Grah Gochar Horoscope: ଶନି ଗୋଚର ସହ ସୂର୍ଯ୍ୟ ପରାଗର ହେବ ବିରଳ ସଂଯୋଗ, ଚମିକିବ ଏହି ୩ ରାଶିର ଭାଗ୍ୟ!

Shani Gochar and Surya Grahan Positive Impact in 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୫ ମସିହାରେ ଗ୍ରହମାନଙ୍କର ଗତିବିଧିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପାଞ୍ଜୀ ଅନୁଯାୟୀ ମାର୍ଚ୍ଚ ୨୦୨୫ ମସିହାରେ କର୍ମଫଳ ଦାତା ଶନିଦେବ କୁମ୍ଭରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ। ଏହା ସହିତ ଏହି ଦିନ ଆଂଶିକ ସୂର୍ଯ୍ୟ ପରାଗ ମଧ୍ୟ ହେବ। ଏପରି ପରିସ୍ଥିତିରେ ଶନି ଗୋଚର ଓ ସୂର୍ଯ୍ୟ ପରାଗର ସଂଯୋଗ କିଛି ରାଶିର ଜୀବନରେ ନୂତନ ପରିବର୍ତ୍ତନ ଆଣିବ। ଜାଣନ୍ତୁ କେଉଁ ସବୁ ରାଶି ନୂଆ ବର୍ଷରେ ଶୁଭଫଳ ପାଇବାକୁ ଯାଉଛନ୍ତି।

Jagdish Barik Dec 27, 2024, 17:38 PM IST
1/3

ମିଥୁନ ରାଶି: ମିଥୁନ ରାଶି ଥିବା ଲୋକଙ୍କ ପାଇଁ ଏହି ସଂଯୋଗ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଅବଧି ମଧ୍ୟରେ ବ୍ୟବସାୟୀମାନେ ହଠାତ୍ ଆର୍ଥିକ ଲାଭ କରିବେ। ଆର୍ଥିକ ଅସୁବିଧା ଦୂର ହେବ ଏବଂ ହଠାତ୍ ଧନ ଲାଭ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ଏବଂ ପଦୋନ୍ନତି ପାଇଁ ସୁଯୋଗ ପାଇପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ମାର୍କ ପାଇବେ। ଆପଣ ୨୦୨୫ ରେ ଆପଣଙ୍କର କଠିନ ପରିଶ୍ରମର ଶୁଭ ଫଳ ପାଇବେ। ଭାଗ୍ୟ ମଧ୍ୟ ଏହି ବର୍ଷ ଆପଣଙ୍କ ସହ ରହିବ।

 

2/3

ଧନୁ ରାଶି: ଏହି ପରିବର୍ତ୍ତନ ଧନୁ ରାଶି ଲୋକଙ୍କ ଜୀବନରେ ନୂତନ ଶକ୍ତି ଆଣିବ। ଚାକିରି କରିଥିବା ବ୍ୟକ୍ତିମାନେ ନୂତନ ଦାୟିତ୍ୱ ପାଇବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ଏହା ଉପଯୁକ୍ତ ସମୟ ହେବ। ଆପଣ ନୂତନ ଜିନିଷ ଶିଖିବାର ସୁଯୋଗ ପାଇବେ, ଯାହା ଭବିଷ୍ୟତରେ ଉପଯୋଗୀ ହେବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣ ନିଜର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ମଧୁର ହେବ। ଭାଗିଦାରୀରେ ବ୍ୟବସାୟୀମାନେ ଯାହା ବି ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହାର ସମାଧାନ ହୋଇପାରିବ।

 

3/3

ମକର ରାଶି: ମକର ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ। ପୈତୃକ ସମ୍ପତ୍ତି ସହିତ ଜଡିତ ବିଷୟଗୁଡିକ ସମାଧାନ ହୋଇପାରିବ। ପୁରୁଣା ନିବେଶରୁ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ସହିତ ନୂତନ ଜିନିଷ ଶିଖିବାର ସୁଯୋଗ ପାଇବେ। ଆପଣ ଋଣ ସମସ୍ୟାରୁ ମୁକ୍ତି ପାଇବେ। ହଠାତ୍ ଆର୍ଥିକ ଲାଭ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଏହି ଅବଧି ମଧ୍ୟରେ ମାନ ସମ୍ମାନର ବୃଦ୍ଧି ଘଟିବ। ଚାକିରି ଖୋଜୁଥିବା ଲୋକମାନେ ସଫଳତା ପାଇପାରନ୍ତି। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବଢିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link