Odiaha News: ସାରା ରାଜ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରକୁ ନୂତନ ମାର୍ଗ ସହ ସଂଯୋଗ କରାଯିବ। ଏହି ସୂଚନା ଓଡି଼ଶା CMO ଟ୍ୱିଟରରେ ଏକ ପୋଷ୍ଟରେ ସେୟାର କରିଛି।
Trending Photos
ଭୁବନେଶ୍ୱର: ସାରା ରାଜ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରକୁ ନୂତନ ମାର୍ଗ ସହ ସଂଯୋଗ କରାଯିବ। ଏହି ସୂଚନା ଓଡି଼ଶା CMO ଟ୍ୱିଟରରେ ଏକ ପୋଷ୍ଟରେ ସେୟାର କରିଛି।
ଓଡି଼ଶା CMO ଟ୍ୱିଟର ପୋଷ୍ଟରେ ଲେଖାଯାଇଛି, "ସୂଚନା ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ।"
ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର… pic.twitter.com/KG8dXQYmGT
— CMO Odisha (@CMO_Odisha) November 15, 2024