Horoscope of 7th November 2022, ମେଷ: କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।


COMMERCIAL BREAK
SCROLL TO CONTINUE READING

ବୃଷ:  ଶାରୀରିକ ଅସୁସ୍ଥତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ମନ ଭାରାକ୍ରାନ୍ତ ରହିବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।


ମିଥୁନ: ଶାରୀରିକ ସୁସ୍ଥତା ବୋଧ ହେବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ  ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭରା ବୃଦ୍ଧି ପାଇବ ।


କର୍କଟ:  ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ବିବାହ ଭୋଜିରେ ଯୋଗଦେବେ । ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ ।  


Also Read: Winter Foods: ଶୀତଦିନେ ଫିଟ୍ ରହିବା ପାଇଁ ଖାଆନ୍ତୁ ଏହି ୫ଟି ଖାଦ୍ୟ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ


ସିଂହ: ସ୍ୱାସ୍ଥ୍ୟପିଡା ଭୋଗିପାରନ୍ତି । ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ଅଶାନ୍ତି ଲାଗି ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ ।  


କନ୍ୟା: ମାନସିକ ଭାରକ୍ରାନ୍ତ ହେବେ । କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ । ଆୟ ଓ ବ୍ୟୟ ସମାନ ରହିବ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ ।


ତୁଳା: ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ସହଜ ସରଳ ହେବ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ।


ବିଛା: କାର୍ଯ୍ୟରେ ବାଧା ଉପୁଜିବ । ମାନସିକ ଅବସାଦ ଦେଖାଦେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ମିଳିବ ।


Also Read: ଖୁବ ଶୀଘ୍ର ଆସୁଛି Digital India ACT, ଡିଜିଟାଲ ଚ୍ୟାନେଲ ଉପରେ ବାଜିବ ଛାଟ !


ଧନୁ: ଦେହ ଓ ମନ ଭଲ ରହିବ । ପରିଶ୍ରମୀ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଅବ୍ୟାହତ ରହିବ । ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ ।


ମକର: କର୍ମ ଚଞ୍ଚଳ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି ।


କୁମ୍ଭ: ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।


ମୀନ: ଶରୀର ସୁସ୍ଥ ରହିବ । ମନରେ ବିରକ୍ତି ଭାବ ପ୍ରକାଶ ପାଇବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ । ପାରିବାରିକ ଜଞ୍ଜାଳ ବଢିଯିବ ।