ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ଖବର....
Trending Photos
1- DGP Conference 2nd Day: ଭୁବନେଶ୍ବରରେ ଚାଲିଥିବା ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଭୁବନେଶ୍ବର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସମ୍ମିଳନୀରେ ଯୋଗ ଦେବେ । ଦ୍ବିତୀୟ ଓ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି। ୫୯ ତମ ପୋଲିସ ଡିଜି-ଆଇଜି ସମ୍ମିଳନୀକୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ ।
2-Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଉ ଏହା ସାଙ୍ଗକୁ କୋହଲା ପାଗ । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଚକିତ କଲା ପରି ଖବର ଦେଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ପେଙ୍ଗଲ' । ଆଜି ତାମିଲନାଡୁ ଉପକୂଳର ନିକଟବର୍ତ୍ତୀ ବାତ୍ୟା ହେବ । ବାତ୍ୟା 'ଫେଙ୍ଗଲ୍' ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
3-ISRO: ପୁଣି ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଆସନ୍ତା ଡିସେମ୍ବର 4 ତାରିଖରେ ଇସ୍ରୋ ଶ୍ରୀହରିକୋଟା ସ୍ପେଶପୋର୍ଟରୁ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ରୋବା-3 ମିଶନକୁ ଲଞ୍ଚ କରିବାକୁ ଯାଉଛି । ESAର ଏହି ମିଶନ ସୂର୍ଯ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ ।
4-PM Modi Odisha visit: ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶା ମାଟିରେ ଜୟ ଜଗନ୍ନାଥ କହିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବଢ଼ାଇବା । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି ଏବଂ ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ ଆମେ କାମ କରୁଛୁ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ସାଧାରଣ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି । ଜନତାଙ୍କ ସହ ଯୋଡ଼ି ହେବା ବିଜେପିର ନୀତି ଆଦର୍ଶ । ମାଆ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢ଼ାଇଛନ୍ତି । ଓଡ଼଼ିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି ଏବଂ ଏଠାରେ ଧାନର ଏମ୍ଏସ୍ପି ୩୧୦୦ ଟଙ୍କା ଦିଆଯାଉଛି ବୋଲି ପିଏମ ମୋଦୀ କହିଛନ୍ତି ।
5-Accident News:ଶୁକ୍ରବାର ଅପରାହ୍ନରେ ମହାରାଷ୍ଟ୍ରର ଗୋନ୍ଦିଆଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି ଭଣ୍ଡାରା ଠାରୁ ଗୋନ୍ଦିଆକୁ ଆସୁଥିଲା। ଗୋନ୍ଦିଆ ଠାରୁ ୩୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି | ପ୍ରଥମେ ଏହା ଖଜରି ଗ୍ରାମ ନିକଟରେ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
6- Ex Delhi Cm: ଶୁକ୍ରବାର ଦିନ ଦିଲ୍ଲୀ ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ସ୍ଥିତିକୁ ଗଲାଣି । ଗ୍ୟାଙ୍ଗଷ୍ଟରମାନେ ଦିଲ୍ଲୀରେ ରାଜ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ସବୁ ଜାଣି ଚୁପ୍ ରହିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ତିନୋଟି ସ୍ଥାନରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ଲରେନ୍ସ ବିଷ୍ଣୋଇ ସାବରମତି ଜେଲରୁ ଏକ ଗ୍ୟାଙ୍ଗ ଚଳାଉଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ସୁରକ୍ଷା ଦିଆଯାଉଛି ସେଥିପାଇଁ ଅପରାଧୀମାନେ ଏତେ ନିର୍ଭୟରେ ଅଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।
7-Dev Deepawali 2024: ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
8-Maoist Arrest:ମାଲକାନିଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI -79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୁଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ। ଓଡିଶା ଏବଂ ଛତିଶଗଡ଼ର ଉଭୟ ସରକାର ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଗିରଫ ମହିଳା ମାଓବାଦୀଙ୍କ ଘର ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା କୁହାଯାଉଛି।
9-India GDP: ଅର୍ଥନୀତି କ୍ଷେତ୍ରରେ ଭାରତକୁ ଲାଗିଛି ବଡ଼ ଝଟକା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠୁ କମ୍ ବୋଲି କୁହାଯାଇପାରିବ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଆର୍ଥିକ ଅଭିବୃଦ୍ଧିରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
10-Samantha Ruth Prabhu: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ପିତାଙ୍କ ଦେହାନ୍ତ ଖବର ମନୋରଞ୍ଜନ ଜଗତକୁ ସ୍ତବ୍ଧ କରିଦେଇଛି। ଅଭିନେତ୍ରୀ ଯେଉଁଭଳି ଭାବରେ ଏହି ଖବର ଶୁଣିଛନ୍ତି ତାହା ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାମନ୍ଥା ରୁଥ୍ ପ୍ରଭୁଙ୍କ ଜୀବନରେ ହଠାତ୍ ଏମିତି କିଛି ଘଟିବ ବୋଲି କେହି ଆଶା କରିନଥିଲେ। ଅଭିନେତ୍ରୀ ତାଙ୍କ ପିତାଙ୍କ ବିୟୋଗରେ ଗଭୀର ଦୁଃଖିତ ହୋଇପଡିଛନ୍ତି । ତାଙ୍କ ହୃଦୟ ଭାଙ୍ଗି ଯାଇଛି, କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀଙ୍କ ସହ ତାଙ୍କ ବାପାଙ୍କର ସମ୍ପର୍କ କେମିତି ଥିଲା।