Mars Transit in Meen Rashi: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ସମୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ପ୍ରତ୍ୟେକ ଗ୍ରହଙ୍କ ଗତିବିଧି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ । ମଙ୍ଗଳ ଗ୍ରହଙ୍କ ପ୍ରଭାବ ଅନେକ ରାଶିର ବ୍ୟକ୍ତିଙ୍କ ଉପରେ ପଡିଥାଏ । ମଙ୍ଗଳଙ୍କ ପ୍ରଭାବ ବିଶେଷଶ କରି, ସାହସ ଏବଂ ଶକ୍ତି ସହ ଜଡିତ ଥାଏ । ମଙ୍ଗଳ ଖୁବ୍ ଶୀଘ୍ର ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପ୍ରିଲ ୨୩ରେ, ଗ୍ରହମାନଙ୍କର ସେନାପତି, ମଙ୍ଗଳ ମୀନ ରାଶିରେ ଚଳନ କରିବେ । ମଙ୍ଗଳଙ୍କ ଏହି ଚଳନ ପ୍ରଭାବରେ ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷ ଅଧିକ ଲାଭ ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କୁ ଏହି ଚଳନ ଅତ୍ୟନ୍ତ ଲାଭ ଦେବ ।


COMMERCIAL BREAK
SCROLL TO CONTINUE READING

ବୃଷ ରାଶି
ମଙ୍ଗଳ ଗ୍ରହ ଚଳନ ପ୍ରଭାବରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆସୁଛି । ଆପଣଙ୍କୁ କିଛି ଭଲ ଖବର ମିଳିପାରେ । ପାରିବାରିକ ସମ୍ପର୍କ ସୁଦୃଢ ହେବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରାର ସୁଯୋଗ ରହିଛି । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭଲ । ବ୍ୟବସାୟ ବଢିବା ସହ ଲାଭ ଭଲ ହେବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଅପଖର୍ଚ୍ଚ ଉପରେ ନଜର ରଖନ୍ତୁ ।


କର୍କଟ ରାଶି
ମଙ୍ଗଳ ଗ୍ରହଙ୍କ ପ୍ରଭାବରୁ ଆପଣ ଲାଭବାନ ହେବେ । ପୁଞ୍ଜି ବିନିଯୋଗ ପାଇଁ ଏହା ଏକ ଭଲ ସମୟ । ପରିବାର ସଦସ୍ୟଙ୍କଠାରୁ ଆପଣଙ୍କୁ ଭଲ ଖବର ମିଳିବ । ମନ ଖୁସି ରହିବ । ଚାକିରିରେ ଦରମା ବୃଦ୍ଧି ସହ ପଦୋନ୍ନତି ସୁଯୋଗ ରହିଛି । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।


ବିଛା ରାଶି
ଏହି ସମୟ ଆପଣଙ୍କ ପାଇଁ ଶୁଭଙ୍କର । ବିଶେଷ କରି ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବୈବାହିକ ଜୀବନରେ ସମସ୍ୟା ଶେଷ ହେବ । ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ବିଦେଶ ଭ୍ରମଣର ସୁଯୋଗ ମିଳିପାରେ । ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟ ଖୁବ୍ ଭଲ । ଟଙ୍କା ରୋଜଗାର ବୃଦ୍ଧି ପାଇବ । ଆୟର ନୂତନ ଉତ୍ସ ମିଳିବ । ପୁଞ୍ଜି ବିନିଯୋଗରେ ଭଲ ଫଳାଫଳ ପାଇବେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)


Also Read- ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?


Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ