Rahu Transit 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ପୂର୍ବରୁ ଚମକିବେ ୩ ରାଶି

Rahu Transit 2024: ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଏକ ଛାୟା ଏବଂ ପାପପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ଏଥିସହ ରାହୁଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ରାଶିରେ ରାହୁଙ୍କ ସ୍ଥିତି ଦୁର୍ବଳ ସେମାନେ ମାନସିକ ଚାପରେ ପୀଡିତ ହୁଅନ୍ତି ବୋଲି ଜ୍ୟୋତିର୍ବିଦ ମତ ଦିଅନ୍ତି । ବୁଝିବା ଶକ୍ତି ହ୍ରାସ ହେବା ସହ ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାଏ । କିନ୍ତୁ ରାହୁଙ୍କ ଉପସ୍ଥିତି ସଠିକ୍ ଥିଲେ ବିଶେଷ ସଫଳତା ପ୍ରାପ୍ତି ହୋଇଥାଏ । ଜୀବନର ପ୍ରତ୍ୟେକ ସୁଖ ମିଳିଥାଏ ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 27 Aug 2024-6:54 pm,
1/4

ମେଷ ରାଶି

ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ରାହୁଙ୍କ ଚଳନ କାରଣରୁ ଆପଣଙ୍କୁ ୩ ମାସ ପର୍ଯ୍ୟନ୍ତ ଶୁଭଫଳ ମିଳିବ । ଏହି ସମୟରେ ଆପଣ ବିଶେଷ ସୁବିଧା ପାଇବେ। ଦୀର୍ଘ ବିଚାରାଧୀନ କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହୋଇଯିବ । କ୍ୟାରିଅରରେ ଅଗ୍ରଗତି କରିବାକୁ ଆପଣ ଅନେକ ନୂଆ ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ବିଦେଶରେ କାମ କରିବାର ଇଚ୍ଛା ପୂରଣ ହୋଇପାରିବ । ବ୍ୟବସାୟରେ ଆର୍ଥିକ ଲାଭର ଦୃଢ ସମ୍ଭାବନା ରହିଛି । ସହଭାଗୀତାରେ କାମ କଲେ ଆପଣ ଅଧିକ ଲାଭରେ ରହିବେ ।

2/4

କର୍କଟ ରାଶି

ରାହୁଙ୍କ ନକ୍ଷତ୍ରର ପରିବର୍ତ୍ତନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସ୍ୱପ୍ନ ପୂରଣ ହେବ । ଚାକିରି କ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବିବାହିତ ବ୍ୟକ୍ତି ଉଭୟ ମାନସିକ ଏବଂ ଶାରୀରିକ କଷ୍ଟରୁ ମୁକ୍ତି ପାଇବେ । ପିତାମାତାଙ୍କ ସହିତ ସମୟ ବିତାଇବେ । ବ୍ୟବସାୟୀମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ବିପୁଳ ଲାଭ ମିଳିବ ।

3/4

ବିଛା ରାଶି

ତିନି ମାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଶୁଭ ସମୟ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଆପଣଙ୍କ ଯୋଜନା ସଫଳ ହେବ । ବନ୍ଧୁଙ୍କ ସହ ସମୟ ବିତାଇବାକୁ ଆପଣଙ୍କୁ ସୁଯୋଗ ମିଳିବ । ବିବାହିତ ବ୍ୟକ୍ତି ନିଜ ସାଥୀକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ । ଅର୍ଥ ଅଭାବ ସମସ୍ୟା ଦୂରେଇଯିବ । ବିଭିନ୍ନ ସୁତ୍ରରୁ ଆପଣଙ୍କୁ ଅର୍ଥ ପ୍ରାପ୍ତି ହେବ । ସେୟାର ବଜାରରୁ ଭଲ ଲାଭ ମିଳିପାରେ ।

4/4

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link