Saptahik Rashifal: ନୂଆ ସପ୍ତାହ କିପରି ବିତିବ ? ପଢନ୍ତୁ ମେଷଠୁ କନ୍ୟା ପର୍ଯ୍ୟନ୍ତ ଭାଗ୍ୟଫଳ
Saptahik Rashifal 9 To 15 December 2024: ୯ ଡିସେମ୍ବରରୁ ନୂତନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ନୂଆ ସପ୍ତାହରେ ଆପଣଙ୍କର ସ୍ଥିତି କିପରି ରହିବ ସେ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପଢିନିଅନ୍ତୁ ମେଷଠାରୁ କନ୍ୟା ପର୍ଯ୍ୟନ୍ତ ରାଶିଫଳ ।
ମେଷ ରାଶି
ଆପଣଙ୍କ ଆୟ କମ୍ ହେବ । ନୂଆ ସପ୍ତାହରେ ଖର୍ଚ୍ଚ ଅଧିକ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତି ପ୍ରତି ଜଗି ରଖି ଚଳିବା ଆବଶ୍ୟକ । ବ୍ୟବସାୟୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ସହିତ ଜଡିତ ଯାତ୍ରାରୁ ଆଶାଠୁ କମ୍ ଫଳାଫଳ ମିଳିବ । ସପ୍ତାହର ଶେଷ ଭାଗରେ ଆପଣଙ୍କ ବ୍ୟବସାୟ ଟ୍ରାକକୁ ଫେରିବ । ଚାକିରି କ୍ଷେତ୍ରରେ ନିଜ କାର୍ଯ୍ୟକୁ ସଠିକ ଭାବେ ପରିଚାଳନା କରିବାକୁ ଚେଷ୍ଟା କରନ୍ତୁ ।
ବୃଷ ରାଶି
ନୂତନ ସପ୍ତାହରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଆବଶ୍ୟକ । କାରଣ ଏହି ସମୟରେ ତତ୍ପରତାର ସହ ନେଇଥିବା ନିଷ୍ପତ୍ତି ଆର୍ଥିକ କ୍ଷତି ଘଟାଇପାରେ । ଆପଣଙ୍କ ଆୟଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ସପ୍ତାହ ଆରମ୍ଭରେ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅତିରିକ୍ତ ଖର୍ଚ୍ଚ କାରଣରି ଆପଣଙ୍କ ବଜେଟ୍ ଉପରେ ପ୍ରଭାବ ପଡିପାରେ । ସପ୍ତାହର ପ୍ରଥମ ଭାଗରେ ପୂର୍ବରୁ ବାକିଥିବା କାମ ଶେଷ କରିବେ । କୌଣସି କାର୍ଯ୍ୟ ପାଇଁ ଆପଣଙ୍କୁ ଅଧିକ ଦୌଡ଼ିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଏବଂ କନିଷ୍ଠ ବ୍ୟକ୍ତିଙ୍କ ସହିତ ସମନ୍ୱୟ ରଖି କାମ କରିବାକୁ ପଡିବ । ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ । କାହାକୁ ଋଣ ଦିଅନ୍ତୁ ନାହିଁ ନଚେତ୍ କ୍ଷତି ହୋଇପାରେ ।
ମିଥୁନ ରାଶି
ପୂର୍ବ ସପ୍ତାହ ଅପେକ୍ଷା ନୂଆ ସପ୍ତାହଟି ଆପଣଙ୍କ ପାଇଁ ଅଧିକ ଶୁଭ ଏବଂ ଲାଭଦାୟକ । ବହୁ ପ୍ରତୀକ୍ଷିତ ଭଲ ଖବର ମିଳିପାରେ । ଦୀର୍ଘ ସମୟ ଧରି ଜମି କିମ୍ବା ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ କରିବାକୁ ଯୋଜନା କରୁଥିଲେ ଇଚ୍ଛା ପୂରଣ ହୋଇପାରେ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । କର୍ମକ୍ଷେତ୍ରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଅତିରିକ୍ତ ଆୟର ଉତ୍ସ ସୃଷ୍ଟି ହେବ । ନୂଆ ଚାକିରି ଖୋଜୁଥିଲେ ରୋଜଗାର ପାଇପାରନ୍ତି । ଚାକିରୁ କରୁଥିଲେ ଇଚ୍ଛାକୃତ ସ୍ଥାନକୁ ବଦଳି ହୋଇ ଯାଇପାରନ୍ତି । ପଦୋନ୍ନତିର ଇଚ୍ଛା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସ୍ଥିତିରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯୋଜନାବଦ୍ଧ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବେ ।
କର୍କଟ ରାଶି
ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ବିପଦରୁ ଦୂରେଇ ରହିବା ଉଚିତ । ନିଜ ବକ୍ତବ୍ୟ ଏବଂ ଆଚରଣକୁ ନିୟନ୍ତ୍ରଣରେ ରଖିବା ଉଚିତ । କାର୍ଯ୍ୟରତ ବ୍ୟକ୍ତି କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଏବଂ ଅଧସ୍ତନମାନଙ୍କ କର୍ମଚାରୀଙ୍କ ସହିତ ମିଳିମିଶି କାମ କରିବା ଉଚିତ୍ । ଚାକିରି କ୍ଷେତ୍ରରେ ପୂରା ସପ୍ତାହଟି ମଧ୍ୟମ ଧରଣର ଫଳାଫଳ ଦେବ । ଅଫିସରେ କ’ଣ ଚର୍ଚ୍ଚା ଚାଲିଛି ସେଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ, ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟବସାୟରେ ଜଡିତ ଥିଲେ କୌଣସି ବଡ କାରବାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ସିଂହ ରାଶି
ଶନିବାର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଶୁଭଫଳ ମିଳିବ । ଦୀର୍ଘ ସମୟ ଧରି ଚାକିରି ଖୋଜୁଥିଲେ ଇଚ୍ଛା ପୂରଣ ହୋଇପାରେ । ବିଦେଶରେ ଉଚ୍ଚଶିକ୍ଷା କିମ୍ବା ବ୍ୟବସାୟ କରୁଥିଲେ ଆପଣଙ୍କର ଉଦ୍ୟମ ସଫଳ ହେବ । କାର୍ଯ୍ୟରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଜୀବନରେ ଆଗକୁ ବଢିବା ପାଇଁ ବଡ଼ ସୁଯୋଗ ଆସିପାରେ । ଆପଣ ସରକାରୀ ସୁତ୍ରରୁ ଲାଭ ପାଇପାରନ୍ତି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାରେ ସଫଳ ହେବେ । ଜଣେ ବିଶେଷ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇପାରନ୍ତି । ଚାକିରି କ୍ଷେତ୍ରରେ କଠିନ ପରିଶ୍ରମ କରି ନିଜ ଦକ୍ଷତା ପ୍ରମାଣ କରିବେ । ସାମାଜିକ ସେବା କିମ୍ବା ରାଜନୀତିରେ ସହ ଜଡିତ ଥିଲେ ସମ୍ମାନ ବଢିବ ।
କନ୍ୟା ରାଶି
ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହ ଆପଣଙ୍କ ପାଇଁ ମଧ୍ୟମଧରଣର ଫଳାଫଳ ପ୍ରଦାନ କରିବ । ସପ୍ତାହ ଆରମ୍ଭରେ, ଆପଣଙ୍କ ଯୋଜନାବଦ୍ଧ କାର୍ଯ୍ୟ ଶେଷ କରିବାରେ କିଛି ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ସମ୍ପର୍କୀୟଙ୍କଠାରୁ ଆବଶ୍ୟକୀୟ ସାହାଯ୍ୟ ନମିଳିବାରୁ ସାମାନ୍ୟ ଦୁଃଖ ଅନୁଭବ କରିବେ । ଚାକିରି କ୍ଷେତ୍ରରେ ସମୟ ଅନୁକୂଳ ହୋଇପାରେ । ନୂଆ ଦାୟିତ୍ୱ ଆପଣଙ୍କୁ ମିଳିପାରେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଉତ୍ତମ ସମ୍ପର୍କ ବଜାୟ ରଖିବା ଆପଣଙ୍କ ପାଇଁ ଅନୁକୂଳ ହେବ । ବ୍ୟବସାୟରେ ଜଡିତ ଥିଲେ ଆର୍ଥିକ ଲାଭ ପାଇବେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।