Shani Maha Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଏପ୍ରିଲ୍ ୮ ତାରିଖ ଦିନ ହେବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ ମତ ଅନୁଯାୟୀ ଶନି ଏବଂ ସୂର୍ଯ୍ୟ ପରସ୍ପର ପ୍ରତି ଶତ୍ରୁତା ମନୋଭାବ ରଖନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ପରାଗର ଦୁଇ ଦିନ ପୂର୍ବରୁ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇପାରେ । ଶନି ଦେବ ଆଜି ଅପରାହ୍ନ ୩ଟା୫୫ ସମୟରେ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି । ଆଜି ଆପଣଙ୍କୁ ଜଣାଇବୁ ଯେ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତି ପ୍ରଭାବିତ ହେବେ ।


COMMERCIAL BREAK
SCROLL TO CONTINUE READING

ବୃଷ ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ କାରଣରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କିଛି କ୍ଷତି ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଆସିପାରେ । ପୈତୃକ ସମ୍ପତ୍ତିରେ କ୍ଷତି ହୋଇପାରେ । ମାନସିକ ଉତ୍ତେଜନା ଦେଖାଦେଇପାରେ ।


କର୍କଟ ରାଶି
ଶନି ଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବନାହିଁ । ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ବର୍ତ୍ତମାନ ସେ ଭାବନା ବନ୍ଦ ରଖନ୍ତୁ । ଆପଣଙ୍କର ଜଣେ ବନ୍ଧୁ ବିଶ୍ୱାସଘାତକତା କରିପାରେ । ସହଜରେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।


ବିଛା ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ ଆପଣଙ୍କ ପାଇଁ ଶୁଭ ହେବ ନାହିଁ । ପ୍ରିୟଜନଙ୍କ ସହିତ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କଥାବାର୍ତ୍ତାରେ ସଂଜମତା ରକ୍ଷା କରନ୍ତୁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।


Also Read- Ram Navmi: ଏଥର ରାମ ନବମୀ ହେବ ଖୁବ ଖାସ୍, ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି


Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !