Weekly Family Horoscope: ନୂଆ ସପ୍ତାହରେ ଏହି ରାଶିର ପାରିବାରିକ ଜୀବନ ହେବ ଖାସ୍

Weekly Family Horoscope 14th to 20th October 2024: କେଉଁ ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ପାରିବାରିକ ଜୀବନ ବହୁତ ଭଲ ହେବ ଜାଣନ୍ତୁ ।

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Oct 2024-8:23 am,
1/13

ମେଷ ରାଶି

ଏହି ସପ୍ତାହ ଆପଣଙ୍କ ପାରିବାରିକ ଜୀବନ ପାଇଁ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । ଘରର ପ୍ରତିଟି ସଦସ୍ୟ ଆପଣଙ୍କୁ ଭଲ ପାଇବେ । ପୂର୍ବରୁ ଥିବା ମତଭେଦ ଗୁଡିକ ଦୂର ହୋଇଯିବ 

2/13

ବୃଷ ରାଶି

ଚଳିତ ସପ୍ତାବ ଆପଣଙ୍କ ଜୀବନ ପାଇଁ ଅନେକ ଭଲ ହେବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ଯତ୍ନ ନେବାକୁ ପଡ଼ିବ । ନିଜ ପରିବାର ସହିତ ଗୁଣାତ୍ମକ ସମୟ ବିତାଇ ପାରିବେ ।

3/13

ମିଥୁନ ରାଶି

ଏହି ସପ୍ତାହରେ ଆପଣଙ୍କ ପାରିବାରିକ ଦାୟିତ୍ୱ ବଢିବ । କେତେକ ଲୋକଙ୍କ ଇର୍ଷା ଏବଂ ଘୃଣାର ଶିକାର ହୋଇପାରନ୍ତି । କିନ୍ତୁ ଆପଣଙ୍କୁ କେହି ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ।

4/13

କର୍କଟ ରାଶି

ଏହି ସପ୍ତାହରେ ପରିବାରକୁ ନେଇ ଅଧିକ ଚିନ୍ତା କରିବା ବନ୍ଦ କରନ୍ତୁ । କୌଣସି ପରିସ୍ଥିତିରେ ଆଶା ହରାନ୍ତୁ ନାହିଁ । ଏପରି ଏକ ସମୟ ଆସିବ  ଯେତେବେଳେ ଆପଣ ନିଜର ସମସ୍ତ ଅସୁବିଧାକୁ ସହଜରେ ମୁକାବିଲା କରିପାରିବେ ।

5/13

ସିଂହ ରାଶି

ନୂଆ ସପ୍ତାହ ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ । ଆପଣ ପାରିବାରିକ ଜୀବନରେ ସଫଳତା ହାସଲ କରିବାକୁ ସମର୍ଥ ହେବେ । ଆଧ୍ୟାତ୍ମିକ ପରିଚୟ ହାସଲ କରିବେ । ଘରକୁ ଅତିଥି ଆସିପାରନ୍ତି ।

6/13

କନ୍ୟା ରାଶି

ସପ୍ତାହଟି ଆପଣଙ୍କ ପାରିବାରିକ ଜୀବନ ପାଇଁ ବହୁତ ଭଲ ହେବ । ଜୀବନରେ ହଠାତ କିଛି ଚମତ୍କାର ହୋଇପାରେ । ଆପଣଙ୍କର ଦୃଢ ବିଶ୍ୱାସ ଆପଣଙ୍କ ପାଇଁ ସହାୟକ ହେବ । ପରିବାର ସଦସ୍ୟଙ୍କ ସହିତ ଭଲ ଉପାୟରେ ମିଳାମିଶା କରିବା ଉଚିତ୍ ।

7/13

ତୁଳା ରାଶି

ନୂଆ ସପ୍ତାହ ଆପଣଙ୍କ ପାଇଁ ଭଲ ହେବ । ଆପଣ ନିଜ ପରିବାର ସଦସ୍ୟଙ୍କ ଉତ୍ତମ ଯତ୍ନ ନେବା ଆବଶ୍ୟକ । ଅସୁବିଧାକୁ ଦୂର କରିବାରେ ସଫଳ ହେବେ । ଜୀବନରେ ଏକ ନୂଆ ଆରମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ ।

8/13

ବିଛା ରାଶି

ଏହି ସପ୍ତାହ ଆପଣଙ୍କ ପାରିବାରିକ ଜୀବନରେ ଖୁସି ଖବର ଆଣିବ । ପୂର୍ବରୁ ଥିବା ବାଧା ଏବେ ଦୂରେଇଯିବ । ଆପଣଙ୍କୁ ଅନେକ ସୁଯୋଗ ମିଳିବ । 

9/13

ଧନୁ ରାଶି

ପାରିବାରିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ଏହା ବ୍ୟତୀତ ଆପଣଙ୍କ ପାଇଁ ଏହା ଭାଗ୍ୟଶାଳୀ ସମୟ । 

10/13

ମକର ରାଶି

ଆପଣଙ୍କର ପାରିବାରିକ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଉପାୟରେ ପରିଚାଳନା କରିବାକୁ ସମର୍ଥ ହେବେ । ସାଧାରଣତଃ ଏହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି ।

11/13

କୁମ୍ଭ ରାଶି

ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ସମ୍ପର୍କର ମହତ୍ତ୍ୱ ବୁଝିବାରେ ଆପଣ ସକ୍ଷମ ହେବେ । ପରିବାର ସଦସ୍ୟଙ୍କ ସାହାଯ୍ୟ ମିଳିବ । ଦୂରସ୍ଥାନକୁ ଭ୍ରମଣ ପାଇଁ ପରିବାର ସଦସ୍ୟଙ୍କ ସହ ମତ ଲୋଡିବେ

12/13

ମୀନ ରାଶି

ପାରିବାରିକ ଅସୁବିଧାକୁ ଦୂର କରିବାରେ ସଫଳ ହେବେ । ଆପଣଙ୍କ ମନରେ ସାହସ ବଢିବ । ଭଲ କାମ ପାଇଁ ସଂକଳ୍ପ ନେବା ଆବଶ୍ୟକ । ନଚେତ୍ ଆପଣ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବେ ନାହିଁ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link