Shree Yantra: ମାଆ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ତେଣୁ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ (Bliss) ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା (Worship) କରିଥାନ୍ତି । କାରଣ ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀ କୃପା କଲେ ଘରୁ ସବୁ ଅବାବ ଅସୁବିଧା ଦୂର ହୋଇଯାଇଥାଏ । ମାଆ ଲକ୍ଷ୍ମୀଙ୍କ ପୂଜା ସହ ଶ୍ରୀ ଯନ୍ତ୍ର ପୂଜାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହିନ୍ଦୁ ଧର୍ମ (Hinduism)ରେ ବିଶ୍ୱାସ କରାଯାଇଥାଏ । ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଅନେକ ବ୍ୟକ୍ତି ନିଜ ଘରେ ଶ୍ରୀ ଯନ୍ତ୍ର ପ୍ରତିଷ୍ଠା କରି ପୂଜା କରୁଥିବା ଦେଖିବାକୁ ମିଳିଥାଏ । ଶ୍ରୀ ଯନ୍ତ୍ରକୁ ନିୟମିତ ପୂଜା କରିବା ଦ୍ୱାରା ନିଜ ପରିବାର ସଦସ୍ୟଙ୍କ ଆର୍ଥିକ ଅବିବୃଦ୍ଧି (Economic growth) ଘଟିଥାଏ । ଯେଉଁଠାରେ ଶ୍ରୀଯନ୍ତ୍ର ପୂଜା କରାଯାଏ ସେଠାରେ ସବୁ ପ୍ରକାରର ସୁଖ, ସମୃଦ୍ଧତା, ଶୁଭଫଳ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯଦି ଆପଣ ଶ୍ରୀଯନ୍ତ୍ର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କାଗଜରେ ତିଆରି ହୋଇଥିବା ଶ୍ରୀ ଯନ୍ତ୍ର, ଭୋଜପାତ୍ର, ତମ୍ବା, ରୂପା, ସୁନା, ରାଇନ୍ଷ୍ଟୋନ୍ ବ୍ୟବହାର କରିପାରିବେ ।


COMMERCIAL BREAK
SCROLL TO CONTINUE READING

ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇବାକୁ ବ୍ୟବହାର କରାଯାଉଥିବା ଶ୍ରୀଯନ୍ତ୍ର ଏକ ପ୍ରକାର ଜଟିଳ ଜ୍ୟାମିତିକ ଆକୃତିର ହୋଇଥାଏ । ଏହାକୁ କେହି କେହି ଶ୍ରୀ ଯନ୍ତ୍ର ସମେତ ନାଭାଚକ୍ର ଏବଂ ମହାମେରୁ ନାମରେ ମଧ୍ୟ ଜାଣିଥାନ୍ତି । ସମସ୍ତ ପ୍ରକାର ଯନ୍ତ୍ରରେ ମୁକୁଟ ଅଳଙ୍କାର ହୋଇଥିବାରୁ ଏହାକୁ ଯନ୍ତ୍ରରାଜ ବୋଲି କୁହାଯାଇଥାଏ । ହିନ୍ଦୁ ଧର୍ମର ଅନେକ ଲୋକ ଶ୍ରୀଯନ୍ତ୍ରକୁ ନିଜ ଠାକୁର ଘର ଏବଂ ମନ୍ଦିରରେ ରଖି ପୂଜା କରିଥାନ୍ତି । କିନ୍ତୁ ବିଶେଷ କରି ନବରାତ୍ରୀ ସମୟରେ ଶ୍ରୀଯନ୍ତ୍ର ପୂଜା ଅଧିକ ଗୁରୁତ୍ୱ ବହନ କରିଥାଏ । ଏହି ସମୟରେ ଅନେକ ଭକ୍ତ ନିଜ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଧନର ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ ରଖି ବ୍ରତ ପାଳନ କରିଥାନ୍ତି ।


ଶ୍ରୀଯନ୍ତ୍ର ସ୍ଥାପନ ପଦ୍ଧତି


ମାଆ ଲକ୍ଷ୍ମୀଙ୍କୁ ପୂଜା କରି ପ୍ରସନ୍ନ କରାଇବାକୁ ଚାହୁଁଥିଲେ ଶ୍ରୀ ଯନ୍ତ୍ରଟିଏ କିଣି ଘରକୁ ଆଣନ୍ତୁ ।  ସକାଳେ ସ୍ନାନ କରିବା ପରେ ପୂଜାପାଠ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ । ଶ୍ରୀଯନ୍ତ୍ର ପୂଜା କରିବା ପୂର୍ବରୁ ଆପଣ ପ୍ରଥମେ ଆସନ ଗ୍ରହଣ କରନ୍ତୁ । ପରେ ଶ୍ରୀଯନ୍ତ୍ରକୁ ପୂର୍ବ ଆଡକୁ ମୁହାଁ କରନ୍ତୁ ଏକ ପରିଷ୍କାର କାଠ ଥାଳିରେ ଶ୍ରୀ ଯନ୍ତ୍ର ପ୍ରତିଷ୍ଠା କରନ୍ତୁ । ପ୍ରଥମେ ଶ୍ରୀଯନ୍ତ୍ରକୁ ମାର୍ଜନା କରିବା ପାଇଁ ଏହାକୁ ପଞ୍ଚତୀର୍ଥ ଜଳ କିମ୍ୱା ଗଙ୍ଗା ଜଳ, କ୍ଷୀର, ଘିଅ, ମହୁ, ଅକ୍ଷତ ଏବଂ ଫୁଲ ବ୍ୟବହାର କରନ୍ତୁ । ଶ୍ରୀଯନ୍ତ୍ରକୁ ମାର୍ଜନା କରିବା ପରେ ଉପାସନା କରନ୍ତୁ । ମାଆ ଲକ୍ଷ୍ମୀଙ୍କୁ ଧ୍ୟାନ କରି "ଓମ୍ ମହାଲକ୍ଷ୍ମାୟା ଚା ବିଦମହେ ବିଷ୍ଣୁ ପାଟନାୟ ଚା ଧିମାହି ଟାନ୍ନୋ ଲକ୍ଷ୍ମୀ: ପ୍ରଚୋଦୟତ" ମନ୍ତ୍ର ଜପ କରନ୍ତୁ । ଏଥିସହ ସନ୍ଧ୍ୟା ସମୟରେ ଘରେ ଲକ୍ଷ୍ମୀ ପୁରାଣ ପାଠ କରିପାରିବେ ।


ଘରେ ପୂଜାପାଠ କରିବା ସହିତ ଆପଣଙ୍କ ବ୍ୟବସାୟ କିମ୍ୱା ଚାକିରୀ କ୍ଷେତ୍ରରେ ଯେଉଁଠାରେ ଆପଣ କାମ କରନ୍ତି ସେହି ସ୍ଥାନ ନିକଟରେ ଶ୍ରୀ ଯନ୍ତ୍ର ସ୍ଥାପନ କରନ୍ତୁ । କର୍ମସ୍ଥାନରେ ଶ୍ରୀ ଯନ୍ତ୍ର ସ୍ଥାପନ କରିବା ପରେ ମଧ୍ୟ ନିୟମିତ ପୂଜା କରିବା ନିହାତି ଆବଶ୍ୟକ । କୁହାଯାଏ ଯଦି ଆପଣ ପ୍ରତିଦିନ ଶ୍ରୀଯନ୍ତ୍ର ନିକଟରେ ଗୋଲାପ (Rose) ଫୁଲ ଅର୍ପଣ କରନ୍ତି ତେବେ ଫଳାଫଳ ଶୀଘ୍ର ମିଳିଥାଏ । ଯେଉଁ ଘରେ କିମ୍ୱା ବ୍ୟବସାୟ ସ୍ଥଳୀରେ ଶ୍ରୀ ଯନ୍ତ୍ର ରଖାଯାଇ ଉପଯୁକ୍ତ ପୂଜାର୍ଚ୍ଚନା କରାଯାଏ ସେହି ସ୍ଥାନରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷିଥାଏ । 


Also Read- ମାତ୍ର ୧୦୦ ଟଙ୍କାରେ ଚାଲିବ ଏହି କାର, ବେଷ୍ଟ ଫିଚର୍ସ ସହ ସୁନ୍ଦର ଲୁକ୍, ସାଥିରେ ମିଳୁଛି ରିହାତି