Lucky Zodiac Sign: ଜୁନ ୭ରେ ଗଜଲକ୍ଷ୍ମୀ ରାଜଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 7 June 2024: ୭ ଜୁନ୍ ଶୁକ୍ରବାର ଦିନ, ଶୁକ୍ର ଏବଂ ବୃହସ୍ପତିଙ୍କ ମିଳନ କାରଣରୁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେଉଛି । ଚନ୍ଦ୍ର ବୃଷ ରାଶି ପରେ ମିଥୁନ ରାଶିରେ ଚଳନ କରିବାକୁ ଯାଉଛନ୍ତି। ଏଥିସହିତ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ପ୍ରତୀପଦା ତିଥି ଏବଂ ଏହି ଦିନ ଗଜଲକ୍ଷ୍ମୀ ଯୋଗ ସହିତ କଳା ଯୋଗ, ଶୁକ୍ରାଦିତ୍ୟ ଯୋଗ ଏବଂ ମୃଗଶିରା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଚାଲିଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ଆହୁରି ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 06 Jun 2024-11:24 pm,
1/5

ବୃଷ ରାଶି- ୭ ଜୁନ୍ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ । ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ପ୍ରବାହିତ ହେବ । ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ବ୍ୟବସାୟୀମାନେ ଲାଭ ପାଇବା ପାଇଁ ନୂଆ କିଛି କରିବାକୁ ଚେଷ୍ଟା କରିବେ । ଆର୍ଥିକ ଲାଭର ଯୋଗ ରହିଛି । ପ୍ରେମ ଜୀବନରେ ସାଥୀଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ପାରସ୍ପରିକ ବୁଝାମଣା ଅଧିକ ମଜବୁତ ହେବ । ଚାକିରୀ କ୍ଷେତ୍ରରେ ଭଲ ଅଫର ମିଳିପାରେ । ଯାହା ଆପଣଙ୍କ କ୍ୟାରିୟରରେ ସନ୍ତୁଷ୍ଟତା ଆଣିବ । ପାରିବାରିକ ଜୀବନରେ କୌଣସି ମତଭେଦ ଚାଲିଥିଲେ ସେଥିରେ ପୂର୍ଣ୍ଣଛେଦ ପଡିବ ।

2/5

ସିଂହ ରାଶି- ଶୁକ୍ରବାର ଦିନଟି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ କାରଣରୁ ଆୟର ଉତ୍ସ ବଢିବ । ନିଜ ଭିତରେ ସମନ୍ୱୟର ଭାବନା ବଢିବ । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ରହିବ । ଆପଣଙ୍କ କୌଣସି କାର୍ଯ୍ୟ ବିଚାରାଧୀନ ଥିଲେ ତାହା ସଂପୂର୍ଣ୍ଣ ହେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସଫଳ ଉଦ୍ୟୋଗୀ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ ।

3/5

ତୁଳା ରାଶି - ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଜୀବନରେ ଉତ୍ସାହ ଭରପୁର ରହିବ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନୀ ହେବାର ଇଚ୍ଛା ପୂରଣ ହେବ । ନୂଆ ଯାନବାହନ କିମ୍ବା ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହେବ । ନିଯୁକ୍ତ ବ୍ୟକ୍ତି ଏବଂ ବ୍ୟବସାୟୀମାନେ ଯାହା ବି କରିବେ ସେଥିରେ ସଫଳତା ପାଇବେ ।  ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ । କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

4/5

ମକର ରାଶି - ୭ ଜୁନରେ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ନୂତନ ବନ୍ଧୁ ସୃଷ୍ଟି ହୋଇପାରନ୍ତି । ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ଦରମା ବୃଦ୍ଧି ହୋଇପାରେ । ବନ୍ଧୁଙ୍କ ସହଯୋଗରେ ନୂଆ ଚାକିରୀ ପାଇପାରନ୍ତି । ଆପଣ ଅନେକ ସଫଳତା ହାସଲ କରିପାରନ୍ତି । ବିବାହିତ ଜୀବନରେ ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସାଙ୍ଗମାନଙ୍କ ସହିତ ଦୂର ଯାତ୍ରା କରିବାର ସୁଯୋଗ ରହିଛି ।

5/5

ମୀନ ରାଶି - ଦିନଟି ଆପଣଙ୍କ ପାଇଁ ଅନ୍ୟନ୍ତ ଶୁଭପ୍ରଦ । ଜୀବନଶୈଳୀରେ ଉନ୍ନତି ହେବା ସହ ଶାରୀରିକ ଏବଂ ମାନସିକ ସ୍ତରରେ ମଧ୍ୟ ଦୃଢ ହେବେ । ଚାକିରୀ କ୍ଷେତ୍ରରେ ଭଲ ଅଫର ପାଇପାରନ୍ତି । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିବ । ନିଜ ଦାୟିତ୍ୱ ଭଲ ଭାବରେ ପୂରଣ କରିବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ ।  ସାମାଜିକ କରିବାର ସୁଯୋଗ ମିଳିବ । ବିଦେଶରେ ଶିକ୍ଷାଲାଭର ଇଚ୍ଛା ପୂରଣ ହେବ । ଘରକୁ ଅତିଥିଙ୍କ ଆଗମନ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link