Top 10 News Headlines: ଯବାନଙ୍କ ଗୁଳିରେ ଯବାନ ଶହୀଦ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2435926

Top 10 News Headlines: ଯବାନଙ୍କ ଗୁଳିରେ ଯବାନ ଶହୀଦ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Headlines: ଯବାନଙ୍କ ଗୁଳିରେ ଯବାନ ଶହୀଦ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ (ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ୨୦୨୪) ଅଧୀନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୬.୭୨ ପ୍ରତିଶତ ମତଦାନ ହୋଇଥିବା ସମୟରେ ଦିନ ଗୋଟାଏ ସୁଦ୍ଧା 41.17% ମତଦାନ ହୋଇଛି ।  ଅନନ୍ତନାଗରେ 37.90% , ଡୋଡାରେ 50.81%, କିସ୍ତୱାଡାରେ 56.86% , କୁଲଗାମରେ 39.91% , ପୁଲୱାମାରେ 29.84%, ରାମ୍ୱାନରେ 49.68% , ଶୋପିଆନରେ 38.72% ମତଦାନ ହୋଇଛି ।

Headlines 02- ରାମନାଥ କୋବିନ୍ଦଙ୍କ ୱାନ୍ ନେସନ୍ ୱାନ୍ ଇଲେକ୍ସନ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ କରିଛି। ବୁଧବାର ଦିନ ଅନୁଷ୍ଠିତ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା, ଯାହାକୁ କ୍ୟାବିନେଟ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲା। ଏହି ରିପୋର୍ଟ ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭା ନିର୍ବାଚନ ପୂର୍ବରୁ ଦାଖଲ କରାଯାଇଥିଲା। ଏହି ବିଷୟରେ ଆଇନ ମନ୍ତ୍ରଣାଳୟ ଅତ୍ୟନ୍ତ ସକ୍ରିୟ ଅଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ଦେଶର ଗୋଟିଏ ନିର୍ବାଚନରେ ଲାଭ ଓ ଏହା କିପରି କାର୍ଯ୍ୟକାରୀ ହୋଇପାରିବ। ରିପୋର୍ଟ ଅନୁଯାୟୀ, ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇପାରିବ।

Headlines 03- ଦିଲ୍ଲୀରେ କରୋଲବାଗ ଅଞ୍ଚଳରେ ଆଜି ଏକ ଘର ଭୁଶୁଡ଼ି ପଡ଼ିଥିବାର ସୂଚନା ରହିଛି। ସକାଳ ପ୍ରାୟ ୯ଟା ୧୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବା ମୁତାବକ ଏହି ଭୁଶୁଡି ପଡିଥିବା ଘର ତଳେ ଏକାଧିକ ଲୋକ ଦବି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବିଭାଗ ୧୨ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଘର ଭୁଶୁଡିବା ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି। 

Headlines 04-  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ। ଟ୍ରମ୍ପ ନିଜେ ଏହା ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇପାରେ। ବାସ୍ତବରେ ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ମିଚିଗାନର ଫ୍ଲିଣ୍ଟରେ ନିର୍ବାଚନ ପ୍ରଚାର ସମୟରେ ସେ ଏହି ସୂଚନା ଦେଇଛନ୍ତି। 

Headlines 05- ଛତିଶଗଡ଼ରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯବାନଙ୍କ ଗୁଳିରେ ୨ ଯବାନ ମୃତ ଏବଂ ୨ ଗୁରୁତର ଆହତ ହୋଇଛନ୍ତି । ବଳରାମପୁର ଜିଲ୍ଲା ଭୂଥି କ୍ୟାମ୍ପରେ ଯବାନଙ୍କୁ ଗୁଳିମାଡ଼ କରିଛନ୍ତି ଯବାନ । ସାମାନ୍ୟ ବଚସାକୁ ନେଇ ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁରୁତର ଯବାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Headlines 06- ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା । ଘଟଣାକୁ ନେଇ ଆଜି ଭରତପୁର ଥାନାର ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମଧ୍ୟରେ ଆଇଆଇସିଙ୍କ ସମେତ ଜଣେ ଏସ୍‌ଆଇ, ୨ ଏଏସ୍‌ଆଇ ରହିଛନ୍ତି ।

Headlines 07- ସୁଭଦ୍ରା ଯୋଜନାରେ ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆକାଉଣ୍ଟ ସଠିକ୍‌ ନଥିବା କାରଣରୁ ଆବେଦନ ରିଜେକ୍ଟ ହୋଇଥାଇପାରେ ଏବଂ ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ ପେଣ୍ଡିଂ ନାହିଁ ବୋଲି ପ୍ରଭାତୀ କହିଛନ୍ତି ।

Headlines 08- ଚିଟ୍‌ଫଣ୍ଡ ଟଙ୍କା ଖୁବ ଶୀଘ୍ର ମିଳିବ । ଏନେଇ ସାମ୍ୱାଦିକ ସମ୍ମିଳନୀରେ କରି ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସରକାରଙ୍କୁ ଆସନ୍ତାକାଲି ୧୦୦ଦିନ ପୁରିବାକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଆଜି ଏଭଳି ବଡ଼ ସୂଚନା ଦେଇ ମନମୋହନ ସାମଲ। କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଶ୍ରୀ ସାମଲ ଆହୁରି କହିଛନ୍ତି, ଟଙ୍କା ଫେରସ୍ତ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି।

Headlines 09- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିଛନ୍ତି । ପରିଦର୍ଶନ ପରେ ସ୍ଥିତି ଉଦ୍‌ବେଗଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ଏବଂ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଏଥିସହ ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ୮ ଅଗ୍ନିଶମ, ୩ ଓଡ୍ରାଫ୍‌, ୧ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି ।

Headlines 10- ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆହୁରୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ବିଶେଷକରି, ଉତ୍ତର ଓଡି଼ଶାରେ ଏହାର ପ୍ରଭାବ ଅଧିକ ରହିବ।  କାହିଁକିନା,  ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ- ଉତ୍ତର ଦିଗରେ ଝାଡଖଣ୍ତ ଆଡ଼କୁ ଗତି କରିବ। ଯାହା ଫଳରେ ଆଜି ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।  ଏନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। 

Also Read- Mangal Gochar 2024: ମଙ୍ଗଳଙ୍କ ଶୁଭ ପ୍ରଭାବ, ୩ ରାଶି ପାଇଁ ଖୋଲିବ ଧନର ଦ୍ୱାର