Astro Tips: ଏଥର ବଟ ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ୬ ଜୁନ୍‌ରେ ପଡୁଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡୁଥିବା କୃଷ୍ଣ ପକ୍ଷ ଅମାବାସ୍ୟାରେ ବଟ ସାବିତ୍ରୀ ବ୍ରତ ରଖାଯାଏ । ତେବେ ଏହିଦିନ ଏଥର ଶନି ଜୟନ୍ତୀ ବି ପଡୁଥିବାରୁ ମାହେନ୍ଦ୍ର ବେଳା ପଡ଼ିଛି । ଯାହା ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ କରିବା ସହିତ ସମସ୍ତ ଶନି ଦଶା ଦୂରେଇ ଦେଇଥାଏ। ଏହି କ୍ରମରେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ ରାଶିଙ୍କ ଲାଗି ଲାଭଦାୟକ ହେବ ।


COMMERCIAL BREAK
SCROLL TO CONTINUE READING

ବୃଷ: ଏହି ସଂଯୋଗରେ ବୃଷ ରାଶିର ଲୋକମାନେ ଚାକିରୀରେ ପଦୋନ୍ନତି ପାଇବେ । କୌଣସି ବଡ ଖୁସି ଖବର ବି ମିଳିବ । ଆର୍ଥିକ ଲାଭ ହେବ । ନିବେଶ ଲାଗି ଏ ସମୟ ଅତ୍ୟନ୍ତ ଶୁଭ ରହିବ । ସ୍ବାମୀ ସ୍ତ୍ରୀ ଉଭାୟଙ୍କ ମଧ୍ୟରେ ମତାନ୍ତର ରହିବ ନାହିଁ।ଉଭୟ ପରସ୍ପର ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତି ନିବିଡ ହେବ। ଦୁହେଁ ଦୁହିଁଙ୍କ ପ୍ରତି ଯତ୍ନବାନ ହେବା ସହିତ ପାରସ୍ପରିକ ବୁଝାମଣା ରହିବ। ପରିବାରରେ ସାମାନ୍ୟ କଳହ ଲାଗିବାର ସମ୍ଭାବନା ଅଛି।


କର୍କଟ: କର୍କଟ ରାଶିର ଜାତକ ପାଇଁ ଏ ସମୟ ବହୁତ ଶୁଭ ରହିବ । ଧନ ରୋଜଗାର କରିବାର ନୂଆ ରାସ୍ତା ଖୋଲିଯିବ । ସମାଜରେ ମାନ ସମ୍ମାନ ବଢିବ । ଏହା ସହିତ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ନବଦମ୍ପତିଙ୍କ ପାଇଁ ବହୁତ ଶୁଭ । ଜୀବନରେ ସୁଖ ଶାନ୍ତିର ବାତାବରଣ ଖେଳଯିବ। କୌଣସି ବ୍ୟବସାୟ କରିବାକୁ ଚାହୁଁଥିଲେ ନିଶ୍ଚିତ ଭାବେ ଫଳପ୍ରଦ ହେବେ ଏବଂ ଦୋକାନ କିମ୍ବା ଘର କିଣିବାକୁ ଚାହୁଁଥିଲେ ଏହି ଦିନଟି ଅତ୍ୟନ୍ତ ଶୁଭ ଅଟେ।


ସିଂହ: ଏହି ସମୟରେ ଆପଣଙ୍କ ବ୍ୟବସାୟ ଶୀର୍ଷରେ ପହଞ୍ଚିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୂର ଯାତ୍ରାରେ ଯାଇ ପାରନ୍ତି । ଅଟକି ଯାଇଥିବା ଧନ ମିଳିଯିବ । ଶୁଭ ଖବର ପାଇ ପାରନ୍ତି । ବୈବାହିକ ସମସ୍ୟାରୁ ମୁକ୍ତି ମିଳିବ। ଶିକ୍ଷାରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାରେ ମତାନ୍ତର ଦେଖାଯିବ।


ତୁଳା: ଏହି ସଂଯୋଗ ତୁଳା ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ସମୟରେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଭାଗ୍ୟ ସବୁ କାର୍ଯ୍ୟରେ ଆପଣଙ୍କ ସାଥ ଦେବ । କୌଣସି ଧାର୍ମିକ କ୍ଷେତ୍ରକୁ ଯିବାର ସମ୍ଭାବନା ରହିଛି। ପୂଜାପାଠ ପ୍ରତି ଧ୍ୟାନ ବଢ଼ିଁବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।


ମକର: ସବୁ କାର୍ଯ୍ୟରେ ସଫଳତା ମିଳିବ । କ୍ୟାରିୟରରେ ଉନ୍ନତି ଘଟିବ । ପରିବାରରେ ସକରାତ୍ମକ ବାତାବରଣ ରହିବ । ଚାକିରୀରେ ଉନ୍ନତି ଆସିବ। ଆଂଶିକ ରୋଜଗାର ବଢ଼ିବ।


Writing By- Tapasa gyanadarsini samal


Also Read- Jio Recharge Plan: ୧୧ ମାସ ଯାଏ ଚିନ୍ତାରୁ ମୁକ୍ତି, ଅନଲିମିଟେଡ୍ କଲ୍ ସହ 5G ଇଣ୍ଟରନେଟ୍


Also Read - ଗାଡ଼ି ଚାଳନା ସମୟରେ ଫୋନ ବ୍ୟବହାର ପଡିବ ମହଙ୍ଗା, ଜବତ ହେବ ମୋବାଇଲ୍ !