Lucky Zodiac Sign: ୨୫ ଜୁନରେ ଲକ୍ଷ୍ମୀନାରାୟଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 25 June 2024 : ଜୁନ୍ ୨୫, ମଙ୍ଗଳବାର ଦିନ ମକର ରାଶିରୁ କୁମ୍ଭ ରାଶିକୁ ଚନ୍ଦ୍ରମା ସଂଚାର କରିବେ । ଯେଉଁ କାରଣରୁ ସୂର୍ଯ୍ୟ ଯୋଗ ସୃଷ୍ଟି ହେଉଛି । ଏଥିସହ ଦିନଟିରେ ଆଷାଢ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି ରହିଛି । ମଙ୍ଗଳବାର ଲକ୍ଷ୍ମୀ ନାରାୟଣ ଯୋଗ, ତ୍ରିଗ୍ରାହୀ ଯୋଗ ଏବଂ ଶ୍ରବଣା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଗଠନ ହେଉଛି । ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ବଢିଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 24 Jun 2024-10:21 pm,
1/5

ମେଷ ରାଶି- ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ଆପଣ ଶକ୍ତିଶାଳୀ ଅନୁଭବ କରିବେ । ଯେଉଁ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ଜଡିତ କରିପାରନ୍ତି । ପ୍ରଭୁ ହନୁ ମାନଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ଅସମ୍ପୂର୍ଣ୍ଣ ଇଚ୍ଛା ଦିନଟିରେ ପୂରଣ ହୋଇପାରେ । ଚାକିରି କ୍ଷେତ୍ରରେ କ୍ୟାରିୟରର ଅଗ୍ରଗତି ପାଇଁ ସୁଯୋଗ ପାଇବେ । ନୂଆ ଚାକିରି ସନ୍ଧାନର ଶେଷ ହେବ । ବ୍ୟବସାୟ କ୍ଷେତ୍ରରେ ଦିନଟିରେ ଅଧିକ ଲାଭ ପାଇବେ । ସଫଳ ବ୍ୟବସାୟୀ ଭାବରେ ପ୍ରତିଷ୍ଠିତ ହେବେ । ପାରିବାରିକ ଜୀବନରେ ପରସ୍ପରଙ୍କ ସମର୍ଥନ ରହିବ । ଘରେ କିଛି ଶୁଭ କାର୍ଯ୍ୟ ହୋଇପାରେ । ବୈବାହିକ ଜୀବନରେ କୌଣସି ମତଭେଦ ଥିଲେ ତାହା ଦୂରେଇଯିବ ।

2/5

ସିଂହ ରାଶି- ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ମିଳିବ । ସମସ୍ତ କାର୍ଯ୍ୟ ସହଜରେ ଶେଷ କରିବେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଯେଉଁ କ୍ଷେତ୍ରରେ ବି କାମ କରନ୍ତୁ ନା କାହିଁକି ଶୁଭଫଳ ପ୍ରାପ୍ତି ହେବ । ମାନ ସମ୍ମାନ ବଢିବ । ଚାକିରି, ଶିକ୍ଷା କିମ୍ବା ଭ୍ରମଣ ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବେ । ପିଲାମାନଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି ।

3/5

ତୁଳା ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଆପଣ ଭଲ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଭାଗ୍ୟ ଆପଣଙ୍କର ସାଥ୍ ଦେବ । ଅର୍ଥ ରୋଜଗାର କରିବାର ଭଲ ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ କାର୍ଯ୍ୟ ପ୍ରଶଂସିତ ହୋଇପାରେ। ଆପଣଙ୍କ ଶିଖିବାର କ୍ଷମତା ବୃଦ୍ଧି ପାଇବ । ସରକାରୀ କର୍ମଚାରୀଙ୍କ ସହ ଆପଣଙ୍କର ସମ୍ପର୍କ ଅଧିକ ମଜବୁତ ହେବ । ଜମି କିମ୍ବା ଫ୍ଲାଟ କିଣିବା ପାଇଁ ଆପଣ ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ପାରିବାରିକ ଏବଂ ବୈବାହିକ ଜୀବନ ଅନୁକୂଳ ରହିବ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଜଡିତ ରହିବେ ।

4/5

ଧନୁ ରାଶି- ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବ । ହଠାତ୍ ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ବିଷୟରେ ମଧ୍ୟ ସଂପୂର୍ଣ୍ଣ ସଚେତନ ହେବେ । ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଋଣ ନେଇଥିଲେ ପରିଶୋଧ କରିବେ । ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ମିଳିବ । କ୍ୟାରିୟରରେ ଭଲ ଅଗ୍ରଗତି ହେବ । ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । ଭାଇମାନଙ୍କ ସାହାଯ୍ୟରେ ଅନେକ ଘରୋଇ କାର୍ଯ୍ୟ ଶେଷ ହେବ । ପରିବାରରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ ।

5/5

ମକର ରାଶି- ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ । ଚାକିରିରେ ପଦୋନ୍ନତୀର ଯୋଗ ରହିଛି । ବ୍ୟବସାୟରେ ଲାଭ ଅଧିକ ହେବ । ପ୍ରତିଟି କ୍ଷେତ୍ରରେ ଶୁଭାଶୁଭ ଫଳାଫଳ ମିଳିବ । ପୂର୍ବ ନିବେଶ ଆପଣଙ୍କ ପାଇଁ ଲାଭ ଆଣିଦେବ । ପରିବାର ସଦସ୍ୟଙ୍କ ସହ ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିବେ । କର୍ମସ୍ଥାନରେ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link