Ganesh Chaturthi 2024 Rashifal: ଗଣେଶ ଚତୁର୍ଥୀ ଭାରତର ସବୁଠୁ ବଡ ପର୍ବ ଭାବେ ବିବେଚନା କରାଯାଇଥାଏ । ଅନେକ ସ୍ଥାନରେ ଏହି ପର୍ବକୁ ୧୦ ଦିନ ଧରି ପାଳନ କରାଯାଇଥାଏ । ଏହି ପର୍ବ ପାଳନ କରିବା ପାଇଁ ବର୍ଷସାରା ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ୧୦ ଦିନିଆ ଗଣେଶ ପୂଜା ୭ ସେପ୍ଟେମ୍ବରରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯିବ । ରାଶି ଏବଂ ଗ୍ରହମାନଙ୍କର ମିଳନ କାରଣରୁ ଚଳିତ ବର୍ଷର ଗଣେଶ ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଫଳପ୍ରଦ ହେବାକୁ ଯାଉଛି । ଗ୍ରହମାନଙ୍କ ଚଳନ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଉଥିଲେ ମଧ୍ୟ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ବୋଲି ଆକଳନ କରିଛନ୍ତି ଜ୍ୟୋତିର୍ବିଦ ।


COMMERCIAL BREAK
SCROLL TO CONTINUE READING

ଗଣେଶ ଚତୁଃର୍ଥୀ ମହୋତ୍ସବର ଆରମ୍ଭ ସମୟ ଏଥର ବିଶେଷ ହେବାକୁ ଯାଉଛି । କାରଣ ସବ୍ୟାର୍ଥ ସିଦ୍ଧି ଯୋଗ ସହ ପୁଷ୍ପ ଯୋଗର ଏକ ଭଲ ସଂଯୋଗ ରହିଛି । ଏଥର ଚିତ୍ରା ଏବଂ ସ୍ୱାତୀ ନକ୍ଷତ୍ରରେ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେବ । ଯାହା ସମସ୍ତ ବାଧାବିଘ୍ନକୁ ଦୂର କରୁଥିବା ନକ୍ଷତ୍ର ବୋଲି ବିବେଚନା କରାଯାଏ। ଆହୁରି ମଧ୍ୟ, ଏହି ଦୁଇଟି ନକ୍ଷତ୍ରର ମିଶ୍ରଣ ବ୍ରହ୍ମା ଏବଂ ଇନ୍ଦ୍ର ଯୋଗ ସୃଷ୍ଟି କରୁଛି, ଯାହା ପ୍ରତ୍ୟେକ ଶୁଭ କାର୍ଯ୍ୟ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଏହି ସମସ୍ତ ଯୋଗ ଏବଂ ଗ୍ରହଚଳନ ଦୃଷ୍ଟିରୁ ଚଳିତ ବର୍ଷର ଗଣେଶ ପୂଜା ଅତ୍ୟନ୍ତ ଫଳପ୍ରଦ ହୋଇପାରେ ।


୩ ରାଶିର ବ୍ୟକ୍ତିଙ୍କୁ ଗଜାନନଙ୍କ ବିଶେଷ ଆଶୀର୍ବାଦ


ବୃଷ ରାଶି
ଗଣେଶ ଚତୁର୍ଥୀରେ ଅନୁଷ୍ଠିତ ହେଉଥିବା ଯୋଗ ପ୍ରଭାବ ଆପଣଙ୍କୁ ବିଶେଷ ସଫଳତା ଆଣିଦେବ । ଛାତ୍ର ଏବଂ ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ବିଶେଷ ଲାଭଦାୟକ ପ୍ରମାଣିତ ହୋଇପାରେ । ଛାତ୍ରମାନେ ସେମାନଙ୍କର ଅଧ୍ୟୟନରେ ଆଗକୁ ବଢିବେ । ଶିକ୍ଷକମାନଙ୍କର ବିଶେଷ ଦୃଷ୍ଟି ଆପଣଙ୍କ ଉପରେ ରହିବ । ପରୀକ୍ଷାରେ ଭଲ ସ୍ଥାନ ପାଇବା ସହ ଆପଣ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି । ବ୍ୟବସାୟୀଙ୍କୁ ଏହି ସମୟରେ ଅତ୍ୟନ୍ତ ଲାଭ ମିଳିବ । ପାରିବାରିକ ଜୀବନରେ ସୁଖ ବୃଦ୍ଧି ପାଇବ ।


କର୍କଟ ରାଶି
ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ନୂଆ ଆଲୋକ ଦେଖିବାକୁ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା କାରଣରୁ ଯାହା ଆପଣଙ୍କ କାର୍ଯ୍ୟ ଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆସିବ । ଆପଣଙ୍କ ମନୋବଳ ବୃଦ୍ଧି ପାଇବ । ସହଭାଗୀତାରେ କାମ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ । ଆୟ ବୃଦ୍ଧି ହେବାର ଦୃଢ ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟରେ ଖୁସି ରଖିବାରେ ସକ୍ଷମ ହେବେ । ଦାମ୍ପତ୍ୟ ଜୀବନରେ ସାଥୀ ସହିତ ସହଯୋଗ ଏବଂ ସମନ୍ୱୟ ରହିବ ।


କନ୍ୟା ରାଶି
ଆପଣଙ୍କୁ ଭଗବାନ ଗଣେଶଙ୍କ ଦ୍ୱାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ । ଏହା ହେଉଛି ପ୍ରଭୁ ଗଜାନନଙ୍କ ପ୍ରିୟ ରାଶି । ଏକାଧିକ ଉତ୍ସରୁ ଆପଣ ଅର୍ଥ ରୋଜଗାର କରିବେ । ଆପଣଙ୍କ ଆୟରେ ଏକ ଅଦ୍ଭୁତପୂର୍ବ ବୃଦ୍ଧି ହୋଇପାରେ । ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ବିସ୍ତାର କରିପାରନ୍ତି । ଫ୍ରାଞ୍ଚାଇଜ୍ ଏବଂ ଅନଲାଇନ୍ ଉତ୍ସରୁ ବିପୁଳ ଲାଭ ହେବ । ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ପାରିବାରିକ ସୁଖ ଆପଣଙ୍କୁ ମିଳିବ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Guru Gochar 2024: ମୃଗଶୀରା ନକ୍ଷତ୍ରରେ ବୃହସ୍ପତି ଚଳନ, ବଦଳିବ ୩ ରାଶିର ଭାଗ୍ୟ