Sajid Khan Controversy, ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ବଲିଉଡ ଫିଲ୍ମ ମେକର ତଥା ଅଭିନେତା ସାଜିଦ ଖାନ। ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କ ସାଙ୍ଘାତିକ ଅଭିଯୋଗ ପରେ ସାଜିଦଙ୍କ ଅଡୁଆ ବଢିଛି। ଅଭିନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦ୍ର ମନ୍ତ୍ରୀଙ୍କ ନିକଟକୁ ଦିଲ୍ଲୀ ମହିଳା କମିଶନ ଅପିଲ କରିଛି। ସାଜିଦ୍ ନିଜ ପ୍ରାଇଭେଟ ପାର୍ଟ ଦେଖାଇ, ତାର ରେଟିଂ କରିବାକୁ କହିଥିବା ନେଇ ଅଭିନେତ୍ରୀ ସାର୍ଲିନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି। ଫଳରେ ପୁଣି ଥରେ #MeToo ଅଭିଯାନର ନିଆଁ କୁହୁଳିବା ଆରମ୍ଭ ହୋଇଛି।


COMMERCIAL BREAK
SCROLL TO CONTINUE READING

ଫିଲ୍ମ ମେକର ସାଜିଦ ଖାନ ଓ ବିବାଦ ମଧ୍ୟରେ ସମ୍ପର୍କ ଅତି ଘନିଷ୍ଟ। ୨୦୧୮ରେ ସାଜିଦଙ୍କ ବିରୁଦ୍ଧରେ ଏକାଧିକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଫଳରେ ତାଙ୍କୁ ବର୍ଷେ ପାଇଁ Indian Film and Television Directors' Association (IFTDA) ନିଲମ୍ବିତ କରିଥିଲା। ଏରକି ଏଥିପାଇଁ ସାଜିଦଙ୍କୁ ହାଉସଫୁଲ ୪ରୁ ବାହାର ହେବାକୁ ପଡିଥିଲା। ସାଜିଦଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଅଭିନେତ୍ରୀ ସେର୍ଲିନ ଚୋପ୍ରା ହେଉଛନ୍ତି ଅନ୍ୟତମ। ତେବେ ବିବାଦୀୟ ଫିଲ୍ମ ମେକର ସାଜିଦ, ବିବାଦୀୟ ରିଆଲିଟି ଶୋ ବିଗ୍ ବସରେ ସାମିଲ ହେବା ପରେ ପୁଣି ବିବାଦ ମୁଣ୍ଡ ଟେକିଛି। ସୋମବାର ସେର୍ଲିନ ଯେଉଁ ଟ୍ୱିଟ୍ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।


Also Read: Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ


ସୋମବାର ସଲମାନ ଖାନଙ୍କ ସମ୍ପର୍କୀତ ଏକ ଆର୍ଟିକିଲ ସେୟାର କରି ଅଭିନେତ୍ରୀ ସେର୍ଲିନ ଲେଖିଛନ୍ତି, "He had flashed his private part at me & asked me to rate it on a scale of 0 to 10. I'd like to enter into the house of Big Boss & give him the rating! Let India watch how a survivor deals with her molester! Pls take a stand! @BeingSalmanKhan." କାହାର ନାଁ ନ ନେଇ ଅଭିନେତ୍ରୀ କହିଛନ୍ତି, "ସେ ମତେ ତାଙ୍କ ପ୍ରାଇଭେଟ୍ ପାର୍ଟ ଦେଖାଇଲେ ଓ ତାକୁ ୦ରୁ ୧୦ ମଧ୍ୟରେ ରେଟିଂ ଦେବାକୁ କହିଥିଲେ। ମୁଁ ବିଗ ବସରେ ଆସି ତାଙ୍କୁ ସେହି ରେଟିଂ ଦେବାକୁ ଚାହୁଁଛି। ମହିଳାଙ୍କୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିଙ୍କୁ ପୀଡିତାମାନେ କିଭଳି ଡିଲ୍ କରନ୍ତି ତାହା ଭାରତକୁ ଦେଖିବାକୁ ଦିଅନ୍ତି। ସଲମାନ ଖାନ ପଦକ୍ଷେପ ନିଅନ୍ତୁ।"


 



ସେର୍ଲିନଙ୍କ ଏହି ଟ୍ୱିଟ୍ ଆସିବା ପରେ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଛି। ଦିଲ୍ଲୀ ମହିଳା କମିଶନ ମାମଲାକୁ ଅତି ଗୁରୁତର ସହ ନେଇଛି। ସୋମବାର କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, "ସାଜିଦ ଖାନଙ୍କ ବିରୋଧରେ #MeeToo ଅଭିଯାନ ମାଧ୍ୟମରେ ୧୦ ଜଣ ମହିଳା ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏହି ସମସ୍ତ ଅଭିଯୋଗ ସାଜିଦଙ୍କ ଘୃଣ୍ୟ ମାନସିକତାକୁ ଦର୍ଶାଉଛି। ଏବେ ଏହି ବ୍ୟକ୍ତିଙ୍କୁ ବିଗ୍ ବସ୍-୧୬ରେ ସ୍ଥାନ ଦିଆଯାଇଛି, ଯାହା ସମ୍ପୂର୍ଣ୍ଣ ଭୁଲ। ତେଣୁ ମୁଁ ସାଜିଦଙ୍କୁ ଶୋରୁ ହଟାଇବାକୁ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛି।"