ଗାଡ଼ି ଚାଳନା ସମୟରେ ଫୋନ ବ୍ୟବହାର ପଡିବ ମହଙ୍ଗା, ଜବତ ହେବ ମୋବାଇଲ୍ !
Advertisement
Article Detail0/zeeodisha/odisha2275168

ଗାଡ଼ି ଚାଳନା ସମୟରେ ଫୋନ ବ୍ୟବହାର ପଡିବ ମହଙ୍ଗା, ଜବତ ହେବ ମୋବାଇଲ୍ !

ରଙ୍ଗ ରୁଟରେ ଗାଡି ପସାଇଲେ ଏବଂ ପୋଲିସ କବଳରୁ ରକ୍ଷା ପାଇବା ପାଇଁ ଚତୁରତାର ସହ ୟୁଟର୍ଣ୍ଣ ମାରିଲେ ଆପଣଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଗାଡ଼ି ଚାଳନା ସମୟରେ ଫୋନ ବ୍ୟବହାର ପଡିବ ମହଙ୍ଗା, ଜବତ ହେବ ମୋବାଇଲ୍ !

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଆହୁରି କଡା ହୋଇଛି ଟ୍ରାଫିକ୍ ନିୟମ । ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର କରୁଥିଲେ ଏଣିକି ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଗାଡି ସହ ଫୋନକୁ ବି ଜବତ କରିବ ପୋଲିସ । ଏଥିସହ ରଙ୍ଗ ରୁଟରେ ଗାଡି ପସାଇଲେ ଏବଂ ପୋଲିସ କବଳରୁ ରକ୍ଷା ପାଇବା ପାଇଁ ଚତୁରତାର ସହ ୟୁଟର୍ଣ୍ଣ ମାରିଲେ ଆପଣଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ୱରରେ ଅମାନିଆ ଗାଡି ଚାଳକଙ୍କ ଉପରେ ଏବେ କମିଶନରେଟ ପୋଲିସର କଡା ନଜର । ରଙ୍ଗ ରାଇଡ ବ୍ୟାରିୟର ହୋଇଛି ରାଜଧାନୀର ଅନେକ ଅଞ୍ଚଳରେ । କାଲିଠାରୁ ଏପରି ବ୍ୟାରିୟର ଲଗାଯିବା କାରଣରୁ ୧୦ରୁ ଅଧିକ ଗାଡି ଲିକ୍ ହୋଇଛି । ଏଥିସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେବଳ ସେତିକି ନୁହେଁ, ମଦ ପିଇ ଗାଡି ଚଳାଇଲେ କିମ୍ୱା ଗାଡିରେ ୨ରୁ ଅଧିକ ବ୍ୟକ୍ତି ବସିଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ହେଲମେଟ୍ ଚେକିଂ ନୁହେଁ ସମସ୍ତ ପ୍ରକାରର ଚେକିଂ କରିବାକୁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୋଲିସ । ବର୍ତ୍ତମାନ ଆଉ ଡ୍ରାଇଭିଂ ଲାଇସେନ୍ସ ଜବତ ହେବ ତାହା ନୁହେଁ ଆପଣଙ୍କ ଗାଡି ସହ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିବ ବୋଲି କମିଶନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଚେକିଂ ସମୟରେ କିଛି ଗାଡି ଚାଳକ ଚତୁରତାର ସହ ଖସିଯିବାରେ ସକ୍ଷମ ହୁଅନ୍ତି ତେଣୁ ସେମାନଙ୍କୁ ସାବାଡ୍ କରିବା ପାଇଁ ରାସ୍ତାରେ ସ୍ପାଇକ ବିଛାଇବ ପୋଲିସ । ଏଥିସହ ସେମାନଙ୍କ ବିରୋଧରେ ୩୦୭ ଦଫାରେ ମାମଲା ରୁଜୁ କରାଯିବ ।

Also Read- ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କଲା ଚୀନ୍‌ର ଚାଙ୍ଗ୍ ଇ-୬