Weekly Horoscope: କିପରି ବିତିବ ନଭେମ୍ୱର ଶେଷ ସପ୍ତାହ ? ପଢ଼ନ୍ତୁ ରାଶିଫଳ
Weekly Horoscope 25th November to 1st December 2024: ଏହି ସପ୍ତାହଟି କାହା ପାଇଁ ଶୁଭଫଳ ପ୍ରଦାନ କରିବ ଏବଂ କେଉଁ ରାଶିର ବ୍ୟକ୍ତି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଜାଣିବା ପାଇଁ ପଢନ୍ତୁ ୧୨ଟି ରାଶିର ଫଳାଫଳ ।
ମେଷ ରାଶି
ନୂଆ ସପ୍ତାହରେ ଆପଣଙ୍କ ମଧ୍ୟରେ ଉତ୍ସାହର ବଢିବ । ଯେକୌଣସି ଆହ୍ୱାନର ସାମ୍ନା କରିବାକୁ ଆପଣ ପ୍ରସ୍ତୁତ ରହିବେ । ନିଜ ଆତ୍ମବିଶ୍ୱାସ ସର୍ବଦା ଉଚ୍ଚରେ ରହିବ । ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ । ଜୀବନର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିବାର ସମ୍ଭାବନା ରହିଛି ।
ବୃଷ ରାଶି
ଜୀବନରେ ସ୍ଥିରତା ଅନୁଭବ କରିବେ । ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଆରାମ ପାଇବେ । ଜୀବନରେ ଥିବା ଅସୁବିଧା ଗୁଡିକୁ ଦୂର କରିବାରେ ସଫଳ ହେବେ ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ନୂଆ ସମ୍ଭାବନା ଆଣିଦେବ । ନୂଆ କୌଶଳ ଶିଖିବାକୁ ପାଇବେ । ବିଭିନ୍ନ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବ ।
କର୍କଟ ରାଶି
ନିଜକୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ । ମନ ଭିତରର ଇଚ୍ଛାକୁ ଏହି ସମୟରେ ପୂରଣ ହୋଇପାରେ । ଆପଣଙ୍କ ପାଇଁ ପ୍ରକୃତରେ କଣ ଗୁରୁତ୍ୱପୂର୍ଣ୍ଣ ତାହା ଜାଣିବାରେ ସକ୍ଷମ ହେବେ ।
ସିଂହ ରାଶି
ଆପଣଙ୍କ ଜୀବନରେ ନୂଆ ଉତ୍ସାହ ଆଣିଦେବ ସପ୍ତାହଟି । ଆଖପାଖରେ ଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହେବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ କରିବେ ।
କନ୍ୟା ରାଶି
ଆପଣଙ୍କ ଲକ୍ଷ୍ୟ ପୂରଣ ପାଇଁ ଆପଣ ଚେଷ୍ଟା କରିବେ । ନିଜ କର୍ତ୍ତବ୍ୟ ଉପରେ ବିଶ୍ୱାସ ରଖି ସଫଳତାର ସ୍ୱାଦ ଚାଖିବାରେ ସମର୍ଥ ହେବେ । ଜୀବନରେ ବିଭିନ୍ନ ପରିବର୍ତ୍ତନ ଆଣିବ ନୂଆ ସପ୍ତାହ ।
ତୁଳା ରାଶି
ଆପଣ ବିଭିନ୍ନ ସଫଳ ବ୍ୟକ୍ତିତ୍ୱଙ୍କ ନିକଟରୁ ପ୍ରେରଣା ପାଇବେ । ଆପଣଙ୍କ ମନୋବଳ ପାଇଁ ଆପଣ ଆଗକୁ ବଢିବେ । ନିଜର କୂଟନୈତିକ କୌଶଳ ପାଇଁ ପ୍ରତ୍ୟକ ଆହ୍ୱାନକୁ ମୁକାବିଲା କରିବାରେ ସମର୍ଥ ହେବେ ।
ବିଛା ରାଶି
ଭାବି ଚିନ୍ତି ପ୍ରତ୍ୟକ କାର୍ଯ୍ୟରେ ମନୋନିବେଶ କରିବେ । ଆଭ୍ୟନ୍ତରୀଣ ଦୁନିଆକୁ ଅନୁସନ୍ଧାନ କରିବା ପାଇଁ ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ ।
ଧନୁ ରାଶି
ସପ୍ତାହଟିରେ ଆପଣଙ୍କ ବ୍ୟକ୍ତିଗତ ଅଭିବୃଦ୍ଧି ହେବ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଉପାୟ ଖୋଜି ସଫଳ ହେବେ । ସ୍ୱାସ୍ଥ୍ୟ ମଧ୍ୟମଧରଣର ରହିବ । ନିଜ ମଧ୍ୟରେ ସାହସ ବୃଦ୍ଧି ପାଇବ ।
ମକର ରାଶି
ଭାବପ୍ରବଣ ମନୋଭାବରେ ରହିବେ । ଲକ୍ଷ୍ୟକୁ ପୂରଣ କରିବା ଏବଂ ଭୁଲକୁ ସୁଧାରିବା ଦିଗରେ ଧ୍ୟାନ ଦେବେ । ଅନୁସନ୍ଧାନ ପାଇଁ କିଛି ସମୟ ନେଲେ ଶୁଭଫଳ ମିଳିବ ।
କୁମ୍ଭ ରାଶି
ନିଜ ମଧ୍ୟରେ ଶକ୍ତି ଏବଂ ଉତ୍ସାହ ବୃଦ୍ଧି ପାଇବ । ସ୍ୱାଧିନ ଭାବରେ ପ୍ରତ୍ୟକ କାର୍ଯ୍ୟ କରିବେ । ନିଜ ମନର କଥା ଅନ୍ୟ ଆଗରେ କହିବାକୁ ଇଚ୍ଛା ପ୍ରକାଶ କରିବେ ।
ମୀନ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ । ମାନ ସମ୍ମାନ ବୃଦ୍ଧି ପାଇବ । ନିଜର ସ୍ୱପ୍ନ ସାକାର ହୋଇପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ