Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ ଲିଷ୍ଟରେ ?
Advertisement
Article Detail0/zeeodisha/odisha1388999

Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ ଲିଷ୍ଟରେ ?

Archana Nag :  ଅର୍ଚ୍ଚନା ନାଗଙ୍କ କଳା କାରନାମା ।  ଧିରେ ଧିରେ ଖୋଲୁଛି ପାପର କଳାପେଡି ।  କାହାକୁ କେତେ କୋଟି , କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା । ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି । 

 

ସୌଜନ୍ୟ : ସୋସିଆଲ ମିଡିଆ

Archana Nag : ଖୋଲିଲା ନାଗିନଙ୍କର କଳାଖେଳର କଳା କାରନାମା । କାହାକୁ କେତେ କୋଟି , କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା । ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି ।  ଏହା ସହିତ କେଉଁ ରାଜ୍ୟରୁ କେତେ ଜଣ ଝିଅ ଏବଂ ସେଲିବ୍ରେଟି ଏହି କଳା ଖେଳରେ ସାମିଲ ଥିଲେ। ତାହାର ମଧ୍ୟ ତଥ୍ୟ ପୋଲିସ ହାତରେ ଲାଗିଛି । ଅତି ଚତୁରତାର ସହିତ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ରାତିରେ ପ୍ଲାନ କରି ପରଦିନ ଅପରେସନରେ ଲାଗି ଯାଉଥିଲେ। ଏହି ଘଟଣାକୁ ପ୍ରଥମେ ଉନ୍ମୋଚନ କରିଥିବା ଅକ୍ଷୟ ପରିଜାଙ୍କ ଏତଲାରେ ତିନି କୋଟି ଦେବା ପାଇଁ ମଧ୍ୟ ବ୍ଲାକମେଲିଂ ହୋଇଥିଲା ବୋଲି ଏଫଆଇଆର (Fir) କପିରେ ଦର୍ଶାଯାଇଥିବା ଜଣାପଡିଛି । ତେବେ, ଏ ଘଟଣାର ପ୍ରକୃତ ଅପରେସନ ବିଷୟରେ ଆସନ୍ତୁ ଜାଣିବା 

ଅର୍ଚ୍ଚନା ନାଗ(Archana Nag) ଓ ତାଙ୍କ ସ୍ବାମୀ ଦୁହେଁ ବ୍ୟବହାର କରୁଥିବା ଲ୍ୟାପଟପ୍ ଓ ଇମେଲରୁ ଅନେକ ବାହାର ରାଜ୍ୟର ଝିଅ ଓ ସେଲିବ୍ରେଟିଙ୍କ ଡିଟେଲସ ସାମ୍ନାକୁ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।  ଯେଉଁଥିରେ ସେମାନଙ୍କ ଫଟୋ ସହିତ ବଡବଡିଆ ଗ୍ରାହକମାନଙ୍କୁ  ଲିଙ୍କ୍ କରି ପଠାଯାଉଥିଲା।  ବଡକଥା ହେଲା  ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କର ପବ୍ଲିକ ରିଲେସନ୍ ସଦାସର୍ବଦା ବଡ ବଡିଆ ନେତା ଓ ବିଲଡର ମାନଙ୍କ ସହିତ ରଖିବାକୁ ପ୍ରୟାସ କରୁଥିଲେ। ଯାହାକୁ ନେଇ ପ୍ରଥମେ ଏମାନେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। ଏହି ମଜବୁତିଆ ସମ୍ପର୍କକୁ ନେଇ ଏମାନେ କୋଟି କୋଟି ଟଙ୍କାର ଖେଳ କରିବାକୁ ସକ୍ଷମ ହେଉଥିଲେ। ଏହି ଆଧାରରେ ଶୀକାର ହୋଇଥିବା ଅକ୍ଷୟ ପରିଜାଙ୍କ ଘଟଣା ଅନ୍ୟତମ ଅଟେ । ଅକ୍ଷୟ ପରିଜା(Producer Akshay Parija) ଙ୍କ ଘଟଣାକୁ ଅନୁଧ୍ୟାନ କଲେ ଏକ ସିନେମାର କ୍ରାଇମ୍ କାହଣୀ ପରି ଲାଗୁଛି । ତେବେ ଆସନ୍ତୁ ଅକ୍ଷୟଙ୍କୁ କେମିତି ଫିଲ୍ମ ଷ୍ଟାଇଲରେ ଅପରେସନ କରାଯାଇଥିଲା ଜାଣିବା । 

ଏହାବି ପଢନ୍ତୁ : Archana Nag Blackmailing Case: ଦୁଇ ଦିନ ପରେ ନୀରବତା ଭାଙ୍ଗି ମାପିଜୁପି ଉତ୍ତର ରଖିଲା କମିଶନରେଟ୍ ପୋଲିସ

ନୟାପଲ୍ଲୀ ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ପ୍ରଥମେ ଅକ୍ଷୟଙ୍କ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ  ରେକର୍ଡ କରାଇ ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଚାନ୍ଦ 3 କୋଟି ଟଙ୍କା ଡିମାଣ୍ତ କରିଥିଲେ। ଅକ୍ଷୟ ଏହି ତିନି କୋଟି ଟଙ୍କା ନ ଦେବାରୁ ତାଙ୍କୁ ସ୍ୟାଣ୍ତି ଟାଓ୍ବାରକୁ ଡକାଯାଇଥିଲା । ସ୍ୟାଣ୍ତି ଟାଓ୍ବାରରେ ପ୍ରଥମେ ବ୍ଲକମେଲର ସ୍ବାମୀ ସ୍ତ୍ରୀ ଅକ୍ଷୟଙ୍କୁ ୩ କୋଟି ଦବାପାଇଁ ଧମକାଇ ଥିଲେ।  ଏଥିରେ ଅକ୍ଷୟ ରାଜି ନ ହେବାରୁ  କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସାଧାରଣରେ ଭାଇରାଲ କରିଦେବେ ବୋଲି କହିଥିଲେ। କିଛି ସମୟ ଆପୋଷ ଯୁକ୍ତିତର୍କ ପରେ ଅକ୍ଷୟ ଟଙ୍କା ଦେବା ପାଇଁ  ଅସମର୍ଥ ବୋଲି ସିଧା ଜଣାଇ ଥିଲେ। ଏହାପରେ ବ୍ଲାକମେଲର ଦ୍ବୟ ଅକ୍ଷୟଙ୍କୁ କାଟି ଫୋପାଡି ଦେବେ ଏବଂ ଭୁବନେଶ୍ବରରେ ପୁରାଇ ଦେବେ ନାହିଁ ବୋଲି ଧମକ୍ ପରେ ଧମକ୍ ଦେଇ ଚାଲିଥିଲେ ,ଯାହା ନୟାପଲ୍ଲୀ ଥାନାରେ ଦିଆଯାଇଥିବା ଏଫଆଇଆର  ତଥ୍ୟରେ ଜଣାପଡିଛି ।  ଘଟଣାଟି ଓଡିଶାରେ ଜନମାନଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ପୋଲିସର ତଦନ୍ତ କେଉଁ ଦିଗକୁ ଯିବ । ଯାହାକି ଏକ ବଡ ପ୍ରଶ୍ନ ଭାବେ ଉଭା ହୋଉଛି ।