Shani Ast 2025: ଶନିଙ୍କ ପ୍ରଭାବ ପଡିବ ୬ ରାଶିରେ, ପଢନ୍ତୁ ରାଶିଫଳ

Shani Ast 2025: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୨୮ ଫେବୃଆରୀ ୨୦୨୫, ଶୁକ୍ରବାର ସନ୍ଧ୍ୟା ୭:୦୬ ରେ ଶନି ଅସ୍ତ ହେବ। ୯ ଏପ୍ରିଲ ୨୦୨୫ ବୁଧବାର ସକାଳ ୫:୦୩ ପର୍ଯ୍ୟନ୍ତ ଶନି ଅସ୍ତ ରହିବେ। ଜ୍ୟୋତିଷଙ୍କ ଅନୁଯାୟୀ ୪୦ ଦିନ ପାଇଁ ଶନି ଅସ୍ତ ହେବା କାରଣରୁ କେଉଁ ୬ ଟି ରାଶି ଅଧିକ ପ୍ରଭାବିତ ହେବ ଆସନ୍ତୁ ଜାଣିବା ।

1/7

ମେଷ ରାଶି

ଶନିଙ୍କ ଅସ୍ତଗମନ ଆପଣଙ୍କ ପାଇଁ ଶୁଭପ୍ରଦ ନୁହେଁ । ଆର୍ଥିକ ସ୍ଥିତି ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ । ଖର୍ଚ୍ଚ ଅଧିକ ହୋଇପାରେ। ପରିସ୍ଥିତି ଏପରି ହୋଇପାରେ ଯେ, ଆପଣଙ୍କୁ ଋଣ ନେବାକୁ ପଡିପାରେ । ଏହାର ପ୍ରଭାବ ଆପଣଙ୍କ ଦରମା ଉପରେ ଦେଖାଯିବ। କୌଣସି ସ୍ଥାନରେ ନିବେଶ କରୁଥିଲେ ଭାବିଚିନ୍ତି କରନ୍ତୁ। ମାନସିକ ଚାପ ମଧ୍ୟ ବଢିପାରେ । ସମ୍ପର୍କ ପୂର୍ବ ଅପେକ୍ଷା ଆହୁରି ଖରାପ ହେବାର ସମ୍ଭାବନା ରହିଛି । ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ପ୍ରେମରେ ବ୍ରେକଅପ୍ ହୋଇପାରେ ।

2/7

କର୍କଟ ରାଶି

ଏହି ସମୟରେ ଆପଣଙ୍କୁ ଟିକେ ଅଧିକ ସତର୍କ ରହିବାକୁ ପଡିବ। ଅନାବଶ୍ୟକ ଚାପ କାରଣରୁ ସ୍ୱାସ୍ଥ୍ୟରେ ପ୍ରଭାବ ପଡିପାରେ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିଜ ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନିଅନ୍ତୁ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବିନା କାରଣରେ କିଛି ବିବାଦ ସୃଷ୍ଟି ହୋଇପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ କମ୍ ହେବ। ପରିବାର ସଦସ୍ୟଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି।

3/7

ସିଂହ ରାଶି

ଆପଣଙ୍କ ପାଇଁ ଶନିଙ୍କ ଅସ୍ତଗମନ ପ୍ରଭାବ ନକରାତ୍ମକ ଫଳାଫଳ ପ୍ରଦାନ କରିବ । ଅନାବଶ୍ୟକ ଚାପ କାରଣରୁ ଚିନ୍ତିତ ରହିବେ । ସମ୍ପର୍କ ଗଠନ ହେବା ପୂର୍ବରୁ ମତଭେଦ ହୋଇପାରେ । ଚାକିରି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଖର୍ଚ୍ଚ ବୃଦ୍ଧି ହୋଇପାରେ ତେଣୁ ଅଂକୁଶ ଲଗାଇବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି। କମ୍ କଥା ହେବା ଆପଣଙ୍କ ପାଇଁ ଭଲ ହେବ ।

4/7

ବିଛା ରାଶି

ଶନିଙ୍କ ପ୍ରଭାବ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଗୋଟିଏ କାମରେ ଧ୍ୟାନ ରଖିବା ସମ୍ଭବ ହୋଇପାରିବ ନାହିଁ । ଅଧିକ ସଫଳତା ହାସଲ କରିବାକୁ ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୁପକ ଫଳ ପାଇବେ ନାହିଁ । ଆର୍ଥିକ ସ୍ଥିତି ବିଗିଡିପାରେ । ବାଦ ବିବାଦରୁ ଦୂରେଇ ରହିବା ଭଲ। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ମୁଣ୍ଡବିନ୍ଧା କିମ୍ବା ଥଣ୍ଡା ଜନିତ ସମସ୍ୟା ଉପୁଜିପାରେ ।

5/7

କୁମ୍ଭ ରାଶି

ଆପଣଙ୍କ ପାଇଁ ଶନିଙ୍କ ପ୍ରଭାବ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଶନିଙ୍କ ପ୍ରତିକାର କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ସେମାନଙ୍କୁ ଦାନ ଦିଅନ୍ତୁ । ମିଛ କହିବାଠାରୁ ଦୂରରେ ରୁହନ୍ତୁ । କଠିନ ପରିଶ୍ରମ କରିବା ଦ୍ୱାରା ସଫଳତା ହାସଲ କରିବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । କିନ୍ତୁ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ।

6/7

ମୀନ ରାଶି

ଆପଣଙ୍କୁ ଶନିଙ୍କ ପ୍ରଭାବ ନକାରାତ୍ମକ ଫଳାଫଳ ପ୍ରଦାନ କରିପାରେ । ଚାକିରି କ୍ଷେତ୍ରରେ ସମସ୍ୟା ବଢିବ । ଅନାବଶ୍ୟକ ଚାପର ଶିକାର ହେବେ । ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ।  ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ବଢିବ । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶନି ଏବଂ ଶିବଙ୍କ ପୂଜା କରନ୍ତୁ ନକାରାତ୍ମକ ପ୍ରଭାବ ହ୍ରାସ ପାଇବ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link