Shani Gochar 2024: ୩୦ ଜୁନ ୨୦୨୪ରୁ କର୍ମ ତଥା ନ୍ୟାୟର ଦେବତା ଶନି ଦେବ ଓଲଟା ଗତି କରୁଛନ୍ତି । ଶନିଙ୍କ ଗତିବିଧିରେ ପରିବର୍ତ୍ତନ ଜୀବଜଗତ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ । ୨୦୨୪ ଅଗଷ୍ଟ ୧୮ ତାରିଖ ରବିବାର ରାତି ୧୦ଟା୦୩ରେ ଶନି ପୂର୍ବଭାଦ୍ରପଦ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରୁ ବାହାରି ପ୍ରଥମ ସ୍ଥାନରେ ଚଳନ କରିବେ । ଶନିଙ୍କ ଏହି ପରିବର୍ତ୍ତନ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇପାରେ । କିନ୍ତୁ ବିଶେଷ କରି ୩ ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ବଦଳିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଶନିଙ୍କ ସକରାତ୍ମକ ପ୍ରଭାବ ରହିବ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ଶନିଙ୍କ ଚଳନର ପ୍ରଭାବ ଆପଣଙ୍କ ଜୀବନ ପାଇଁ ଅନୁକୂଳ ପ୍ରମାଣିତ ହୋଇପାରେ । ବ୍ୟବସାୟରେ ନେଇଥିବା ନିଷ୍ପତ୍ତି ପାଇଁ ଆପଣ ଲାଭରେ ରହିବେ । ଟଙ୍କା ଅଟକି ରହିଥିଲେ ଆପଣ ଫେରି ପାଇବେ । ସାଥୀଙ୍କ ସାହାଯ୍ୟରେ ବ୍ୟବସାୟର ସମ୍ପ୍ରସାରଣ ସମ୍ଭବ ହେବ । ଚାକିରି କ୍ଷେତ୍ରରେ ଭଲ କାର୍ଯ୍ୟ କରିବା ହେତୁ ଦରମା ବୃଦ୍ଧି ପାଇବ । ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । କାର୍ଯ୍ୟଭାର ହ୍ରାସ କାରଣରୁ ମାନସିକ ଚାପରୁ ମୁକ୍ତି ପାଇବେ । ପାରିବାରିକ ଜୀବନରେ ସୁଖ ବୃଦ୍ଧି ପାଇବ । ପ୍ରେମ ଜୀବନ ରୋମାଞ୍ଚକର ହେବ ।


ତୁଳା ରାଶି
ଶନିଙ୍କ ଏହି ଚଳନ ଆପଣଙ୍କ ଜୀବନରେ ଲାଭଦାୟକ ପ୍ରଭାବ ପକାଇପାରେ । ବ୍ୟବସାୟୀଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଗୁଣବତ୍ତା ଏବଂ ବିଜ୍ଞାପନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିବା କାରଣରୁ ଆପଣ ଅଧିକ ଲାଭ ପାଇବେ । ସରକାରୀ ସ୍ତରରୁ ଆପଣଙ୍କୁ ଲାଭ ମିଳିବ । ଭଲ କର୍ମଚାରୀଙ୍କୁ ନିଯୁକ୍ତି ଦେବା କାରଣରୁ ବ୍ୟବସାୟରେ ଲାଭ ବଢିବ । ବିଦ୍ୟାର୍ଥୀମାନେ ନିଜ ପ୍ରୋଜେକ୍ଟ କାର୍ଯ୍ୟରେ ଶିକ୍ଷକ ଏବଂ ବୟସ୍କମାନଙ୍କଠାରୁ ସହାୟତା ପାଇବେ । ଛାତ୍ରବୃତ୍ତି ପାଇବାରୁ ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇପାରେ । ସଂକ୍ରମଣ ଜନିତ ରୋଗରୁ ଆପଣଙ୍କୁ ଆରାମ ମିଳିବ । ମନ ଖୁସି ରହିବ । ଆପଣଙ୍କ ଜୀବନସାଥୀ ଆପଣଙ୍କ ଜୀବନରେ ହସଖୁସି ଭରିଦେବେ ।


ମକର ରାଶି
ଶନିଙ୍କ ଗମନାଗମନରୁ ଆପଣଙ୍କୁ ଅନେକ ଲାଭ ମିଳିବ । ବ୍ୟବସାୟ ସମ୍ବନ୍ଧୀୟ ପ୍ରତିବନ୍ଧକ ଦୂର ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟକୁ ବିସ୍ତାର କରିବେ । ଯାହା ଭବିଷ୍ୟତରେ ଭଲ ଲାଭ ଦେବ । ଟଙ୍କା ସଞ୍ଚୟ କରିବାର ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବାର ସମ୍ଭାବନା ରହିଛି । ପ୍ଲଟ୍ କିମ୍ବା ଫ୍ଲାଟ କିଣିବାର ସୁଯୋଗ ମିଳିବ । ପାରିବାରିକ ସୁଖ ବୃଦ୍ଧି ପାଇବ । ଛାତ୍ରମାନେ ଷ୍ଟଡିଟୁର୍ ଯିବାର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Lucky Zodiac Sign: ୫ ଅଗଷ୍ଟରେ ରାଶି ପରିବର୍ତ୍ତନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ