Lucky Zodiac Sign: ୨୧ ଜୁନରେ ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 June 2024 : ଜୁନ୍ ୨୧, ଶୁକ୍ରବାର ଦିନ ମିଥୁନ ରାଶିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେଉଛି । ଚନ୍ଦ୍ର ବିଛା ପରେ ଧନୁ ରାଶିରେ ସଂଚାର କରିବେ । ଏଥିସହ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ଦିନ ଉପବାସ ବ୍ରତ ପାଳନ କରାଯିବ । ଏହି ଦିନ ଶୁକ୍ଲ ଯୋଗ, ତ୍ରିଗ୍ରାହୀ ଯୋଗ ଏବଂ ଜ୍ୟେଷ୍ଠ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଅନୁଷ୍ଠିତ ହେଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 20 Jun 2024-10:43 pm,
1/4

ସିଂହ ରାଶି- ୨୧ ଜୁନ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ପୁରୁଣା ବନ୍ଧୁମାନଙ୍କୁ ଭେଟି ପାରନ୍ତି । ପୁରୁଣା ବିନିଯୋଗରୁ ଆପଣଙ୍କୁ ଭଲ ରିଟର୍ନ ମିଳିବ । ଆପଣ ଆର୍ଥିକ ଲାଭରେ ରହିବେ । ଚାକିରି ପରିବର୍ତ୍ତନ ଚାହୁଁଥିଲେ ଏହା ସମ୍ଭବ ହୋଇପାରେ । ବ୍ୟବସାୟୀମାନେ ଏକ ବଡ଼ ଡିଲ୍ କରିପାରନ୍ତି । ସମ୍ପତ୍ତି କିମ୍ବା ଯାନବାହନ କିଣିବାର ଇଚ୍ଛା ଥିଲେ ତାହା ପୂରଣ ହେବ । ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ବୈବାହିକ ଜୀବନରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ ।

2/4

ତୁଳା ରାଶି- ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଜୀବନର ସମସ୍ତ ସମସ୍ୟା ଧିରେ ଧିରେ ଦୂର ହୋଇଯିବ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆସିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଆପଣଙ୍କୁ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ସାଥୀଙ୍କ ସହିତ ଭଲ ସମୟ ବିତାଇବେ ।

3/4

ବିଛା ରାଶି- ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ସାହସ ଏବଂ ଉଦ୍ୟମ ବଳରେ ସଫଳତା ହାସଲ କରିବାରେ ସକ୍ଷମ ହେବେ । ପାରିବାରିକ ଦାୟିତ୍ୱ ପୂରଣ ହେବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଅନ୍ୟ କମ୍ପାନୀରୁ ଭଲ ଦରମା ସହିତ ଚାକିରି ଅଫର ମିଳିପାରେ । କୋର୍ଟ କଚେରୀର ମାମଲାରୁ ଆପଣଙ୍କୁ ମୁକ୍ତି ମିଳିବ ।

4/4

ମୀନ ରାଶି - ଶୁକ୍ରବାର ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ । ଉଭୟ ଚାକିରି ଏବଂ ବ୍ୟବସାୟରେ ଫାଇଦାରେ ରହିବେ । ଅର୍ଥ ପ୍ରାପ୍ତି ହେବାର ସୁଯୋଗ ରହିଛି । ଦୂରଯାତ୍ରା ଫଳପ୍ରଦ ହେବ । ଦାମ୍ପତ୍ୟ ଜୀବନରେ ଥିବା ବିବାଦର ସମାଧାନ ହେବ । ଉଭୟ ପତି-ପତ୍ନୀ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link