Dhanteras 2024 Rashifal: ୩ ଗ୍ରହଙ୍କ ପ୍ରଭାବରୁ ଧନତେରଶ ହେବ ଖାସ୍, ଜାଣନ୍ତୁ ଆପଣଙ୍କ ରାଶିଫଳ

Dhanteras 2024 Rashifal: ବୁଧ ଏବଂ ଶୁକ୍ରର ଏହି ମିଳନ ପ୍ରେମ ସମ୍ପର୍କରେ ମଧୁରତା, ବ୍ୟକ୍ତିଗତ ଜୀବନରେ ସୁଖ ଏବଂ ବ୍ୟବସାୟରେ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରିବ । ବୃହସ୍ପତିଙ୍କ ଦୃଷ୍ଟିରୁ ଏହି ତ୍ରି-ଗ୍ରହ ସଂଯୋଗର ସବୁଠାରୁ ବଡ ଲାଭ ମିଳିବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 18 Oct 2024-7:18 pm,
1/13

ମେଷ ରାଶି

ଆପଣଙ୍କ ପାଇଁ ଏହା ଆର୍ଥିକ ପ୍ରଗତି ଏବଂ ବୃତ୍ତିଗତ ସଫଳତାର ସମୟ । ବୁଧ ଏବଂ ଶୁକ୍ରଙ୍କ ପ୍ରଭାବରୁ ବ୍ୟବସାୟରେ ନୂତନ ସୁଯୋଗ ମିଳିବ । ପ୍ରେମ ସଂପର୍କରେ ସନ୍ତୁଳନ ରହିବ । ବୃହସ୍ପତିଙ୍କ ପ୍ରଭାବରୁ ଦୀର୍ଘକାଳୀନ ଯୋଜନାରେ ସଫଳତା ମିଳିବ ।

2/13

ବୃଷ ରାଶି

ଆପଣଙ୍କ ପାଇଁ ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ନୂତନ ସତେଜତା ଆଣିବ । ବୁଧ ଏବଂ ଶୁକ୍ରର ମିଳନ ସମ୍ପର୍କକୁ ମଜବୁତ କରିବ । ବୃହସ୍ପତିଙ୍କ ଦୃଷ୍ଟିକୋଣରୁ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ ।

3/13

ମିଥୁନ ରାଶି

ଆପଣଙ୍କ ପାଇଁ ବୁଧଙ୍କ ଚଳନ ଚାକିରି ଏବଂ ବ୍ୟବସାୟରେ ନୂଆ ସୁଯୋଗ ପ୍ରଦାନ କରିବ । ମାନସିକ ଶାନ୍ତି ଏବଂ ସ୍ଥିରତାର ସମୟ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ପରିବାରରେ ସମନ୍ୱୟ ରହିବ ।

 

4/13

କର୍କଟ ରାଶି

ଆପଣଙ୍କ ପାଇଁ ଏହି ସମୟ ପାରିବାରିକ ଜୀବନରେ ସୁଖ ଏବଂ ସ୍ଥିରତା ଆଣିବ । ବୃହସ୍ପତିଙ୍କ ଦୃଷ୍ଟିକୋଣରୁ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରହିବ । ପିଲାମାନଙ୍କ ସହିତ ସମ୍ପର୍କ ଆହୁରି ମଜବୁତ ହେବ ।

5/13

ସିଂହ ରାଶି

ଆପଣଙ୍କ ପାଇଁ ଏହି ସମୟ ଶୁଭ ହେବ । ଘର ଏବଂ ପରିବାର ସହ ଜଡିତ ଭଲ ଖବର ପାଇବେ । ପାରିବାରିକ ସମ୍ପର୍କକୁ ଆହୁରି ମଜବୁତ କରିବ । ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ ।

6/13

କନ୍ୟା ରାଶି

ଆପଣଙ୍କ ପାଇଁ ଏହା ଅର୍ଥନୈତିକ ପ୍ରଗତିର ସମୟ । ବୁଧ ଏବଂ ଶୁକ୍ରଙ୍କ ମିଳନ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବୃହସ୍ପତିଙ୍କ ପ୍ରଭାବରୁ ଧାର୍ମିକ ଯାତ୍ରା କରିପାରନ୍ତି । ମାନସିକ ଶାନ୍ତି ପାଇବେ ।

7/13

ତୁଳା ରାଶି

ଏହି ସମୟ ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ବକ୍ତବ୍ୟରେ ସଂଯମତା ରହିବ । ବୃହସ୍ପତିଙ୍କ ପ୍ରଭାବରୁ ମାନସିକ ଶାନ୍ତି ମିଳିବ ।

8/13

ବିଛା ରାଶି

ଆପଣଙ୍କ ପାଇଁ ଏହା ଏକ ଅନୁସନ୍ଧାନ ଏବଂ ମାନସିକ ବିକାଶର ସମୟ ହେବ । ବୁଧ ଏବଂ ଶୁକ୍ରର ମିଳନ ଅର୍ଥନୈତିକ ଲାଭ ଦେବ । ଚାକିରି ଏବଂ ବ୍ୟବସାୟରେ ନୂଆ ସମ୍ଭାବନା ଦେଖାଦେବ । ବୃହସ୍ପତିଙ୍କ ପ୍ରଭାବ ଆଧ୍ୟାତ୍ମିକ ପ୍ରଗତି ଆଣିବ ।

9/13

ଧନୁ ରାଶି

ଆପଣଙ୍କ ପାଇଁ ଏହା ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ସମୟ । ବୁଧ ଏବଂ ଶୁକ୍ରର ମିଳନ ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ । ଏଥିସହ ଏହି ସମୟରେ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି ।

10/13

ମକର ରାଶି

ଆପଣଙ୍କ ପାଇଁ ଏହା ସାମାଜିକ ପ୍ରତିଷ୍ଠା ଏବଂ ବୃତ୍ତିଗତ ପ୍ରଗତିର ସମୟ । ବୁଧ ଏବଂ ଶୁକ୍ରଙ୍କ ମିଳନ ନୂତନ ସହଭାଗୀତା ଏବଂ ବ୍ୟବସାୟ ସୁଯୋଗ ପାଇଁ ଦ୍ୱାର ଫିଟାଇବ ।

11/13

କୁମ୍ଭ ରାଶି

ଏହି ମିଳନ ଆପଣଙ୍କ ପାଇଁ କ୍ୟାରିୟରରେ ଉନ୍ନତି ତଥା ନୂତନ ସୁଯୋଗ ଆଣିଦେବ । ବୃହସ୍ପତିଙ୍କ ପ୍ରଭାବରୁ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । କର୍ମକ୍ଷେତ୍ରରେ ପ୍ରଗତି ହେବ ।

12/13

ମୀନ ରାଶି

ଆପଣଙ୍କ ପାଇଁ ଧାର୍ମିକ ଏବଂ ଅର୍ଥନୈତିକ ପ୍ରଗତିର ସମୟ । ବୁଧ ଏବଂ ଶୁକ୍ରଙ୍କ ଏହି ମିଳନ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ପ୍ରଗତି ଆଣିବ ।

 

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link