଉଥିଲା। କିନ୍ତୁ ସେ ସେଠାରେ ହିଁ ରହିବାକୁ ଜିଦ୍ ଧରିଥିଲେ। ଏବେ ନାନା ପ୍ରକାରେ ବର୍ଷାଙ୍କୁ ଶାଶୁଘର ଲୋକେ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି। ତେବେ ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ବିବାଦର ସମାଧାନ କେବେ ହେବ ତାହାକୁ ସମସ୍ତେ ଅନେଇ ବସିଛନ୍ତି।