Top 10 News: ପାଣିକୋଇଲି ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2588831

Top 10 News: ପାଣିକୋଇଲି ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ପାଣିକୋଇଲି ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନେକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ରୋହିଣୀର ଜାପାନିସ୍ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ AAPକୁ ଟାର୍ଗେଟ କରି କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀ ଯେଉଁ ରାଜ୍ୟ ସରକାରଙ୍କୁ ଦେଖିଛନ୍ତି ତାହା ଏକ 'ବିପର୍ଯ୍ୟୟ' ଠାରୁ କମ୍ ନୁହେଁ। ଦିଲ୍ଲୀରେ ବର୍ତ୍ତମାନ କେବଳ ଗୋଟିଏ ସ୍ୱର ଶୁଣିବାକୁ ମିଳୁଛି । ତାହା ହେଉଛି ଆମେ ପରିବର୍ତ୍ତନ କରିବୁ। ଦିଲ୍ଲୀର ବାସିନ୍ଦା ବିଜେପି ଉପରେ ବିଶ୍ୱାସ ରଖିଛନ୍ତି।

Headlines 02- ଗୁଜୁରାଟର ପୋରବନ୍ଦର କୋଷ୍ଟଗାର୍ଡ ବିମାନବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ତିନିଜଣ ସୈନିକ ଥିଲେ। ଆଇସିଜି ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି।

Headlines 03- ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ୪ ଜିଲ୍ଲାର ଡିଆରଜି ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି। ମାଓବାଦୀ ଗୁଳିରେ ଜଣେ ହେଡ କନେଷ୍ଟବଳ ସହିଦ ହୋଇଛନ୍ତି। ଏକେ-୪୭ ଓ SLR ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଘଟଣାସ୍ଥଳରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ। 

Headlines 04- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକ ଭାଷଣ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଗତକାଲି ସନ୍ଧ୍ୟାରେ ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗ ଦେବା ଅବସରରେ ମୋହନ କହିଥିଲେ ଯେ, ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି । ବିରୋଧୀଙ୍କୁ ଟାର୍ଗେଟ୍ କରି ଏକଥା କହିଥିବା ସମୟରେ ରାବଣ କିଏ ଏନେଇ ସାଧାରଣ ଲୋକେ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

Headlines 05- ଅଦିନିଆ ବର୍ଷାରେ ମୋଟ ୬ ଲକ୍ଷ ୬୬ ହଜାରରୁ ଅଧିକ ଚାଷୀଙ୍କର ଚାଷ କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ କହିଛନ୍ତି । କ୍ଷତିକ୍ଷତି ନେଇ ଆକଳନ ଆସିଛି ଏବଂ ମୋଟ ୨୯୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି ସମସ୍ତ ଚାଷୀ ନିଶ୍ଚିତ ବାବେ କ୍ଷତିପୂରଣ ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Headlines 06- ଆଜି ପୁଣିଥରେ ହାଇଦ୍ରାବାଦ ଚିକଡପଲ୍ଲୀ ଥାନାରେ ହାଜିରା ଦେଇଛନ୍ତି ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ଜାମିନ ସମୟରେ ଥିବା ସର୍ତ୍ତ ଅନୁସାରେ ୪ ସପ୍ତାହ ପର୍ଯ୍ୟନ୍ତ ପ୍ରତି ରବିବାର ସେ ଥାନାରେ ହାଜର ହେବେ । ଥାନା ପରିସରରେ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା ।

Headlines 07- ଆଜି ଭୋର୍ ପ୍ରାୟ ୪ଟା ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ପୁଣି ଏକ ଡ୍ରୋନ ଉଡ଼ିବାର ଚିତ୍ର ସାମନାକୁ ଆସିଛି। ପୂର୍ବରୁ ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସିଛି । କିଛି ଡ୍ରୋନ ଉଡାଇଥିବା ବ୍ୟକ୍ତି ଏପରି କରି ଅଡ଼ୁଆରେ ମଧ୍ୟ ଫସିଛନ୍ତି । ଆଜିର ଘଟଣା ପରେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

Headlines 08- ସମ୍ବଲପୁରରେ ଟ୍ରକ୍ ଚଢ଼ାଇ ୨ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । NH-53 ବୁର୍ଲା କଟାପାଲିଠାରେ କାର୍‌କୁ ଧକ୍କା ଦେଇଥିଲା ଟ୍ରକ୍ । ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାରଲୋକଙ୍କ ଅଭିଯୋଗ ହୋଇଛି । ମୃତକ ବିଜେପି ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ । ଅନ୍ୟ ଜଣେ ବିଜେପି କର୍ମୀ ମୁରଲୀ ଛୁରିଆ ହୋଇଥିବା ସୂଚନା ରହିଛି । ଘଟଣାକୁ ଗୁରୁତର ନେଇ ତଦନ୍ତ ଚାଲିଥିବା କହିଛନ୍ତି ସମ୍ବଲପୁର ଆଇଜି ।

Headlines 09- ପର୍ଯ୍ୟଟକଙ୍କ ବୁଲିବା ପାଇଁ ଚିଲିକାରେ ଲେକ୍ କୁଇନ ଏବଂ ଡାଇମଣ୍ଡ ପ୍ରିନ୍ସସେସ୍ ନାମକ ୨ଟି ଶୀତତାପ ନିୟନ୍ତ୍ରିତ କ୍ରୁଜ୍ ବୋଟର ଶୁଭ ଉଦଘାଟନ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ବଡକୂଳ ପାନ୍ଥନିବାସରେ ପର୍ଯ୍ୟଟନ ଭିଭାଗ ଓଟିଡିସି ପକ୍ଷରୁ ଚିଲିକାରେ ଏହି ଦୁଇଟି ବିଳାସପୂର୍ଣ କ୍ରୁଜ୍ ବୋଟ ଚିଲିକାରେ ଚାଲିଲା। ଏଥିରେ ୪୦ ସିଟ୍ ରହିଥିବାବେଳେ ପର୍ଯ୍ୟଟକ ଆରାମଦାୟକ ଯାତ୍ରା କରିପାରିବେ । ବାତାନୁକୂଳିତ କ୍ୟାବିନ ଠାରୁ ଆରମ୍ଭ କରି ଅନ୍- ବୋର୍ଡ ଫୁଡ୍ ସର୍ଭିସ ଭଳି ସୁବିଧା ରଖାଯାଇଛି। ବଡକୂଳ ପାନ୍ଥନିବାସରୁ କାଳିଜାଇ ଯିବା ପାଇଁ ୫ଶହ ଟଙ୍କା ଓ ୩୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି।

Headlines 10- ଯାଜପୁର ପାଣିକୋଇଲି ଲୁଟ୍ ଏବଂ ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଆରମ୍ଭ ହୋଇଛି । ଲୁଟ୍‌ ହୋଇଥିବା ସୁନା ଦୋକାନରେ ପହଞ୍ଚି ଛାନଭିନ୍‌ କରିଛି ଏସଟିଏଫ ଟିମ୍ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ୨ଜଣ ଆଇଆଇସି, ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତ ଅଛନ୍ତି । ଗତକାଲି ଜୁଏଲାରୀ ଦୋକାନ ଲୁଟ୍‌ ଉଦ୍ୟମ ସମୟରେ ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

Also Read- Kaalchakra 2025: ଶନି-ବୃହସ୍ପତି ଏବଂ ରାହୁ କେତୁଙ୍କ ଚଳନ, ଜାଣନ୍ତୁ କେଉଁ ରାଶିରେ ପ୍ରଭାବ