Shani Gochar 2024: ଶନିଦେବଙ୍କ ଶୁଭଦୃଷ୍ଟି, ୩ ରାଶିରେ ହେବ ଧନ ବୃଷ୍ଟି

Saturn Transit 2024: ଜ୍ୟୋତିର୍ବିଦଙ୍କ ମତ ଅନୁଯାୟୀ, ଶନି ଦେବ ୩ ଅକ୍ଟୋବର ୨୦୨୪ରେ ଶତାବିଶା ନକ୍ଷତ୍ରରେ ଚଳନ କରିବେ। ଏହି ଚଳନ ଗୁରୁବାର ଦିନ ୧୨ଟା ୧୦ରେ ହେବ । ଶନିଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବରୁ ୩ଟି ରାଶିର ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 27 Aug 2024-3:07 pm,
1/4

ସିଂହ ରାଶି

ଆପଣଙ୍କ ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ । ବିଭିନ୍ନ ଦିଗରୁ ଆପଣ ଉପକୃତ ହେବେ । ଆଗାମୀ ଦୁଇ ମାସ ମଧ୍ୟରେ ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟୀଙ୍କ ବ୍ୟବସାୟ ବଡ଼ ହେବାକୁ ଲାଗିବ । କାର୍ଯ୍ୟକ୍ଷେତ୍ରରେ ବିଦେଶ ଭ୍ରମଣ କରିବାର ସୁଯୋଗ ପାଇପାରନ୍ତି । ଚାକିରି କ୍ଷେତ୍ରରେ ବରିଷ୍ଠ କର୍ମଚାରୀଙ୍କ ପ୍ରିୟ ହୋଇପାରିବେ । ନିଜ ପସନ୍ଦର କମ୍ପାନୀରେ କାମ କରିବାର ସୁଯୋଗ ମିଳିବ ।

2/4

ବିଛା ରାଶି

ଏହି ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପିତାମାତାଙ୍କ ସହିତ ସମ୍ପର୍କ ମଧୁରମୟ ହେବ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ । ଏକ ବିଦେଶୀ କମ୍ପାନୀରେ କାମ କରିବାର ସୁଯୋଗ ମିଳିପାରେ । ପ୍ରେମ ଜୀବନରେ ରୋମାନ୍ସ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

3/4

କୁମ୍ଭ ରାଶି

ଆପଣଙ୍କ ପାଇଁ କିଛି ଭଲ ଖବର ଆସିପାରେ । ଚାକିରି କ୍ଷେତ୍ରରେ ହଠାତ୍ ଧନ ଲାଭ ହୋଇପାରେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ବୈଷୟିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ନୂତନ ଯୋଜନା ସଫଳ ହେବ । ଦୂରଯାତ୍ରାରୁ ଶୁଭଫଳ ପାଇବେ ।

4/4

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link