Ketu Gochar 2024: କେତୁଙ୍କ ଶୁଭ ପ୍ରଭାବ, ୩ ରାଶିର ଜୀବନରେ ଭରିଯିବ ଖୁସି

Ketu Gochar 2024: ୯ ସେପ୍ଟେମ୍ବର ୨୦୨୪ ରେ, ଛାୟା ଗ୍ରହ କେତୁ ହସ୍ତା ନକ୍ଷତ୍ରରେ ଚଳନ କରିଛନ୍ତି । ଯାହାର ପ୍ରଭାବରୁ ଗୋଟିଏ ମାସ ୧୨ଟି ରାଶିକୁ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଫଳାଫଳ ମିଳିବ । ତେବେ କେଉଁ ରାଶି ପାଇଁ କେତୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ଆସନ୍ତୁ ଜାଣିବା ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 10 Sep 2024-10:42 pm,
1/4

ମେଷ ରାଶି

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନର ସକରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ରହିବ । ଆଗାମୀ ଦିନରେ ଆପଣ ବିପୁଳ ଧନ ଲାଭ କରିପାରନ୍ତି । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ବ୍ୟକ୍ତି କରିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଅନେକ ନୂତନ ସୁଯୋଗ ପାଇବେ । ପୁରୁଣା ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ।

2/4

ସିଂହ ରାଶି

ଛାୟା ଗ୍ରହର ନକ୍ଷତ୍ରର ପରିବର୍ତ୍ତନ ପ୍ରଭାବରୁ ଆପଣ ଲାଭରେ ରହିବେ । ବିଶେଷ କରି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଶୁଭ ପ୍ରଭାବ ପଡିବ । କୌଣସି ରୋଗ ପାଇଁ ଚିନ୍ତିତ ଥିଲେ ସେଥିରୁ ମୁକ୍ତି ପାଇବେ । ଅଟକିଯାଇଥିବା ଟଙ୍କା ଫେରସ୍ତ ପାଇବେ । ଯୁବକମାନେ ନିଜ କ୍ୟାରିଅରରେ ଅଗ୍ରଗତି ପାଇଁ ଅନେକ ସୁଯୋଗ ପାଇବେ । ଶୀଘ୍ର ଆପଣ ଜୀବନରେ ଏକ ଉଚ୍ଚ ସ୍ଥାନ ହାସଲ କରିପାରିବେ ।

3/4

କନ୍ୟା ରାଶି

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ। ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ଭଲ ଲାଭ ପାଇବେ । ବର୍ତ୍ତମାନର ବିନିଯୋଗ ଭବିଷ୍ୟତରେ ଭଲ ଆର୍ଥିକ ଲାଭ ଦେବ । ସଭିଙ୍କ ସହ ସମ୍ପର୍କ ଭଲ ରହିବ । ଘରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଏହା ବ୍ୟତୀତ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବାର ସମ୍ଭାବନା ଅଛି ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link