Surya Gochar 2024: ୨୭ ଦିନ ପରେ ଧନୁରେ ସୂର୍ଯ୍ୟଙ୍କ ଚଳନ, ଛୋଟିଆ ଭୁଲ୍ ପାଇଁ ହୋଇପାରେ ବଡ଼ କ୍ଷତି

Surya Gochar 2024: ଆଜିଠାରୁ ୨୭ ଦିନ ପରେ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ହେବାକୁ ଯାଉଛି । ଯେଉଁଥିପାଇଁ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଡିସେମ୍ବର ମାସରେ ସୂର୍ଯ୍ୟ କେବେ ଏବଂ କେଉଁ ସମୟରେ ରାଶି ପରିବର୍ତ୍ତନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇପାରେ ।

1/5

ଡିସେମ୍ବର ୧୫, ୨୦୨୪ ରାତି ୧୦ଟା ୧୯ରେ ରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ଚଳନ କରିବେ । ଧନୁ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ କାରଣରୁ ୩ଟି ରାଶିର ବ୍ୟକ୍ତିବିଶେଷଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେହି ୩ ଟି ରାଶି ବିଷୟରେ ।

2/5

ବୃଷ ରାଶି

ଆଗାମୀ ୨୭ ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବିଶେଷ ଭଲ ହେବ ନାହିଁ । ଋଣ ଟଙ୍କା ଫେରସ୍ତ ନହେବା କାରଣରୁ ବ୍ୟବସାୟ ଚାପଗ୍ରସ୍ତ ରହିବେ । ଅତ୍ୟଧିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ରହିଛି । ଡିସେମ୍ବର ୧୬ ପର୍ଯ୍ୟନ୍ତ ବ୍ୟବସାୟୀମାନେ କୌଣସି ସ୍ଥାନରେ ବିନିଯୋଗ କରିବା ଉଚିତ ନୁହେଁ । ଛାତ୍ରଛାତ୍ରୀମାନେ କଳହ ସୃଷ୍ଟି କରିପାରନ୍ତି ।

3/5

ସିଂହ ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ବିପଦ ସୃଷ୍ଟି କରିପାରେ । ଚାକିରି କ୍ଷେତ୍ରରେ ସାବଧାନ ରୁହନ୍ତୁ ନଚେତ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ନିଜସ୍ୱ ଦୋକାନ ଥିଲେ ଅର୍ଥ ଅଭାବର ସାମ୍ନା କରିବାକୁ ପଡିବ । ବ୍ୟବସାୟୀ ବିପୁଳ କ୍ଷତି ସହିପାରନ୍ତି । ମୌସୁମୀ ଜନିତ ରୋଗ କାରଣରୁ ଚାପଗ୍ରସ୍ତ ରହିବେ ।

4/5

ବିଛା ରାଶି

ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଏତେଟା ଭଲ ହେବ ନାହିଁ । ବୈବାହିକ ଜୀବନରେ ସାଥୀଙ୍କ ସହିତ ମତଭେଦ ଦେଖାଦେଇପାରେ । ଯେଉଁଥିପାଇଁ କିଛି ଦିନ ପାଇଁ ମନ ଖରାପ ରହିବ । ଆୟର ଉତ୍ସ ହ୍ରାସ କାରଣରୁ ଚିନ୍ତା ବଢିବ । ଆର୍ଥିକ ଅବସ୍ଥାକୁ ନେଇ ଚାପଗ୍ରସ୍ତ ରହିବେ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ସମସ୍ୟା ବଢିପାରେ । ପିତାଙ୍କ ସହିତ ମଧ୍ୟ ମତଭେଦ ହୋଇପାରେ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link