Horoscope of 8th July 2022, ମେଷ: ମାନସିକ ଶାନ୍ତିବଜାୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ  ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ ।


COMMERCIAL BREAK
SCROLL TO CONTINUE READING

ବୃଷ: ମନ ପ୍ରସନ୍ନ ରହିବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ଗୃହକୁ ବନ୍ଧୁ ଆଗମନ ହେବ । ଆୟ ବ୍ୟୟ ସମାନ ରହିବ ।  


ମିଥୁନ: କର୍ମ ଚଞ୍ଚଳ ହେବେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ ।  


କର୍କଟ: ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଖର୍ଚ୍ଚ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  


Also Read: ବର ହେଲେ ପଞ୍ଜାବର CM ଭଗବନ୍ତ ମାନ; ଗୁରପ୍ରୀତଙ୍କୁ କଲେ ବିବାହ, ଦେଖନ୍ତୁ ଫଟୋ


ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ ଦିନଟି ଭଲରେ ଅତିବାହିତ କରିବ ।


କନ୍ୟା: ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।


ତୁଳା: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆୟ ବୃଦ୍ଧି ପାଇବ ।


ବିଛା: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ।  ବିବାଦୀୟ ଘଟଣାର ଅବସାନ ଘଟିବ ।


Also Read: ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ


ଧନୁ: ଦୃଢ ମନୋବଳ ନେଇ ପ୍ରତ୍ୟେକଟି କାମ ସୂଚାରୁ ରୂପେ ତୁଳାଇବେ । ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ର ଅନୁକୂଳ ରହିବ । ଆୟ ବ୍ୟୟ ସମାନ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।


ମକର: ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।  


କୁମ୍ଭ: କର୍ତ୍ତବ୍ୟ  ନିଷ୍ଠ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।  


ମୀନ: ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।