Zodiac Never Apologize: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ରାଶିର ଜାତକରେ ଲୋକମାନଙ୍କର ଗୁଣ ଓ ଖୁଣ ରହିଥାଏ । ଯଦି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯାଏ, ତେବେ ୬ଟି ଏପରି ରାଶିର ରହିଛି, ଯାହା ସହିତ ଜଡ଼ିତ ଲୋକମାନେ ସେମାନଙ୍କର ଭୁଲକୁ ସହଜରେ ସ୍ୱିକାର କରନ୍ତି ନାହିଁ । ଆସନ୍ତୁ ଜାଣିବା ସେହି ୬ଟି ରାଶି ବିଷୟରେ...


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ଲୋକମାନେ ଆକର୍ଷଣୀୟ ଅଟନ୍ତି। ଆହୁରି ମଧ୍ୟ, ଏହି ରାଶିର ଲୋକମାନଙ୍କ ମଧ୍ୟରେ ଅହେତୁକ ଆତ୍ମବିଶ୍ୱାସ ଦେଖିବାକୁ ମିଳେ । ମେଷ ସହିତ ଜଡିତ ଲୋକଙ୍କ ଆତ୍ମବିଶ୍ୱାସ ଏତେ ଶକ୍ତିଶାଳୀ ଯେ ଅନେକ ଥର ସେମାନେ ସେମାନଙ୍କର ଭୁଲ୍ ମଧ୍ୟ ସ୍ୱିକାର କରନ୍ତି ନାହିଁ । ଏହି କାରଣରୁ, ଅନେକ ଥର ସେମାନଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡେ ।


ବୃଷ ରାଶି
ଏହି ରାଶିର ଲୋକମାନେ କେବେ କହିଥିବା କଥାରୁ ଓହରିଯିବେ ତାହା ଜଣା ପଡେ ନାହିଁ । ବୃଷ ରାଶି ଲୋକମାନେ ଯଦି ଭୁଲ୍ କରନ୍ତି, ତେବେ ଏହାକୁ ସ୍ୱିକାର କରିବାକୁ ସେମାନଙ୍କୁ ବହୁତ ବିଚାର କରିବାକୁ ପଡିଥାଏ । ଯେଉଁମାନେ ସେମାନଙ୍କର ଭୁଲ୍ ଦର୍ଶାଇଥାନ୍ତି, ସେମାନେ ଏହାକୁ ଖଣ୍ଡନ କରିବାର କ୍ଷମତା ରଖିଥାନ୍ତି ।


ସିଂହ ରାଶି
ସିଂହ ରାଶିର ଲୋକମାନେ ଜାତକ ଆନୁସାରେ ଅତ୍ୟଧିକ ଆତ୍ମ ସମ୍ମାନି ଅଟନ୍ତି । ସେମାନେ ଅନ୍ୟମାନଙ୍କ ଆଗରେ ନଇଁବାକୁ ପସନ୍ଦ କରନ୍ତି ନାହିଁ । ସିଂହ ରାଶିର ଲୋକମାନେ ବେଳେବେଳେ ନିଜ ଭୁଲ ପାଇଁ ଅନ୍ୟମାନଙ୍କ ଆଗରେ ମଥାନତ କରିବାକୁ ପସନ୍ଦ କରନ୍ତି ନାହିଁ ।


କନ୍ୟା ରାଶି
କନ୍ୟା ରାଶି ଲୋକମାନେ ମଧ୍ୟ ଅତ୍ୟଧିକ ସ୍ୱାଭିମାନି ଅଟନ୍ତି । ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସେମାନେ ଠିକ୍, ସେତେବେଳ ସେମାନେ କେବେବି ଅନ୍ୟମାନଙ୍କ ସାମ୍ନାରେ ମଥାନତ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କର ସ୍ୱାଭିମାନି ପ୍ରକୃତି ଯୋଗୁଁ ହିଁ ସେମାନେ ବଡ଼ ସଫଳତା ହାସଲ କରନ୍ତି ।


ବିଛା ରାଶି
ବିଛା ରାଶିର ଲୋକମାନେ ସ୍ୱଭାବରେ ଲାଜୁକୁଳା ଅଟନ୍ତି । ଏହା ବ୍ୟତୀତ ସେମାନେ ମଧ୍ୟ ବହୁତ ଚତୁର ଅଟନ୍ତି । ବିଛା ରାଶିର ଲୋକମାନେ ସର୍ବଦା ଏପରି ଲୋକମାନଙ୍କଠାରୁ ଦୂରରେ ରୁହନ୍ତି, ଯେଉଁଠାରେ ସେମାନେ ଅନୁଭବ କରନ୍ତି ଯେ ସେମାନେ ଭୁଲ୍ ଧରିନେବେ । ଏହାର ଅର୍ଥ, ସେମାନଙ୍କର ଭୁଲକୁ ସ୍ୱିକାର କରିବା ପରିବର୍ତ୍ତେ, ସେମାନେ ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତି ।


ଧନୁ ରାଶି
ଧନୁ ରାଶିର ଲୋକମାନେ ସଂପୂର୍ଣ୍ଣ ସ୍ୱାଧୀନ ହେବାକୁ ପସନ୍ଦ କରନ୍ତି । ଏହି ରାଶିର ଲୋକମାନେ ଅନ୍ୟମାନଙ୍କ ଆଗରେ ମଥାନତ କରିବାକୁ ପସନ୍ଦ କରନ୍ତି ନାହିଁ । ଆହୁରି ମଧ୍ୟ, ଯତେବେଳେ ସେମାନେ କେବେ ଭୁଲ କରନ୍ତି, ସେମାନଙ୍କୁ ଏହା ଫରକ ପକାଇ ନଥାଏ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)