ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
Advertisement
Article Detail0/zeeodisha/odisha2588538

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି। କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି। 

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ଚିଲିକା: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଜହ୍ନିକୁଦା ଘାଟ ନିକଟରୁ ସକାଳ ୮ଟାରେ ଯାତ୍ରୀବାହୀ ଡଙ୍ଗା ଛାଡିଥିଲା। ଡଙ୍ଗାରେ ୨୫ ଜଣ ଯାତ୍ରୀଙ୍କ ସମେତ ୧୦ଟି ବାଇକ୍ ରହିଛି। ମଏସା ଗାଁ ନିକଟ ଚିଲିକା ମଝିରେ ଡଙ୍ଗାଟି ଫସିଯାଇଛି। 

ଯାନ୍ତ୍ରିକ ତ୍ରୁଟିରୁ ୩୦ ମିନିଟରୁ ଅଧିକ ସମୟ ହେବ ଡଙ୍ଗା ଫସି ରହିଛି। ବର୍ଷର ପ୍ରଥମ ରବିବାର କାରଣରୁ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ଡଙ୍ଗାରେ ବହୁ ଲୋକ ଯାଆସ କରୁଥିବାବେଳେ ଫସିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ। ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି। କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି।