Lucky Zodiac Sign: ୭ ଅକ୍ଟୋବରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 7 October 2024: ଶାରଦୀୟ ନବରାତ୍ରୀ ପଞ୍ଚମ ଦିନରେ ଆୟୁଷ୍ମାନ ଯୋଗ, ସର୍ବାର୍ଥ ସିଦ୍ଧ ଯୋଗ ସମେତ ଅନେକ ଶୁଭ ଏବଂ ଫଳପ୍ରଦ ଯୋଗ ଗଠନ ହେଉଛି । ପ୍ରଭାବରେ ମେଷ, ଧନୁ ସମେତ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ।

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 06 Oct 2024-11:10 pm,
1/5

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ହେବାକୁ ଯାଉଛି । ଜୀବନରେ ଏକ ବ୍ୟବସ୍ଥିତ ଢଙ୍ଗରେ ଗତି କରିବାକୁ ପସନ୍ଦ କରିବେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟରେ ସନ୍ତୋଷ ମିଳିବ । ନବରାତ୍ରୀ ଅବସରରେ ପରିବାର ସଦସ୍ୟଙ୍କ ସହ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ୟବସାୟ କ୍ଷେତ୍ରରେ ଲାଭ ବୃଦ୍ଧି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ଭଲ ଅଗ୍ରଗତି ଦେଖିବେ । ଏକ ପ୍ରତିଷ୍ଠିତ କମ୍ପାନୀରୁ ଭଲ ଅଫର୍ ପାଇପାରନ୍ତି । ପରିବାରରେ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ । ଘରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଖୁସିର ଦିନ । ଆପଣଙ୍କ ସମସ୍ତ ଯୋଜନା ଗୋଟିଏ ପରେ ଗୋଟିଏ ସଫଳ ହେବ । ଇଶ୍ବରଙ୍କ ଉପରେ ଆପଣଙ୍କର ବିଶ୍ୱାସ ବଢିବ । ଛାତ୍ରଛାତ୍ରୀମାନେ ଅଳ୍ପ ପରିଶ୍ରମରେ ଅଧିକ ମାର୍କ ପାଇପାରିବେ । ଶିକ୍ଷକମାନଙ୍କଠାରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ପାଇବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କଡା ଟକ୍କର ଦେବା ପାଇଁ ବ୍ୟବସାୟୀମାନେ ନୂଆ ବ୍ୟବସାୟ ରଣନୀତି ପ୍ରସ୍ତୁତ କରିବେ । ଏକାଧିକ ଉତ୍ସରୁ ଆପଣ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । କିଛି ଟଙ୍କା ସଞ୍ଚୟ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରିବେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ହେବ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଫଳପ୍ରଦ ହେବାକୁ ଯାଉଛି । କୌଣସି ସୁତ୍ରରୁ ହଠାତ୍ ଧନ ପ୍ରାପ୍ତ କରିପାରନ୍ତି । ପୁଞ୍ଜି ବିନିଯୋଗ କରିବାକୁ ନିଷ୍ପତ୍ତି ନେବେ । ଛାତ୍ରଛାତ୍ରୀମାନେ କୌଣସି ପରୀକ୍ଷା ଦେଇଥିଲେ ଭଲ ଫଳାଫଳ ପାଇବେ । ପରିବାରର ଜଣେ ସଦସ୍ୟ ନୂଆ ଚାକିରି ପାଇପାରନ୍ତି । ସରକାରୀ ଯୋଜନାରୁ ଆପଣ ଲାଭ ପାଇପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ । ନିଯୁକ୍ତ ବ୍ୟକ୍ତିମାନଙ୍କୁ ନୂତନ ସୁଯୋଗ ମିଳିବ । ଜୀବନସାଥୀଙ୍କ ସହିତ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ । ସମଗ୍ର ପରିବାରରେ ଏକତା ରହିବ । 

4/5

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ନୂତନ ଆଶାର କିରଣ ଆଣିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସହଜରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସମର୍ଥ ହେବେ । ଏହି ସମୟରେ ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରେମକୁ ଗ୍ରହଣ କରିବାର ସମ୍ଭାବନା ରହିଛି । ବୃତ୍ତିଗତ ଜୀବନରେ ସହଜରେ ବଡ଼ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ନିଜ କାର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ଆଇନଗତ ପ୍ରସଙ୍ଗ ଅଟକି ରହିଥିଲେ ଆପଣ ସେଥିରୁ ଆରାମ ପାଇବେ । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

5/5

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ମାଆ ଦୁର୍ଗାଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣ ଜୀବନକୁ ଉପଭୋଗ କରିବେ । ନିଜ ଅହରହ ପ୍ରୟାସରେ ସଫଳତା ହାସଲ କରିବାକୁ ସମର୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । କାହାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବେ । ଗୁରୁତ୍ୱପୂର୍ଣ୍ଣ ଘରୋଇ କାର୍ଯ୍ୟ ଶେଷ କରିବାକୁ ଆପଣ ଚେଷ୍ଟା କରିବେ । ବିନିଯୋଗ କରିବାର ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ବିଦେଶ ଯିବାକୁ ଇଚ୍ଛା ଥିଲେ ଆପଣ ସୁଯୋଗ ପାଇବେ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link